1. କୃଷି ପ୍ରଶିକ୍ଷଣ

ଉପକାରୀ ଛତୁ ଛିଂହ୍ନଟ କରିବେ କିପରି ?

ଉପକାରୀ ଛତୁ ଛିଂହ୍ନଟ କରିବେ କିପରି ?

KJ Staff
KJ Staff

କିପରି ଜାଣିବେ କେଉଁ ଛତୁ ଉପକାରୀ ଏବଂ କେଉଁ ଛତୁ ବିଷାକ୍ତ

ଛତୁ ବିଶ୍ୱ ବଜାରରେ ବିକ୍ରି ହେଉଥିବା ପିଲା ଠାରୁ ବୁଢା ସମସ୍ତଙ୍କର ପ୍ରିୟ ଖାଦ୍ୟ |ଆମିଷ ଏବଂ ନିରାମିଷ ଖାଦ୍ୟ ରେ ରୁଚି ରଖୁଥିବା ବ୍ୟକ୍ତି ମଧ୍ୟ ଛତୁ ନାମ ରୁ କେବେ ଦୁରେଇ ରହି ପାରନ୍ତି ନାହିଁ |ଏହାକୁ ଚାଷ କରି ବହୁ ଚାଷୀ ଏବଂ ଉଦ୍ୟୋଗୀ ମଧ୍ୟ ବେଶ ଲାଭବାନ ହୋଇଛନ୍ତି ତେବେ ଛତୁ ର ବିଭିନ୍ନ ଉପକାରୀ ତଥ୍ୟ ମଧ୍ୟ ରହିଛି ଯାହା ଆପଣଙ୍କୁ ବିଭିନ୍ନ ମାରାତ୍ମକ ରୋଗ ଯଥା କର୍କଟ ,ହୃଦ୍ରୋଗ ଇତ୍ୟାଦି କୁ ପ୍ରତିରୋଧ କରିବାର ଶକ୍ତି ମଧ୍ୟ ପ୍ରଦାନ କରିଥାଏ |
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ତଥ୍ୟ ଏହା ଯେ ସବୁ ଛତୁ ପ୍ରଜାତି ଖାଦ୍ୟ ଯୋଗ୍ୟ ନୁହେଁ |ତନ୍ମଧ୍ୟରୁ ଏପରି ଛତୁ ପ୍ରଜାତି ମଧ୍ୟ ଅଛନ୍ତି ଯାହାକୁ ଖାଇଲା ମାତ୍ର ମୃତ୍ୟୁ ସୁନିଶ୍ଚିତ |

ସବୁଠାରୁ ବିଷାକ୍ତ ଛତୁ ମଧ୍ୟରୁ ଆମାନିତା ଛତୁ ପ୍ରଜାତି ଅନ୍ୟତମ |ବହୁ ଥର ଚାଷୀ ଛତୁ ଚାଷ କରିଲା ବେଳେ ବିଷାକ୍ତ ଛତୁ ମଧ୍ୟ ଏକ ସଂଗେ ବଢିଥାଏ ଏବଂ ଚାଷୀ ଏହା ଜାଣିପାରେ ନାହିଁ |ବଜାରରେ ତାହା ବିକ୍ରି କରିଲା ବେଳେ ବିଷାକ୍ତ ଛତୁ ସହ ମିଶିଥାଏ ଏବଂ ଗ୍ରାହକ ତାହାକୁ ଚିହ୍ନଟ ନ କରିପାରି ଏହିପରି ନାହିଁ ନ ଥିବା ପରିସ୍ଥିତି ର ସମୁଖିନ୍ନ ହୋଇଥାଏ |
ବିଷାକ୍ତ ଛତୁ ଚିନ୍ହଟ ନ କରି ବହୁ ଲୋକ ଏହାକୁ ଉପକାରୀ ଭାବି ଖାଇଥିବାରୁ ମୃତ୍ୟୁ ବରଣ କରିଛନ୍ତି |

ଖାଦ୍ୟ ଯୋଗ୍ୟ ଏବଂ ବିଷାକ୍ତ ଛତୁ ଚିହ୍ନନ୍ତୁ !

କେତେକ ବୈଜ୍ଞାନିକ ପରୀକ୍ଷା ରିପୋର୍ଟ ଅନୁଯାୟୀ ଖାଦ୍ୟ ଯୋଗ୍ୟ ଏବଂ ବିଷାକ୍ତ ଛତୁ ମାନଙ୍କ ମଧ୍ୟରେ ଏହି ପରି କିଛି ତଫାତ ଦେଖିବାକୁ ମିଳିଥାଏ|
-ଯଦି ଆପଣ ଛତୁ ର ଅଗ୍ର ଭାଗ ରୁ କ୍ୟାପ ବା ଟୋପି କୁ ଛଡାଇ ପାରୁଛନ୍ତି ତେବେ ଏହା ବିଷାକ୍ତ ବୋଲି ଜାଣିବେ |
-କଥା ଛତୁ ସବୁବେଳେ ଖାଦ୍ୟ ଯୋଗ୍ୟ ହୁଏ ନାହିଁ |କେତେକ ଛତୁ ଯେପରି ଫ୍ୟୁନେରାଲ ବଲ ଅତ୍ୟନ୍ତ ବିଷାକ୍ତ ଏଥିରୁ ଦୁରେଇ ରୁହନ୍ତୁ |

-ଯଦି କୌଣସି ଛତୁ କୁ ଆଉ କେହି ଯିବା ଜନ୍ତୁ ଖାଇବାରେ ଦେଖୁଛନ୍ତି ତେବେ ସେ ଛତୁ ଯେ ଆପଣଙ୍କ ଲାଗି ଖାଦ୍ୟ ଉପଯୋଗୀ ;ଏହା ସବୁବେଳେ ସତ ନ ହୋଇପାରେ |କେତେକ ଜନ୍ତୁ ବିଷାକ୍ତ ଛତୁ ମଧ୍ୟ ଖାଇ ହଜମ କରିବାରେ ଅକ୍ଷମ ହୋଇଥାନ୍ତି ହେଲେ ତାହା ମନ୍ୟୁଷୟ ଲାଗି ବିଷାକ୍ତ |
-ଯଦି ଛତୁ ର ଅଗ୍ର ଭାଗ ବା ଡେମ୍ଫ ରେ ନାଲି ରଙ୍ଗ ଦେଖୁଛନ୍ତି ତେବେ ଏହାକୁ ଖାଆନ୍ତୁ ନାହିଁ |କେତେକ ଉପକାରୀ ଛତୁ ରେ ମଧ୍ୟଏହି ଲକ୍ଷଣ ଦେଖିବାକୁ ପାଇବେ କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିଲେ ଏଥିରୁ ଦୁରେଇ ରହିବ ସବୁ ଦୃଷ୍ଟି ରୁ ଭଲ |
-ଯଦି ଛତୁ ର ଧଳା କାତି କିମ୍ବା ଡେମ୍ଫ ରେ ଏକ ଗୋଲାକାର ରିଙ୍ଗ ବା ତଳ ଭାଗ ରେ ଅଖା ପରି କିଛି ଦେଖୁଛନ୍ତି ତେବେ ଏଥିରୁ ଦୁରେଇ ରୁହନ୍ତୁ |କେତେକ ଉପକାରୀ ଛତୁ ରେ ମଧ୍ୟ ଏହା ଦେଖିବାକୁ ମିଳିଥାଏ ହେଲେ ମାନେ ରଖନ୍ତୁ ସବୁଠାରୁ ବିଷାକ୍ତ ଆମାନିତା ଛତୁ ରେ ଏହି ପରି ଲକ୍ଷଣ ଦେଖିବାକୁ ମିଳିଥାଏ |
-ଯଥା ସମ୍ଭବ ଛତୁ ଖାଦ୍ୟ ଯୋଗ୍ୟ ବୋଲି ସୁନିଶ୍ଚିନ୍ତ ନଥିଲେ ଏହାକୁ ଖାଆନ୍ତୁ ନାହିଁ |

ବିଶ୍ୱ ର କେତେକ ବିଷାକ୍ତ ଛତୁ :


ଫ୍ଲାଏ ଆଗରିକ

ଆମାନିତା ପରିବାର ର ଏହି ଛତୁ କୁ ଆପଣ ବହୁତ ଗୁଡ଼େ ଗପ ବହି ଏବଂ ଛୋଟ ପିଲାଙ୍କ ଫୟାରୀ ଟେଲ ରେ ଏହାର ଚିତ୍ର ନିଶ୍ଚିନ୍ତ ଦେଖିଥିବେ |ସୁନ୍ଦର ନାଲି ଟୋପି ସହ ଧଳା ଛିଟା ଥିବା ଏହା ଖୁବ ସୁନ୍ଦର ଓ ମନୋହର ଛତୁ କିନ୍ତୁ ଏହାକୁ ଖାଇବା ସବୁ ଠାରୁ ବଡ ଭୁଲ ହୋଇପାରେ |ଏହି ଖାଇଲେ ମୃତ୍ୟୁ ସୁନିଶ୍ଚିନ୍ତ |
ଏହା କୁକୁର ଏବଂ ବିଲେଇ ମାନଙ୍କ ଲାଗି ମଧ୍ୟ ବିଷାକ୍ତ |
ଏହି ପରି ଆମାନିତା ପରିବାର ର ସବୁ ଛତୁ ହାରାହାରି ବିଷାକ୍ତ |ଏଥିରେ ଥିବା ଆମାନିଥିନ ଲିଭର ଏବଂ କିଡ୍ନୀ କୁ ପ୍ରଭାବିତ କରେ ଫଳରେ ପ୍ରାଣୀ ମୃତ୍ୟୁବରଣ କରିଥାଏ

ଜଣାନ୍ତୁ ଛତୁ ଚାଷ ର ଜଣେ ସଫଳ ଉଦ୍ୟୋଗୀ ଙ୍କର ବାର୍ତା

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments