ନିଶା ଯେବେ ହୁଏ ପେଶା !!

Friday, 28 December 2018 02:49 PM

ଛତୁ ଚାଷ ରେ ମାଲେମାଲ….

ସଂଜିତ କୁମାର ମହାନ୍ତି ,ପୁରୀ ଜିଲା ଅନ୍ତର୍ଗତ ପିପିଲି ବ୍ଲକ ରେ ଏହି ଛତୁ ଉଦ୍ୟୋଗୀ ,ଛତୁ ଚାଷ ର ନିଆରା ଢାଞ୍ଚା ଦ୍ୱାରା ହେଇପାରିଛନ୍ତି ବେଶ ଲାଭବାନ | ପୁରୀ ରେ ଛତୁ ଚାଷୀ ବ୍ୟପାରୀ ମାନଙ୍କ ମଧ୍ୟ ରେ ତାଙ୍କର ସ୍ଥାନ ପ୍ରଥମ ରେ ରହିଅଛି |ତେବେ ଏହି ପରି ଏକ ସ୍ୱାବଲମ୍ବୀ ବ୍ୟକ୍ତିଙ୍କ ସହ କୃଷି ଜାଗରଣ ରେ ଏକ ବାର୍ତ୍ତା….

କୃଷି ଜାଗରଣ :ଆପଣ ଛତୁ ଚାଷ ରେ ବହୁ ସୁନାମ ଅର୍ଜନ କରିଛନ୍ତି ?ତେବେ ବର୍ତ୍ତମାନ ଆପଣଙ୍କର ସେଥିରେ ସ୍ଥିତି କିପରି ରହିଛି ?କେତେ ଜମି ରେ ଆପଣ ଚାଷ କରୁଛନ୍ତି ?

ସଂଜିତ ମହାନ୍ତି :ଦେଖନ୍ତୁ ଛତୁ ଚାଷ ଲାଗି ଅଧିକ ଜମି ଦରକାର ହୁଏ ନାହିଁ |ବର୍ତ୍ତମାନ ମୁ ବିଶେଷ ତ oyster mushroom ବା ଶାମୁକା ଛତୁ ଚାଷ କରୁଛି ଯାହା ଖୁବ କାମ ଜାଗାରେ ମଧ୍ୟ କରାଯାଇପାରିବ |ମୁଁ ପ୍ରତିଦିନ ୫୦-୬୦ ଏକର ଛତୁ ଚାଷ କରୁଛି |ଦେଖିବାକୁ ଗଲେ ୧୫-୨୦ ଡିସିମିଲ ଜାଗାରେ ବାଉଁଶ ରେ ଭାଡ଼ି କରି ଚାଷ କରୁଛି |ଏହା ନଭେମ୍ବର ମାସରୁ ଆରମ୍ଭ କରି ଫେବୃଆରୀ ମାସ ଯାଏ ଚାଷ ହୋଇପାରିବ | ଏବଂ ଏହା ପରେ ଆମେ ପାଳ ଛତୁ ଲାଗି ବେଡ଼ ତିଆରି କରୁଛୁ |

କୃଷି ଜାଗରଣ :ଆପଣ ଜାଣିଥିବ ଅଜ୍ଞାନ କୌଶଳ କୁ ଅନ୍ୟ ମାନଙ୍କୁ କେମିତି ଦେଉଛନ୍ତି ?
ସଂଜିତ ମହାନ୍ତି :ମୁଁ ପ୍ରାୟେ ଗାଁ ରେ ଏକ୍ସପୋସାର ଭିଜିଟ ଦ୍ୱାରା ବା ଗାଁ ରେ ଅଗ୍ରଣୀ ଛତୁ ଚାଷୀ ଙ୍କୁ ଡାକି ତାଙ୍କୁ ମୁଁ ଜାଣିଥିବା ଜ୍ଞାନ କୌଶଳ ବୁଝାଇଥାଏ |ସେହିପରି ଯୁବ ଉଦ୍ୟୋଗୀ ବା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଜ୍ଞାପନ ଦ୍ୱାରା ମଧ୍ୟ ଛତୁ ଚାଷ ରେ ଲାଭଦାୟକ ଦିଗ ଏବଂ ଅଧିକ ପ୍ରକ୍ରିୟାକରଣ ବିଷୟରେ ବୁଝାଇଥାଏ |ଏହା ଆଗାମୀଦିନ ରେଅଧିକ ହେବି ବୋଲି ବିଶ୍ୱାସ |

 

କୃଷି ଜାଗରଣ :ଛତୁ ଲାଗି ଆପଣ ଆଗ୍ରହ ପ୍ରକାଶ କଲେ କାହିଁକି?
ସଂଜିତ ମହାନ୍ତି :ଦେଖନ୍ତୁ ମୋର ପାଠ ସରିଲା ପରେ ମୁଁ ଚାକିରୀ ମଧ୍ୟ କରିଥିଲି ମାତ୍ର ଚାକିରୀ ଜୀବନ ରେ ମୋର ରୁଚି ନଥିଲା |ଛତୁ ଚାଷ ପ୍ରଥମେ ଚାଷୀ କୁ ତାର ସମସ୍ତ ମୂଳ ଧନ ସ୍ୱଳ୍ପ ସମୟରେ ଫେରସ୍ତ କରିଥାଏ ତେଣୁ ଲାଭ ଅଧିକ ହୋଇଥାଏ |ଦ୍ଵିତୀୟରେ ଜୈବିକ ଖାଦ୍ୟ ରେ ଆବଶ୍ୟକତା କୁ ଛତୁ ପ୍ରମୁଖ ଭାବେ ପୁରାଣ କରିଥାଏ |ଏଥିରେ ବ୍ୟବହୃତ ହେଉଥିବା କୌଣସି ପ୍ରକ୍ରିୟା ରେ ରାସାୟନିକ ପଦାର୍ଥ ବ୍ୟବହାର ହୁଏ ନାହିଁ | ତେଣୁ ଏଥିରେ ଥିବା ବିଶେଷ ପୋଷକ ତତ୍ତ୍ୱ ହେତୁ ଏହା ସ୍ୱାସ୍ଥ୍ୟ ପ୍ରତି ବେଶ ଉପକାରୀ ହେବ ସହ ,ପିଲା ଠାରୁ ବୁଢା ସମସ୍ତଙ୍କ ମନ କିଣି ଥାଏ|ବିଶେଷ ଭାବେ ଏହା ଅଦରକାରୀ ଦ୍ରବ୍ୟ ର ସୁପଚାର କରିଥାଏ ତେଣୁ ନଡା,ଚୋକର ଇତ୍ୟାଦି ନଷ୍ଟ ହୁଏ ନାହିଁ |

ସଂଜିତ ମହାନ୍ତିଙ୍କ ସହ ବାର୍ତ୍ତା ର ଏକ ଝଲକ

କୃଷି ଜାଗରଣ :ଆପଣ କେତେ ପୁଞ୍ଜି ର ଏହାକୁ ଆରମ୍ଭ କରିଥିଲେ ?
ସଂଜିତ ମହାନ୍ତି :ଦେଖନ୍ତୁ ଏହା ପ୍ରକୃତ ର ନିଶା ରୁ ପେଶା ହୋଇଛି |ମୁଁ ୨୦୦୭ ମସିହା ର ପ୍ରଥମେ ଏହାକୁ ୨୭୦୦ ଟଙ୍କା ରୁ ଆରମ୍ଭ କରିଥିଲି |ଧୀରେ ଧୀରେ ୨-୩ ବର୍ଷ ଉପରାନ୍ତେ ୨ ରୁ ୩ ଲକ୍ଷ ଲାଭ ଆସିବା ପରେ ମୁଁ ବ୍ୟାପାର ବିସ୍ତାର କଲି|ପରେ ମୁଁ ଋଣ ଆଣି ,ମଞ୍ଜି ୟୁନିଟ ସ୍ଥାପନ କଲି |ଏବଂ ଏହା ପରେ ପୁଣି ପ୍ରକ୍ରିୟାକରଣ ମଧ୍ୟ ଆରମ୍ଭ କଲି |୧୦ ବର୍ଷ ଭିତରେ ମୁଁ ଛତୁ ଉତ୍ପାଦନ,ମଞ୍ଜି ୟୁନିଟ ଏବଂ ପ୍ରକ୍ରିୟାକରଣ ସମେତ ୧ କୋଟି ରେ ସମ୍ପତି ରେ ମାଲିକ ହୋଇପାରିଛି |

 

କୃଷି ଜାଗରଣ :ଆପଣ ଆମ ଯୁବ ପିଢ଼ି କୁ କଣ କହିବାକୁ ଚାହିଁବେ ?
ସଂଜିତ ମହାନ୍ତି :ଛତୁ ଚାଷ ଦ୍ୱାରା ଜଣେ ଉଦ୍ୟୋଗୀ ନା କେବଳ ନିଜେ ସବଲମ୍ବି ହୋଇପାରିବ ବରଂ ଅନ୍ୟ ୧୦ ଜଣଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିବ |ଏହା ସବୁଠାରୁ ବଡ କଥା ଏବଂ ମୋ ମତରେ ତା ଠାରୁ ବଡ ଆତ୍ମସନ୍ତୋଷ ଆଉ କିଛି ହୋଇପାରିବ ନାହିଁ |

 

 

 

Share your comments