
how to benefit from dried flowers in modern times...
ଯୁଗ ତଥା ସମୟ ବଦଳିଛି ତା ସହିତ ବଢିଛି ଲୋକଙ୍କ ଚାହିଦା l ବର୍ତମାନ ଆଧୁନିକ ଯୁଗରେ ଶୁଷ୍କ ଫୁଲର (Dry flower) ଚାହିଦା ବଢିବାକୁ ଲାଗିଛି ସବୁଠି | ତେବେ ଆମେ ଚାହିଦାକୁ ନଜରରେ ରଖି ଶୁଷ୍କ ଫୁଲର କୌଶଳ ଦ୍ୱାରା ଫୁଲକୁ ଅନେକ ଦିନ ପର୍ଯ୍ୟନ୍ତ ତାଜା ଓ ସୁନ୍ଦର କରି ରଖିପାରିବା ଓ ଏହାକୁ ଅନେକ ଦିନ ଧରି ବ୍ୟବହାର ମଧ୍ୟ କରାଯାଇପାରିବ | ଏହି କୌଶଳ ମାଧ୍ୟମରେ ସତେଜ ଫୁଲଗୁଡିକ ଶୁଖିବା ଆଗରୁ ସେଥିରେ ପରଫ୍ୟୁମ ମିଶାଇ ଦିଆଯାଇଥାଏ ଏବଂ ପଲିଥିନ ବ୍ୟାଗରେ ପ୍ୟାକିଂ କରି ସଂରକ୍ଷିତ ଭାବରେ ରଖାଯାଇଥାଏ |
ଏହା ଛଡ଼ା ଫୁଲ ଓ ଏହାର ପାଖୁଡାକୁ ଶୁଖାଇ ଏମିତି ଅନେକ ଜିନିଷ ପ୍ରସ୍ତୁତ କରାଯାଇ ପାରୁଛି, ଯାହାକି ନା ଖାଲି ଘରର ଶୋଭା ବଢ଼ାଉଛି ବରଂ ଆପଣଙ୍କୁ ଏକ ରୋଜଗାରର ମାଧ୍ୟମ ମଧ୍ୟ ଦେଇ ପାରିବ |
କିନ୍ତୁ ଫୁଲ ଚାଷ କରିବା ପୂର୍ବରୁ କେତେକ ପ୍ରମୁଖ ଆବଶ୍ୟକତାକୁ ଧ୍ୟାନରେ ରଖିବାକୁ ହୁଏ । ଏଥି ଲାଗି ଅନୁକୂଳ ଜମି, ଜଳସେଚନ ସୁବିଧା, ସୂର୍ଯ୍ୟ କିରଣ ତଥା ଥଣ୍ଡା ପାଗରୁ ଫୁଲକୁ ସୁରକ୍ଷା ପ୍ରଦାନ ଲାଗି ପଲିଥିନ, କଭର, ଠିକ୍ ସାର ପ୍ରୟୋଗର ଆବଶ୍ୟକତା ରହିଛି। ସେହିଭଳି ଜୈବିକଉପାୟରେ ମଧ୍ୟ ଉକ୍ତ କ୍ଷେତ୍ରରେ ଚାଷ, ରୋଗପେକ ଦମନ, ଉନ୍ନତ ବିହନ ବ୍ୟବହାରର ଆବଶ୍ୟକତା ରହିଛି। ବିଭିନ୍ନ ପ୍ରଜାତିର ଫୁଲ ମଧ୍ୟରେ ଗୋଲାପ, ରଜନୀଗନ୍ଧା, ସୂର୍ଯ୍ୟମୁଖୀ, ଟୁଲିପ, ଗୁଡିୟସ, ଅର୍କିଡ, କଇଁ ଷ୍ଟାଟିକା, ଆନୁଆଲ ଭିନକା, ଜାପାନିଜ ଇରିସ, ବ୍ଲକ୍ ଆଇଡ ସୁଶାନ ଭଳି ଅନ୍ୟ କେତେକ ଫୁଲର ବିଶେଷ ଭାବେ ଚାହିଦା ରହିଛି। ବୋନାସାଇ ଭଳି କେତେକ ଫୁଲକୁ ଘରୋଇ ବଜାରରେ ବିକ୍ରି ସହ ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ବିକ୍ରି କରିପାରିବେ । ସେହିଭଳି ଫ୍ଲାୱାର ବୁଟିକ୍କୁ ବିକ୍ରି କରି ପାରିବେ ।
ଏହି ମହଙ୍ଗା ଦୁନିଆରେ ଘରେ ବସିଥିବା ସ୍ତ୍ରୀ ଲୋକମାନେ ମଧ୍ୟ ଏହି ଶୁଷ୍କ ଫୁଲର କୌଶଳକୁ ବ୍ୟବହାର କରି ଭଲ ଦୁଇ ପଇସା ରୋଜଗାର କରିପାରିବେ | ଏହି କୌଶଳରୁ ପ୍ରସ୍ତୁତ ଜିନିଷ ବ୍ୟବସାୟ ପାଇଁ ଉତ୍ତମ ହୋଇଥିବା ବେଳେ ଅତି କମ ଅର୍ଥ ବିନିଯୋଗରେ ଏକ ଭଲ ବ୍ୟବସାୟ ମଧ୍ୟ ପ୍ରମାଣିତ ହୋଇ ପାରିବ | ଏହି ଉପାୟରେ କୃଷକ ନିଜର ଆୟ ବୃଦ୍ଧି କରି ଏକ ସୁଖମୟ ଜୀବନ ଅତିବାହିତ କରିପାରିବ | ଏହି ପଦ୍ଧତିରେ ଅଳ୍ପ ଟଙ୍କାରେ ଅଧିକ ଲାଭ ମିଳିଥାଏ l
ଦେଶ ବିଦେଶରେ ଶୁଷ୍କ ଫୁଲର ଚାହିଦା ଅନେକ ଓ ଭାରତରୁ ଏହାକୁ ଆମେରିକା, ଜାପାନ ଓ ଇଉରୋପ ଦେଶମାନେ ଆମଦାନୀ ମଧ୍ୟ କରୁଛନ୍ତି l ଶୁଷ୍କ ଫୁଲର ତାତ୍ପର୍ଯ୍ୟ କେବଳ ଫୁଲ ପର୍ଯ୍ୟନ୍ତ ହିଁ ସୀମିତ ନୁହେଁ, ମାତ୍ର ଏଥିରେ ମଞ୍ଜି,କଢ଼ ଇତ୍ୟାଦିକୁ ମଧ୍ୟ ସାମିଲ କରାଯାଇଥାଏ , ଯାହା ଏହାକୁ ଅଧିକ ଆକର୍ଷଣ କରିଥାଏ |ସୂଚନାନୁଯାୟୀ, ଭାରତରୁ ପ୍ରତି ବର୍ଷ ପାଖାପାଖି ୧୦୦ କୋଟି ଟଙ୍କାର ଶୁଷ୍କ ଫୁଲ ପ୍ରସ୍ତୁତ ହୋଇଥାଏ | ହାତ ତିଆରି କାଗଜ, ଲ୍ୟାମ୍ପ ସଜାଇବା, ମହମବତୀ ଷ୍ଟାଣ୍ଡ, ଝୋଟର ବ୍ୟାଗ, ଫଟୋ 6ଫ୍ରମ, ବିଭିନ୍ନ ପ୍ରକାରର ବକ୍ସ, ବହି, କବାଟ ସଜାଇବା ସାମଗ୍ରୀ, ଏବଂ ଅନ୍ୟାନ ଉପହାର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଶୁଷ୍କ ଫୁଲର ବ୍ୟବହାର କରାଯାଇଥାଏ |ଘରେ ପଡିରହିଥିବା ଅଦରକାରୀ ବସ୍ତୁ ଓ ଶୁଷ୍କ ଫୁଲରୁ ନିର୍ମିତ ଜିନିଷର ସୁନ୍ଦରତା ଆହୁରି ଅନେକ ହୋଇଥାଏ | ଶୁଷ୍କ ଫୁଲରୁ ପ୍ରସ୍ତୁତ ସମସ୍ତ ସାମଗ୍ରୀ ବ୍ୟବସାୟ ପାଇଁ ଅତ୍ୟନ୍ତ ଭଲ ହୋଇଥିବା ବେଳେ ସ୍ୱଳ୍ପ ନିବେଶରେ ଅଧିକ ଲାଭ ଯୋଗାଇଥାଏ |
ବେଳେ ଋତୁ ଅନୁସାରେ ଗଛର ଯତ୍ନ ନେବାକୁ ପଡିଥାଏ l ତେଣୁ ନିଜ ବଗିଚାର ଯତ୍ନ ନିମନ୍ତେ କିଛି ଖାସ୍ କଥା ଉପରେ ଧ୍ୟାନ ଦେବାକୁ ହେବ, ଯେପରି ଆପଣଙ୍କ ଗଛଗୁଡିକରୁ ଉତ୍ପାଦନ କମ ନ ହେବ ଏବଂ ଗଛଗୁଡ଼ିକର ବର୍ଷା କାରଣରୁ କିଛି କ୍ଷତି ନ ହେବ, ଅନ୍ୟ ଋତୁ ତୁଳନାରେ ବର୍ଷା ଋତୁରେ ଗଛଗୁଡ଼ିକ ଶୀଘ୍ର ବଢେ ଏବଂ ବିଭିନ୍ନ ପ୍ରକାର ଗଛ ରୋଇବାର କାର୍ଯ୍ୟ କରାଯାଇଥାଏ ଏହା ସହ ବର୍ଷା ଦିନମାନଙ୍କରେ ଗଛରେ ବିଭିନ୍ନ ପୋକ ମଧ୍ୟ ଲାଗିବାର ଭୟ ଥାଏ ଏବଂ ଅତ୍ୟଧିକ ପାଣି କାରଣରୁ ଗଛ ଖରାପ ହୋଇ ଯିବାର ଭୟ ମଧ୍ୟ ଥାଏ ତେଣୁ ଏହି ଋତୁରେ ଗଛଗୁଡିକର ଯତ୍ନ ନେବା ଜରୁରୀ l ବର୍ଷା ଋତୁରେ ବିଭିନ୍ନ ପ୍ରକାର ପୋକ ତଥା କୀଟ ଗଛ ର କ୍ଷତି କରନ୍ତି ତେଣୁ ଆପଣ ଯଥା ସମ୍ଭବ ପ୍ରାକୃତିକ କୀଟନାଶକ ଯଥା ନିମ ତେଲ ଇତ୍ୟାଦିର ବ୍ୟବହାର କରିପାରନ୍ତି ଏହା ଦ୍ୱାରା ଗଛର କୌଣସି କ୍ଷତି ମଧ୍ୟ ହୁଏନାହିଁ l ଗଛର ଶୁଖିଯାଇଥିବା ପତ୍ରକୁ ମଧ୍ୟ ଛିଣ୍ଡାଇ ଦିଅନ୍ତୁ ଅର୍ଥାତ ଆବଶ୍ୟକତା ଅନୁସାରେ ଗଛକୁ ଅଳ୍ପ ଅଳ୍ପ କାଟିବା ଉଚିତ, ଏହା ଦ୍ୱାରା ଗଛ ଭଲ ବଢିପାରେ l
ବିଦେଶ ବଜାରରେ ଶୋଭାବର୍ଦ୍ଧନ କରିବ ଭାରତର ମାଣ୍ଡିଆ
ମିଲେଟ ଚାଷୀମାନଙ୍କ ପାଇଁ ଖୁସିଖବର କେନ୍ଦ୍ର ସରକାର ଯୋଗାଇବେ ପ୍ରୋତ୍ସାହନ
Share your comments