Agripedia

Hydroponic farming:ବିନା ମାଟିରେ ଚାଷ, ଜାଣିଛନ୍ତି କି ?

ମାଟି ବିନା ମଧ୍ୟ ପରିବା ଓ ଫଳ ଆଦି ଉତ୍ପାଦନ ସମ୍ଭବ । ଏହା ନିଶ୍ଚିତ ଭାବେ କିଛି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଏହା ବାସ୍ତବ । ଆପଣ ଯଦି ନିଜ ଘରେ ଏକ ଛୋଟ ବଗିଚା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ଏହି ସ୍ବପ୍ନ ହାଇଡ୍ରୋପୋନିକ ଫାର୍ମିଂ ମାଧ୍ୟମରେ ସମ୍ଭବ ହୋଇପାରିବ ।

25 February, 2022 4:14 PM IST By: Sudesna Nayak

ମାଟି ବିନା ମଧ୍ୟ ପରିବା ଓ ଫଳ ଆଦି ଉତ୍ପାଦନ ସମ୍ଭବ । ଏହା ନିଶ୍ଚିତ ଭାବେ କିଛି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଏହା ବାସ୍ତବ । ଆପଣ ଯଦି ନିଜ ଘରେ ଏକ ଛୋଟ ବଗିଚା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ଏହି ସ୍ବପ୍ନ ହାଇଡ୍ରୋପୋନିକ ଫାର୍ମିଂ (Hydroponic Farming) ମାଧ୍ୟମରେ ସମ୍ଭବ ହୋଇପାରିବ ।

ଗବେଷଣାରୁ ଜଣାପଡ଼ିଛି ଯେ, ହାଇଡ୍ରୋପୋନିକ ଫାର୍ମିଂ (Hydroponic Farming) ଦ୍ବାରା ଭୂତଳ ଜଳ ଗଚ୍ଛିତ ହୋଇ ରହିବା ସହ ଫସଲ ଅଧିକ ଉତ୍ପାଦିତ ହେଉଛି । ତେବେ ଚାଲନ୍ତୁ ଏହି ମୃତ୍ତିକା ହୀନ ଚାଷ (Soilless Farming) ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

ହାଇଡ୍ରୋପୋନିକ ଫାର୍ମିଂ କ'ଣ ?

ହାଇଡ୍ରୋପୋନିକ୍ ଫାର୍ମିଂ (Hydroponic Farming) ହେଉଛି ଏକ ଟେକ୍ନୋଲୋଜି ଯେଉଁଥିରେ ଜଳ, ପୁଷ୍ଟିକର ଖାଦ୍ୟ ଏବଂ ଅନ୍ୟାନ୍ୟ ଉପାୟର ବ୍ୟବହାର ଦ୍ବାରା ଉଦ୍ଭିଦଗୁଡିକ ଘର ଭିତରେ ବଢିଥାଏ । ଏହା ଦୁନିଆର ଦ୍ରୁତତମ ବୃଦ୍ଧି ପାଉଥିବା କୃଷି ପ୍ରଯୁକ୍ତିବିଦ୍ୟା ମଧ୍ୟରେ ସ୍ଥାନ ପାଇଛି । ଏହି ଟେକ୍ନୋଲୋଜି ଆମେରିକା, ବ୍ରିଟେନ ଏବଂ ସିଙ୍ଗାପୁର ସମେତ ବିଶ୍ବର ଅନେକ ସ୍ଥାନରେ ବ୍ୟବହୃତ ହେଉଛି । ଚାଷର ଏହି ଆଧୁନିକ ଜ୍ଞାନକୌଶଳରେ ମାଟି ବିନା ଜଳବାୟୁକୁ ନିୟନ୍ତ୍ରଣ କରି ଚାଷ କାର୍ଯ୍ୟ କରାଯାଏ । ହାଇଡ୍ରୋପୋନିକ୍ (Hydroponic Farming)ଚାଷରେ, ଉଦ୍ଭିଦଗୁଡିକ କେବଳ ବାଲି ଏବଂ ପଥର ସହିତ ପାଣିରେ ବଢିଥାନ୍ତି ।

ଏଥିପାଇଁ ଫସଫରସ୍, ନାଇଟ୍ରୋଜେନ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ପୋଟାଶ୍, ଜିଙ୍କ୍, ସଲଫର, ଆଇରନ ଆଦି ଅନେକ ପୋଷକ ତତ୍ତ୍ବ ଏବଂ ଖଣିଜ ପଦାର୍ଥର ମିଶ୍ରଣ ପ୍ରସ୍ତୁତ କରାଯାଏ । ଏହାକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପାଣି ସହିତ ମିଶାଯାଏ । ଏହାଦ୍ବାରା ଉଦ୍ଭିଦଗୁଡ଼ିକ ପୋଷକ ତତ୍ତ୍ବ ପାଇଥାନ୍ତି । ହାଇଡ୍ରୋପୋନିକ୍ ଚାଷରେ ପାଇପ୍ ବ୍ୟବହାର କରି ଉଦ୍ଭିଦଗୁଡିକ ଲଗାଯାଏ । ପାଇପ୍‌ରେ ଅନେକ ଗାତ ରହିଥାଏ, ଯେଉଁଥିରେ ଉଦ୍ଭିଦଗୁଡିକୁ ରଖାଯାଏ । ଗଛର ଚେର ପାଇପ୍ ଭିତରେ ଥିବା ପୁଷ୍ଟିକର ମିଶ୍ରଣରେ ବୁଡି ରହିଥାଏ ।

ହାଇଡ୍ରୋପୋନିକ ଫାର୍ମିଂର ଉପକାରିତା

ଯଦି ହାଇଡ୍ରୋପୋନିକ୍ ଚାଷ (Hydroponic Farming) ସଠିକ୍ ଉପାୟରେ କରାଯାଏ ତେବେ 90 ପ୍ରତିଶତ ଜଳ ସଞ୍ଚୟ ହୋଇପାରିବ । ପାରମ୍ପାରିକ ଚାଷ ତୁଳନାରେ ଏହି ପଦ୍ଧତି ମାଧ୍ୟମରେ କମ ସ୍ଥାନରେ ଅଧିକ ଚାଷ ସମ୍ଭବ । ଏହି ଚାଷ ପ୍ରଣାଳୀ ବ୍ୟବହାର କରିବା ପରେ ପୁଷ୍ଟିକର ଖାଦ୍ୟ ନଷ୍ଟ ହୁଏ ନାହିଁ, ବରଂ ଉଦ୍ଭିଦମାନଙ୍କ ପାଇଁ ବୃଦ୍ଧିରେ ଏହା ବ୍ୟବହୃତ ହୁଏ । ଏହି କୌଶଳରେ ଉଦ୍ଭିଦଗୁଡିକ ପାଣିପାଗ, ପ୍ରାଣୀ କିମ୍ବା ଅନ୍ୟ କୌଣସି ବାହ୍ୟ ଅଣୁଜୀବ ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ । ଏହି କୌଶଳ ମାଧ୍ୟମରେ ଛୋଟ ଉଦ୍ଭିଦ ଫସଲ ଚାଷ କରାଯାଇପାରିବ । ଏହି ପ୍ରଣାଳୀକୁ ବ୍ୟବହାର କରି ଗାଜର, କାକୁଡି, ମୂଳା, ଆଳୁ, କ୍ୟାପସିକମ୍, ମଟର, ଲଙ୍କା , ଷ୍ଟ୍ରବେରି, ବ୍ଲାକ ବେରି, ବ୍ଲୁବେରି, ତରଭୁଜ, ଧନିଆ ପତ୍ର, ବ୍ରୋକଲି, ତରଭୂଜ ଆଦି ଉତ୍ପାଦିତ ହୋଇପାରିବ ।

ମୃତ୍ତିକାହୀନ ଚାଷ(Soilless farming) କାହିଁକି ଆବଶ୍ୟକ ?

ଭୂତଳ ଜଳ ସ୍ତର ହ୍ରାସକୁ ରୋକିବ

ଗତ ଦୁଇ ଦଶନ୍ଧିରେ ଦେଶରେ ଭୂତଳ ଜଳ ସ୍ତର ହ୍ରାସ ପାଇଛି । ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ହାରାହାରି ଜଳ ସ୍ତର 1 ମିଟର ହ୍ରାସ ପାଇଛି । ଗତ 10 ବର୍ଷରେ ଯେଉଁଠାରେ ମାଟି ତଳେ 30 ମିଟର ପର୍ଯ୍ୟନ୍ତ ଜଳ ଉପଲବ୍ଧ ଥିଲା, ବର୍ତ୍ତମାନ ସେଠାରେ 70 କିଲୋମିଟର ଜଳ ଉତ୍ସ ମଧ୍ୟ ଉପଲବ୍ଧ ନାହିଁ । ଅନେକ ଅଞ୍ଚଳରେ 40 ମିଟର ପର୍ଯ୍ୟନ୍ତ ସ୍ବଚ୍ଛ ଜଳ ଉପଲବ୍ଧ ରହୁଛି ମାତ୍ର ଜଳର ରଙ୍ଗ କଳା ହୋଇଯାଉଛି । ଭାରତରେ ନଦୀର ଜଳ ପ୍ରବାହ ମଧ୍ୟ କ୍ରମାଗତ ଭାବରେ ଶୁଖିଯାଉଛି ଏବଂ ଏହାର ସବୁଠାରୁ ବଡ କାରଣ ହେଉଛି ଜଙ୍ଗଲ କ୍ଷୟ । ଯାହାକି ଆଗାମୀ ପିଢି ପାଇଁ ଏକ ବଡ଼ ସମସ୍ୟା ରୂପେ ଉଭା ହେବାକୁ ଯାଉଛି ।

ଭୂତଳ ଜଳରେ ଫ୍ଲୋରିଡ ମାତ୍ରାକୁ କମାଇବ

ଏହି ଚାଷ ପ୍ରଣାଳୀ ଦ୍ବାରା ଭୂତଳ ଜଳ ବିଶୁଦ୍ଧ ହୋଇପାରିବ । ଏବେ ସଠିକ ପରିମାଣରେ ଆବର୍ଜନାର ସଠିକ ପରିଚାଳନା ଅଭାବରୁ ଭୂତଳ ଜଳରେ ଫ୍ଲୋରିଡ଼ର ମାତ୍ରା ବୃଦ୍ଧି ପାଉଛି । ଏହାର ମାତ୍ରା ବୃଦ୍ଧି ପାଇଲେ ମାଟି ତଳ ଜଳ ଦୂଷିତ ହେଉଛି ଏବଂ ଏହି ପାଣି ପିଇବା ଦ୍ବାରା ଅନେକ ଜଳ ଜନିତ ରୋଗରେ ଶିକାର ହେଉଛନ୍ତି ଲୋକେ । ଏହି ମୃତ୍ତିକାହୀନ ଚାଷ ଦ୍ବାରା ଭୂତଳ ଜଳ ଗଚ୍ଛିତ ହୋଇ ରହିବ । ଅଧିକ ମାତ୍ରାରେ ଜଳ ଗଚ୍ଛିତ ରହିବା ଫଳରେ ଫ୍ଲୋରିଡ଼ ପ୍ରଭାବ ମଧ୍ୟ ହ୍ରାସ ପାଇବ ବୋଲି ଗବେଷକମାନେ କହିଛନ୍ତି ।

Kotia Strawberry Farming : ଓଡିଶାରେ ଷ୍ଟ୍ରବେରୀ ଚାଷ, ହେବେ ମାଲାମାଲ୍

୧୫ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରନ୍ତୁ ଏହି ବ୍ୟବସାୟ ; ଆୟ କରିପାରିବେ ଲକ୍ଷ ଲକ୍ଷ ଟଙ୍କା