1. କୃଷି ବିଶ୍ବକୋଷ

ମଣିଷ କେଶ ରୁ ଜୈବିକ ଖତ:

ମଣିଷ କେଶ ରୁ ଜୈବିକ ଖତ:

KJ Staff
KJ Staff
ସମସ୍ତ ପ୍ରକାର ବର୍ଯ୍ୟ ବସ୍ତୁ ମଧ୍ୟରୁ ମଣିଷ କେଶ ର ନିଷ୍କାସନ ପାର୍ଲର ଏବଂ ବାରିକ ମାନଙ୍କ ଲାଗି ଏକ ବଡ ସମସ୍ୟା ହୋଇଥାଏ |ଜୈବିକ ଖତ ମଧ୍ୟ ବିଭିନ୍ନ ପ୍ରକାର ଜୈବିକ ବର୍ଜ୍ୟ କୁ ପ୍ରସ୍ତୁତ କରାଯାଇପାରିବ |ତେବେ ଏହି ମଣିଷ କେଶ କୁ ଜୈବିକ ଖତ ରେ ପରିଣତ କରିବା ନିଶ୍ଚିନ୍ତ ଏକ ଉତ୍ତମ ପଦକ୍ଷେପ |

ମଣିଷ ର କଟା ହୋଇଥିବା କେଶ ସମସ୍ତଙ୍କ ଲାଗି ବର୍ଜ୍ୟ ବସ୍ତୁ ହୋଇଥିଲେ ମଧ୍ୟ କେରଳ ଅତିଙ୍ଗଲ ସ୍ଥିତ ବର୍ଜ୍ୟ ନିଷ୍କାସନ କେନ୍ଦ୍ର ର ପ୍ରତିଷ୍ଠାତା ଏମ କେ.ମୋହନ କୁମାର ଙ୍କ ଲାଗି ଏହା ସ୍ଵର୍ଣ ସଦୃଶ |ତାଙ୍କର ପ୍ରୟାସ ଏବଂ କେରଳ କୃଷି ବିଶ୍ୱବିଦ୍ୟାଳୟ ର ସହଯୋଗ ରେ ଏବେ ମଣିଷ କେଶ ରୁ ଲିକୁଇଡ ଜୈବିକ ଖତ ପ୍ରସ୍ତୁତ କରାଯାଇପାରୁଛି |
ପ୍ରଥମେ ବିଭିନ୍ନ ରାସାୟନିକ ଦ୍ରବ୍ୟ ଦ୍ୱାରା କେଶ କୁ ଖଣ୍ଡ କରି ଏହାକୁ ଅଧିକ ତାପମାତ୍ରା ର ପ୍ରୟୋଗ କରି ଏହି ବର୍ଜ୍ୟ କେଶ କୁ ପ୍ରକ୍ରିୟାକରଣ କରା ଯିବା ପଶ୍ଚୟାତ ଏଠାକୁ ଖତ ପ୍ରସ୍ତୁତି ଲାଗି ବ୍ୟବହାର କରାଯାଏ |ଏହି ପ୍ରକ୍ରିୟା ପରେ ଉତ୍ପାଦିତ କଳା ରଙ୍ଗ ର ଦ୍ରବ୍ୟ ବିଶେଷ କରି ପନିପରିବା ଫସଲ ରେ ବେଶ ଉପକାରୀ ସାବ୍ୟସ୍ତ ହୋଇଛି |ଏଥିରେ ଯବକ୍ଷାରଜାନ ,ଫସଫରସ ସହ ପଟାସ ଅଧିକ ମାତ୍ରା ରେ ରହିଥାଏ |
ମୋହନ କୁମାର କେରଳ କୃଷି ବିଶ୍ୱବିଦ୍ୟାଳୟ ରୁ ଏହି ପ୍ରଯୁକ୍ତି ର ବ୍ୟବହାର କରି ପ୍ରଥମେ ପରୀକ୍ଷା ମୂଳକ ଭାବେ ୨୦ ଗ୍ରାମ କେଶ ରୁ ୧ ଲିଟର ର ଜୈବିକ ଖତ ପ୍ରସ୍ତୁତ କରିଥିଲେ ଏବଂ ଏହି ପରୀକ୍ଷା ରେ ସେ ଦେଖିଥିଲେ ଯେ ସାଧାରଣ ଖତ ତୁଳନାରେ ଏହି ଖତ ର ପ୍ରୟୋଗ ରେ ଗଛ ବେଶ ହୃଷ୍ଟ ପୃଷ୍ଟ ହୋଇ ବଢିବା ସହ ଶୀଘ୍ର ଫୁଲ ମଧ୍ୟ ଧରିଥିଲେ ବୋଲି ମୋହନ କୁମାର ମତ ଦେଇଥିଲେ |


"ଆମେ ଦୈନିକ ୪ ରୁ ୫ କି ଗ୍ରା ମଣିଷ କେଶ ସଂଗ୍ରହ କରୁ ଏବଂ ଅତିଙ୍ଗଲ ର ଏକ ଛୋଟ ପରୀକ୍ଷଣ କେନ୍ଦ୍ର ରେ ଏଥିରୁ ଖତ ପ୍ରସ୍ତୁତ କରିଥାଉ |ଏହା ବ୍ୟତୀତ ଆମେ ବାରିକ ଦୋକାନ ଏବଂ ପାର୍ଲର ମାନଙ୍କୁ ଅନୁରୋଧ କରୁ ଯେ ବ୍ଲେଡ ପ୍ରବୃତି ଜିନ୍ସ କୁ ସେହି କେଶ ରେ ମିସାଇବେ ନାହିଁ "ବୋଲି କହିଛନ୍ତି ମୋହନ କୁମାର |
କେରଳ କୃଷି ବିଶ୍ୱବିଦ୍ୟାଳୟ ର ପ୍ରଫେସର ଏବଂ ଏହି ପରୀକ୍ଷଣ ର ମୁଖ୍ୟ ପରିଚାଳକ ଡି ଗିରିଜା କହିଛନ୍ତି ଯେ କେଶ ରୁ ପ୍ରସ୍ତୁତ ଖତ ପ୍ରକୃତ ରେ ବେଶ ବହଳ ଥାଏ |ଏହିଥିରେ ୫ ଗୁଣ ପାଣି ମିଶାଇ ପତଳା କରିଲା ପରେ ଏହାକୁ ପରୀକ୍ଷା ମୂଳକ ଭାବେ ଭେଣ୍ଡି ଫସଲ ରେ ପ୍ରୟୋଗ କରାଯାଇଥିଲା ଏବଂ ଫଳସ୍ୱରୂପ ଭେଣ୍ଡି ଅଧିକ ହୃଷ୍ଟ ପୃଷ୍ଟ ହେବ ସହ ଅଧିକ ଅମଳ ମଧ୍ୟ ଦେଇଥିଲା |
ଏହି ପ୍ରଯୁକ୍ତି ବର୍ତମାନ ସରକାରୀ ସ୍ତର ରେ ପରୀକ୍ଷାମୂଳକ ଭାବେ ଯାଞ୍ଚ କରାଯାଉଛି |ଯଦି ଏହା ସଫଳ ହୁଏ ତେବେ କେବଳ ମଣିଷ କେଶ ନୁହେଁ ବରଂ କୁକୁଡ଼ା ପର ସହ ଅନ୍ୟାନ୍ୟ ଯିବା ଙ୍କ ର ଲୋମ ସାହାଯ୍ୟ ରେ ମଧ୍ୟ ଏକ ଉତ୍ତମ ଖତ ପ୍ରସ୍ତୁତ କରିହେବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments