1. କୃଷି ବିଶ୍ବକୋଷ

ମିଲେଟ !କେମିତି କରେ ସ୍ୱାସ୍ଥ୍ୟ ରେ ଉନ୍ନତି??

ଆଜି କାଲି ଯୁବ ପିଢ଼ି ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢିବାର ଲାଗିଛି ତେଣୁ ସମୟାନୁକ୍ରମେ ସ୍ୱାସ୍ଥ୍ୟକର ଖାଦ୍ୟ ର ଚାହିଦା ବଢ଼ିବାରେ ଲାଗିଛି |ଏହି ଦିଗ ରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ ମିଲେଟ |

KJ Staff
KJ Staff

ଆଜି କାଲି ଯୁବ ପିଢ଼ି ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢିବାର ଲାଗିଛି ତେଣୁ ସମୟାନୁକ୍ରମେ ସ୍ୱାସ୍ଥ୍ୟକର ଖାଦ୍ୟ ର ଚାହିଦା ବଢ଼ିବାରେ ଲାଗିଛି |ଏହି ଦିଗ ରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ ମିଲେଟ |

ମିଲେଟ କହିଲେ କଣ ବୁଝିବା ?

ଶସ୍ୟ ଜାତୀୟ ସମସ୍ତ ଛୋଟ ମଞ୍ଜି ମଞ୍ଜି ଥିବା ଫସଲକୁ ମିଲେଟ କୁହାଯାଏ |ଏହା ବିଶ୍ୱ ର ଜନଜାତି ଅଞ୍ଚଳରେ ଖୁବ ପ୍ରସିଦ୍ଧ ମାତ୍ର ଏହାର ବଜାରରେ ଚାହିଦା କମ |ସ୍ୱାସ୍ଥ୍ୟକର ହୋଇଥିବାରୁ ଏବେ ପୁର୍ନବାର ଏହାର ଚାହିଦା ବଢିବାର ଲାଗିଛି |ଏହା ଉଭୟ ମଣିଷ ଓ ପଶୁଖାଦ୍ୟ ଭାବେ ବ୍ୟବହାର କରାଯାଏ |
ଶତକଡା ୯୭ ଭାଗ ର ମିଲେଟ ଆଫ୍ରିକା ଓ ଏସିଆ ରେ ଚାଷ କରାଯାଏ |ବିଭିନ୍ନ ପୋଷକ ତତ୍ଵ,ଲବଣ ଇତ୍ୟାଦି ରେ ଭରପୁର ଏହି ମିଲେଟ,ସ୍ୱାସ୍ଥ୍ୟ ପ୍ରତି ବେଶ ହିତକାରୀ |

ମିଲେଟ ର ପୋଷକ ତତ୍ଵ !
ଏବେ ମିଲେଟ ର ଚାହିଦା ବଢ଼ିବାରୁ ଭାରତ ଏବଂ ଅନ୍ୟ ରାଷ୍ଟ୍ର ମାନଙ୍କରେ ମିଲେଟ ଦ୍ୱାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଉଛି |ପ୍ରକାରାନ୍ତରେ ଭାରତ ଦ୍ୱିତୀୟ ମଧୁମେହ ରାଷ୍ଟ୍ର ଭାବେ ନାମ୍ନୀ !ତେଣୁ ଏହି ଦିଗରେ ମଧ୍ୟ ମିଲେଟ ବେଶ ଉପକାରୀ |ଏଥିରେ ପ୍ରଚୁର ମାତ୍ରାରେ ତନ୍ତୁ ,ମ୍ୟାଗନେସିଅମ,ଫସଫରସ ,ଲୌହ ,କ୍ୟାଲସିଅମ ,ଆଇରନ ,ପୋଟାସ ଇତ୍ୟାଦି ଭରି ରହିଥାଏ |


ଖାଦ୍ୟ ବିଶେଷଜ୍ଞ ତପସ୍ୟା ମୁନ୍ଧ୍ରା ଙ୍କ ଅନୁଯାୟୀ ,"ମିଲେଟ ସ୍ୱାସ୍ଥ୍ୟ ପ୍ରତି ବେଶ ହିତକାରୀ ଏବଂ ତାହା ପେଟ ରେ ପଚିବା ଲାଗି ଖୁବକମ ପାଣି ର ଦରକାର ହୋଇଥାଏ |ଏହା ବ୍ୟତୀତ ଏହାକୁ ବହୁତ ଦିନ ଲାଗି ସଂଗ୍ରହ କରି ରଖି ହେବ|ଏହାକୁ ନିୟମିତ ଭୋଜନ ରେ ଗ୍ରହଣ କଲେ ଉପଯୁକ୍ତ ମାତ୍ର ରେ ତନ୍ତୁ ,ସ୍ନେହସାର ଓ ପୃଷ୍ଟିସାର ମିଳିଥାଏ |ଏହା ନିଜ ମଧ୍ୟରେ ହିଁ ଏକ କମ୍ପ୍ଲେଟ ମିଲ |"

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments