1. କୃଷି ବିଶ୍ବକୋଷ

ଅଁଳା ଚାଷରୁ କିପରି ହୋଇପାରିବେ ଲାଭବାନ ??

ଗଛ ସମାଜ ପାଇଁ ଇଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସୁନ୍ଦର ତଥା ବହୁମୂଲ୍ୟ ଉପହାର l ଯେପରି ବିଭିନ୍ନ ରୋଗ ଓ ବ୍ୟାଧି ମଣିଷକୁ ଅସ୍ତବ୍ୟସ୍ତ କରିପକାଏ ସେପରି ସିଏ ଏହାର ଉପଚାର ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରିଛନ୍ତି l ତେବେ କଣ ଆପଣ ଜାଣନ୍ତି କି ଏପରି କେଉଁ ଫଳ ରହିଛି ଯାହା ଅନେକଗୁଡିଏ ରୋଗକୁ ଭଲ କରିପାରିବ l ସେହି ଫଳଟି ହେଉଛି ଅଁଳା l ଅଁଳା କୌଣସି ସାଧାରଣ ଫଳ ନୁହେଁ ମାତ୍ର ଏହା ଏକ ଔଷଧୀୟ ଫଳ l ଏଥିରେ ବହୁ ପରିମାଣରେ ଔଷଧୀୟ ଗୁଣ ଭରି ରହିଥାଏ l

Sugyan Kumar Nayak
Sugyan Kumar Nayak
Amla Farming

Amla Farming

ଗଛ ସମାଜ ପାଇଁ ଇଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସୁନ୍ଦର ତଥା ବହୁମୂଲ୍ୟ ଉପହାର l ଯେପରି ବିଭିନ୍ନ ରୋଗ ଓ ବ୍ୟାଧି ମଣିଷକୁ ଅସ୍ତବ୍ୟସ୍ତ କରିପକାଏ ସେପରି ସିଏ ଏହାର ଉପଚାର ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରିଛନ୍ତି l ତେବେ କଣ ଆପଣ ଜାଣନ୍ତି କି ଏପରି କେଉଁ ଫଳ ରହିଛି ଯାହା ଅନେକଗୁଡିଏ ରୋଗକୁ ଭଲ କରିପାରିବ l ସେହି ଫଳଟି ହେଉଛି ଅଁଳା l ଅଁଳା କୌଣସି ସାଧାରଣ ଫଳ ନୁହେଁ ମାତ୍ର ଏହା ଏକ ଔଷଧୀୟ ଫଳ l ଏଥିରେ ବହୁ ପରିମାଣରେ ଔଷଧୀୟ ଗୁଣ ଭରି ରହିଥାଏ l ଏହା ଭିଟାମିନ ସିର ଏକ ପ୍ରମୁଖ ସ୍ରୋତ, ଏହା ଛଡା ଏଥିରେ ଲୌହ, କ୍ୟାଲସିଅମ, ଫସଫରସ, ଭିଟାମିନ – ସି, ଏ ,ଇ ଓ ଆହୁରି ଅନେକ ପୋଷକତତ୍ତ୍ୱ ଭରି ରହିଥାଏ ଯାହା ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ l ଅଁଳା ଏକ ସବୁଜ ରଙ୍ଗର ଗୋଲାକାର ଫଳ ଯାହାକି ସାଧାରଣତଃ କଷାଳିଆ ସ୍ୱାଦ ବିଶିଷ୍ଟ ହୋଇଥାଏ l ଏହା ଭାରତର ଉଷ୍ମକ୍ରାନ୍ତୀୟ ଜଙ୍ଗଲ ସହିତ ଚୀନ ଓ ମିଆଁମାରର କିଛି ଜଙ୍ଗଲରେ ମଧ୍ୟ ମିଳିଥାଏ l ଅଁଳା ଆୟୁର୍ବେଦରେ ଉଲ୍ଲିଖିତ ଏକ ମାତ୍ର ଫଳ ଯାହାକି ଦୀର୍ଘ ୫୦୦୦ ବର୍ଷ ଧରି ଭାରତରେ ଦେଶୀ ଚିକିତ୍ସା ନିମନ୍ତେ ବ୍ୟବହୃତ ହେଉଛି l ଏହାକୁ ଉତ୍ପାଦନ କରିବାର ବିଭିନ୍ନ କୌଶଳ ଜାଣିବା ପାଇଁ ଏହି ଲେଖାଟିକୁ ନିଶ୍ଚିନ୍ତ ପଢନ୍ତୁ l

ଅଁଳା ଉଷ୍ମ ଜଳବାୟୁରେ ବଢିପାରୁଥିବା ଗଛ l ଏହାକୁ ଶୁଷ୍କ ପ୍ରଦେଶଗୁଡିକ ଅର୍ଥାତ ଅତି କମ ବର୍ଷା ହେଉଥିବା ଜାଗା ଗୁଡିକରେ ମଧ୍ୟ ଉତ୍ପାଦନ କରାଯାଇ ପାରିବ l ଏହି ଗଛ ଗୁଡିକର ୦.୪୬ ଡିଗ୍ରୀ ତାପମାତ୍ରା ସହିବାର କ୍ଷମତା ଥାଏ l ୬୩୦-୮୦୦ ମିଲିମିଟର ବର୍ଷା ଏହି ଗଛ ପାଇଁ ଅତ୍ୟନ୍ତ ଉପଯୁକ୍ତ ହୋଇଥାଏ ମାତ୍ର ଆମକୁ ଏଥି ପ୍ରତି ଧ୍ୟାନ ଦେବାକୁ ହେବ କି  ୩ ବର୍ଷ ପର୍ଯ୍ୟନ୍ତ ଏହି ଗଛକୁ ଗରମ ପବନ ଓ ଶୀତରୁ ରକ୍ଷା କରିବାକୁ ପଡିଥାଏ l ଅଁଳା ଚାଷ ନିମନ୍ତେ ବାଲିଆ ମାଟିକୁ ଛାଡି ଆନ୍ୟ ସମସ୍ତ ମାଟି ପ୍ରାୟ ଉପଯୁକ୍ତ ହୋଇଥାଏ l ଅଁଳା ଗଛ ସାଧାରଣତଃ ବହୁତ ଶକ୍ତ ହୋଇଥାଏ ତେଣୁ ଏହାକୁ ଆମେ ସାଧାରଣ ମାଟି ଓ ଅଳ୍ପ ପାଣିରେ ମଧ୍ୟ କରିପାରିବା l ଏହି ଚାଷ ପାଇଁ ବର୍ଷା ଋତୁରେ ଜମିରେ ଗାତ ଖୋଳିଦେବା ଉଚିତ ଓ ସେହି ଗାତରେ ପାଣି ଭରିଦେବା ଆବଶ୍ୟକ l ଖୋଳିଥିବା ଗାତରେ ୫୫-୬୦ କିଲୋଗ୍ରାମ ଗୋବର ମିଶାଇ ଦିଅନ୍ତୁ l ଏହାପରେ ୧୦ କିଲୋଗ୍ରାମ ବାଲିକୁ ୧୦ କିଲୋଗ୍ରାମ ଜିପସମ ଓ ଜୈବିକ ସାର ସହ ମିଶାଇ ପ୍ରସ୍ତୁତ ମିଶ୍ରଣକୁ ପ୍ରତିଟି ଗାତରେ ପ୍ରାୟ ୫ କିଲୋଗ୍ରାମ ଭରି ଦିଅନ୍ତୁ ,ଖତ ମିଶାଇବର ପ୍ରାୟ ୨୦-୨୫ ଦିନ ପରେ ହିଁ ଚାରା ରୋପଣ କରନ୍ତୁ l ଅଁଳାର ବିଭିନ୍ନ ପ୍ରଜାତିଗୁଡ଼ିକ ହେଲେ ଫ୍ରାନ୍ସିସ, କୃଷ୍ଣ, କାଞ୍ଚନ, ବନାରସୀ, ଏନ-ଏ-୬, ଏନ-ଏ-୭, ଏନ-ଏ-୧୦

ଉପଯୁକ୍ତ ଖତ ଓ ଉର୍ବରକ

ଅଁଳା ଚାଷ ନିମନ୍ତେ ପ୍ରାୟ ୫୦ କିଲୋଗ୍ରାମ ଗୋବର ଖତରେ ୨୦ କିଲୋଗ୍ରାମ ନିମ ଆଦିକୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହି ମିଶ୍ରଣକୁ ୩-୫ କିଲୋ ପ୍ରତିଟି ଗଛ ମୂଳରେ  ବର୍ଷକୁ ଦୁଇ ଥର ଦିଅନ୍ତୁ l ଅଧା ସାରକୁ ଜାନୁଆରୀ ମାସରେ ଓ ଅଧାକୁ ଜୁଲାଇ ମାସରେ ଯେତେବେଳେ ଫଳର ବିକାଶ ହେଉଥାଏ ସେତେବେଳେ ଦିଅନ୍ତୁ l ଅଁଳାର ୨୦ ବର୍ଷର ଗଛକୁ ୧୦ କିଲୋଗ୍ରାମ ସାର ଦିଆଯିବା ଉଚିତ l ଅଁଳାର ଗଛ ଓ ଫଳ ଅତି କୋମଳ ହୋଇଥିବାରୁ ଏଥିରେ ଶୀଘ୍ର ଓ ସହଜରେ ପୋକ ଲାଗିଯାଇଥାଏ l ଅଁଳା ଚାଷ ସମୟରେ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ଯେମିତି ଏହାକୁ କୌଣସି କୀଟ ସଂକ୍ରମଣ ନକରେ l ଆରମ୍ଭ ସମୟରେ ଏହି ଗଛରେ ଲାଗୁଥିବା କୀଟକୁ ଆମେ ହାତରେ କାଢିପାରିବା ଏହି ଗଛରେ ନିମ ପତ୍ରର ଫୁଟା ପାଣି ସିଞ୍ଚନ କରିଲେ ମଧ୍ୟ କୀଟ ଲାଗିନଥାଏ l ଅଁଳାର ଭଲ ଉତ୍ପାଦନ ପାଇଁ ଗଛକୁ ଶୀତ ଦିନମାନଙ୍କରେ ୧୦-୧୫ ଦିନରେ  ଜଳ ସେଚନ କରାଯିବା ଆବଶ୍ୟକ ଓ ଗରମ ଦିନମାନଙ୍କରେ ୭ ଦିନ ଅନ୍ତରରେ ଜଳସେଚନ କରାଯିବା ଆବଶ୍ୟକ l ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଜଳସେଚନର ଅଧିକ ବିଶେଷତ୍ୱ ରହିଥାଏ l

ଅଁଳା ଗଛ ଲଗାଯିବାର ପ୍ରାୟ ୪-୫ ବର୍ଷ ପରେ ଏଥିରେ ଫଳ ଆସିବା ଆରମ୍ଭ ହୋଇଥାଏ l ଏହାର ଫଳ ନଭେମ୍ବର ରୁ ଫେବୃଆରୀ ପର୍ଯ୍ୟନ୍ତ ପରିପକ୍ଵତା ଲାଭ କରେ l ଅଁଳାକୁ ସେତେବେଳେ ତୋଳନ୍ତୁ ଯେତେବେଳେ ଏହାର ଚୋପାର  ରଙ୍ଗ ସବୁଜରୁ ଫିକା ହଳଦିଆ ହୋଇଯାଇଥାଏ l ଏହାକୁ ହାତରେ ଗୋଟି ଗୋଟି କରି ତୋଳାନ୍ତୁ ଯେପରି ଏହା ନଷ୍ଟ ନହୁଏ l

ଅଁଳାର ଉପକାରିତା

୧.  ଅଁଳା ଆମ ଶରୀରକୁ ରୋଗମୁକ୍ତ ରଖିବାରେ ବିଶେଷ ସହାୟକ ହୋଇଥାଏ l

୨.  ଅଁଳା ରସ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ, ଏହା ଦୃଷ୍ଟି ଶକ୍ତିକୁ ପ୍ରଖର କରେ l

୩. ଏହା ପାଚନ କ୍ରିୟାରେ ସହାୟକ ହୁଏ l

୪. ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରେ l  

୫. ଏହା ଶରୀରରେ ରକ୍ତ ସଂଚାଳନ ପାଇଁ ମଧ୍ୟ ସହାୟକ ହୁଏ l

ଅଁଳାର ଆନେକ ଲାଭଦାୟକ ଦିଗ ରହିଛି, ତେଣୁ ଆପଣ ଏହି ଚାଷ କରି ଅନେକ ମାତ୍ରାରେ ଲାଭବାନ ହୋଇପାରିବେ  l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments