Agripedia

ଜାଣନ୍ତୁ ଛତୁ ସହ କଣ ରହିଛି ରାଜକୀୟ ସମ୍ପର୍କ

ଛତୁ କେବଳ କବକ ବା ଫିମ୍ପି ଅଟେ | ମଣିଷ, ଜୀବଜନ୍ତୁ ସୃଷ୍ଟିର ଅନେକ ବର୍ଷ ପୂର୍ବରୁ ଜୀବାଣୁଜାତ ହୋଇଛି , ଏହି କବକ ବା ଛତୁ ସେହି କାଳରୁ ସୃଷ୍ଟି ହୋଇଛି | ଛତୁର ଉତ୍ପତ୍ତିକୁ ନେଇ ବହୁତ ଅନ୍ଧ ବିଶ୍ଵାସ ରହି ଆସୁଥିଲା, ଯେମିତିକି ଛତୁ ଗୋଟିଏ କବିକରୁ ସୃଷ୍ଟି, ଏହା ସେତେବେଳେ ଲୋକମାନଙ୍କୁ ଜଣା ନଥିଲା

19 June, 2022 3:12 PM IST By: Rajashree

ଛତୁ ସାଧାରଣତଃ ସବୁ ବର୍ଗର ଲୋକଙ୍କର ପ୍ରିୟ ହୋଇଥାଏ | ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ | ଛତୁ ମଧ୍ୟରେ ବାଲି ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁର (Mushroom)ବେଶ୍ ଆଦର ରହିଛି | ଅନେକ ପୌଷ୍ଟିକ ତତ୍ତ୍ୱରେ ଭରପୁର ଛତୁ (Mushroom)ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ | ଆମେ ଭାବୁଥିବା ସାଧାରଣ ଛତୁ ବିଷୟରେ ଶୁଣିବାକୁ ମିଳେ କିଛି ଅସଧାରଣ କଥା | ତେବେ , ଆଜି ଆସନ୍ତୁ ଜାଣିବା ଛତୁ ବିଷୟରେ କିଛି ରୋଚକ ତଥ୍ୟ |

ଛତୁ ଉଭିଦ ବା ଜୀବ ନୁହେଁ | ଛତୁ (Mushroom)କେବଳ କବକ ବା ଫିମ୍ପି ଅଟେ | ମଣିଷ, ଜୀବଜନ୍ତୁ ସୃଷ୍ଟିର ଅନେକ ବର୍ଷ ପୂର୍ବରୁ ଜୀବାଣୁଜାତ ହୋଇଛି , ଏହି କବକ ବା ଛତୁ ସେହି କାଳରୁ ସୃଷ୍ଟି ହୋଇଛି | ଛତୁର ଉତ୍ପତ୍ତିକୁ ନେଇ ବହୁତ ଅନ୍ଧ ବିଶ୍ଵାସ ରହି ଆସୁଥିଲା, ଯେମିତିକି ଛତୁ (Mushroom)ଗୋଟିଏ କବିକରୁ ସୃଷ୍ଟି, ଏହା ସେତେବେଳେ ଲୋକମାନଙ୍କୁ ଜଣା ନଥିଲା । ଆଦିମ ମଣିଷ ଭାବିଥିଲା, ବିଜୁଳି ଓ ପୃଥିବୀର ସଙ୍ଗମରୁ ଜନ୍ମ ନିଏ ଛତୁ | ଭାରତ, ରୋମାନ୍ ଓ ଗ୍ରୀକର ସୁସଭ୍ୟ ମଣିଷ ଭାବୁଥିଲେ ବିଜୁଳିର ଝଲକରୁ ଯେଉଁ ଅଗ୍ନି କଣା ପୃଥିବୀରେ ପଡ଼େ, ତାହା ଛତୁ ଆକାରରେ ପ୍ରସ୍ଫୁଟିତ ହୁଏ |

ଏଥିପାଇଁ ମେକ୍ସିକୋର ଅଧିବାସୀମାନେ ଏହାକୁ ଅତ୍ୟନ୍ତ ପବିତ୍ର ବସ୍ତୁ ମନେ କରୁଥିଲେ | ଗ୍ରୀକ୍ ମାନେ ଛତୁକୁ ବୀର ଯୋଦ୍ଧାଙ୍କ ଖାଦ୍ୟ ହିସାବରେ ଗ୍ରହଣ କରିଥାଆନ୍ତି | ରୋମାନ ମାନେ ଏହାକୁ ଦେବ ଖାଦ୍ୟ ହିସାବରେ ସମ୍ମାନ ଦେଇଥାଆନ୍ତି, ଯାହାକୁ କୌଣସି ପର୍ବପର୍ବାଣୀରେ ରାନ୍ଧି ଥାଆନ୍ତି | ବେଦରେ ମଧ୍ୟ ସେହିଭଳି ବର୍ଣ୍ଣିତ ହୋଇଛି |


ପୂର୍ବକାଳରେ ଆର୍ଯ୍ୟମାନେ ଜଙ୍ଗଲରୁ ଲାଲ୍ ରଙ୍ଗର ଛତୁ ‘ଅମାନିତା’ ସଂଗ୍ରହ କରି ସୋମରସ ତିଆରି କରୁଥିଲେ, ଏହା ଥିଲା ସେମାନଙ୍କର ଅତିପ୍ରିୟ ପାନୀୟ | ଛତୁ ପ୍ରାକ୍ ଐତିହାସିକ କାଳରୁ ମଣିଷର (history of mushroom)ପ୍ରିୟ ଖାଦ୍ୟରୂପେ ବ୍ୟବହୃତ ହୋଇଆସିଛି | ଛତୁ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ଦିଗରୁ ଆକୃଷ୍ଟ କରିଛି | ପୂର୍ବକାଳରେ ଛତୁର ଆକୃତିକୁ ନେଇ ମନ୍ଦିର, ମିନାର ଓ ପ୍ରାସାଦର ଅଗ୍ରଭାଗ ଗଢ଼ାଯାଇଥିବା କେତକ ମତ ଦିଅନ୍ତି |

ପାହାଡ଼ ଗୁମ୍ପା ଦେହରେ ଛତୁର ରେଖାଚିତ୍ର ମଧ୍ୟ ଦେଖିବାକୁ ମିଳେ, ଏହାର ପ୍ରମାଣ ମଧ୍ୟ ଆମେରିକା ଓ ଗୁଏଟମାଲାର ପାହାଡ଼ରେ ମିଳେ | ବିଭିନ୍ନ ଛତୁରୁ (history of mushroom) ଔଷଧ ପ୍ରସ୍ତୁତ କରିବା ପାଇଁ ପୁରାକାଳରୁ ବୈଦ୍ୟମାନେ ଉଦ୍ୟମ କରି ଆସିଛନ୍ତି |

ଆଗକାଳରେ ଛତୁ (history of mushroom)ଏକ ଥିଲା ରାଜକୀୟ ଖାଦ୍ୟ | ରୋମର ବିଖ୍ୟାତ ପ୍ରକୃତିବାଦୀ ପ୍ଳିନଙ୍କ ମତରେ ରୋମ ରାଜକୀୟ ଓ ସମ୍ଭ୍ରାନ୍ତ ପରିବାରରେ ମୂଲ୍ୟବାନ୍ ପାତ୍ରରେ ଛତୁରୁ ବିଭିନ୍ନ ସ୍ଵାଦୁକର ଖାଦ୍ୟ ପ୍ରସ୍ତୁତ କରି ଅତିଥିମାନଙ୍କୁ ଅର୍ପଣ କରାଯାଉଥିଲା ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ ଥିଲା |

ଆସନ୍ତୁ ଜାଣିବା କିପରି କରିବେ ବିଭିନ୍ନ କିସମର ଛତୁ ଚାଷ

ଉପକାରୀ ଛତୁ ଛିଂହ୍ନଟ କରିବେ କିପରି ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)