1. କୃଷି ବିଶ୍ବକୋଷ

Kotia Strawberry Farming : ଓଡିଶାରେ ଷ୍ଟ୍ରବେରୀ ଚାଷ, ହେବେ ମାଲାମାଲ୍

ଆପଣ ବ୍ୟବସାୟ ଖୋଜୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମେ ଆପଣମାନଙ୍କୁ ଏପରି ବ୍ୟବସାୟ ବିଷୟରେ କହୁଛୁ ଯାହାକୁ ଆପଣମାନେ ଅଳ୍ପ ଟଙ୍କାରୁ ଆରମ୍ଭ କରିପାରିବେ । ଏହା ସହିତ, ଆପଣମାନେ ଏଥିରୁ କିଛି ମାସ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିପାରିବେ ।

Sudesna Nayak
Sudesna Nayak
Kotia Strawberry Farming

Kotia Strawberry Farming

ଆପଣ ବ୍ୟବସାୟ ଖୋଜୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମେ ଆପଣମାନଙ୍କୁ ଏପରି ବ୍ୟବସାୟ ବିଷୟରେ କହୁଛୁ ଯାହାକୁ ଆପଣମାନେ ଅଳ୍ପ ଟଙ୍କାରୁ ଆରମ୍ଭ କରିପାରିବେ । ଏହା ସହିତ, ଆପଣମାନେ ଏଥିରୁ କିଛି ମାସ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରିପାରିବେ ।

ଓଡ଼ିଶା ମାଟିର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ ଏବେ ନୂଆ ଆଶା ଦେଖାଇଛି । କୋଟିଆ ମାଟିରେ ଷ୍ଟ୍ରବେରୀ (Strawberry) ଫଳିବା ପରେ ଚାଷୀ ମୁହଁରେ ହସ ଫୁଟିଛି ।

ପାହାଡ଼ ପର୍ବତ ମଧ୍ୟରେ ଛପି ରହିଥିବା ଛୋଟ ବଡ ଗାଁ ଗୁଡିକରେ କୋରାପୁଟ (Koraput) ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । କୋଟିଆ ପଞ୍ଚାୟତର ଏକ ନିଭୃତ କୋଣରେ ପାହାଡ଼ ଉପରେ ଥିବା ଗାଁ ଡଲିଆମ୍ବରେ ITDA ତରଫରୁ ଷ୍ଟ୍ରବେରୀ (Strawberry)ଭଳି ଅର୍ଥକାରୀ ଫସଲ କରି ଗ୍ରାମବାସୀଙ୍କୁ ସ୍ୱାବଲମ୍ବୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

ଡଲିଆମ୍ବରେ ବର୍ଷର ଅଧିକାଂଶ ସମୟ ଜଳବାୟୁ ଥଣ୍ଡା ରହୁଥିବା ଯୋଗୁଁ ଏହାକୁ ଷ୍ଟ୍ରବେରୀ ଚାଷ (Strawberry Farming) କରିବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରାଯାଇ ଗ୍ରାମବାସୀଙ୍କ ସହଭାଗିତାରେ ଗାଁ ନିକଟରେ ପାଞ୍ଚ ଏକର ଜାଗାକୁ ଷ୍ଟ୍ରବେରୀ ଚାଷ (Strawberry Farming) ଉପଯୋଗୀ କରାଯାଇଛି । ଏହି ଚାଷ ପାଇଁ ଚାରା ପୁନେରୁ ଅଣାଯାଇଥିବା ବେଳେ ଖେତ ପ୍ରସ୍ତୁତିରେ ବିଶେଷଜ୍ଞ ସହଯୋଗ କରୁଥିବା ଏସଡିସିର ପ୍ରକଳ୍ପ ଅଧିକାରୀ କାଶୀ ପ୍ରସାଦ ନାୟକ ଜଣାଇଛନ୍ତି ।

ଡଲିଆମ୍ବ ଗାଁର ୩ଟି ସ୍ବୟଂହାୟକ ଗୋଷ୍ଠୀ ସମେତ ପ୍ରାୟ ୪୫ ଘରର ଲୋକେ ଷ୍ଟ୍ରବେରୀ ଚାଷ (Strawberry Farming) କରିବା ପାଇଁ ଜମି ପ୍ରସ୍ତୁତ କରିଥିଲେ । ପୁନେରୁ ଉନ୍ନତଧରଣର ଚାରା ଅଣାଯାଇ ଚାଷରେ ବ୍ୟବହୃତ କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା । ମାର୍ଚ୍ଚ, ଏପ୍ରିଲ ସୁଦ୍ଧା ଉତ୍ପାଦନ ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ ଫେବୃଆରୀ ଶେଷାର୍ଦ୍ଧରୁ ଷ୍ଟ୍ରବେରୀ ଅମଳ ସବୁରି ମନରେ ଖୁସି ଭରି ଦେଇଛି । କୋରାପୁଟ କଫି, ହଳଦୀ ତିଆରି ସାବୁନ ସମେତ ଅନ୍ୟାନ୍ୟ ଉତ୍ପାଦ ଭଳି କୋରାପୁଟ ଷ୍ଟ୍ରବେରୀ (Strawberry)ଏ ମାଟିର ସ୍ବତନ୍ତ୍ର ପରିଚୟ ସୃ​‌ଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି ।

ପ୍ରକାଶ ଥାଉ ଯେ, ଗ୍ରାମବାସୀଙ୍କ ଉତ୍ସାହ ଦେଖିଲେ ଡଲିଆମ୍ବରେ ଷ୍ଟ୍ରବେରୀ ଚାଷ (Strawberry Farming) ସମଗ୍ର କୋଟିଆ ପଞ୍ଚାୟତ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ହେବ ବୋଲି ସେ ଆଶାପୋଷଣ କରିଛନ୍ତି । ବର୍ତ୍ତମାନ ଫଳ ଧରିବା ଆରମ୍ଭ ହୋଇଯାଇଥିବା ଯୋଗୁଁ ପାଞ୍ଚ ଏକରରେ ଲଗାଯାଇଥିବା ୫୫ ହଜାର ଷ୍ଟ୍ରବେରୀ (Strawberry) ଗଛରୁ ପ୍ରାୟ ୨୫ ଟନ ଫଳ ଉତ୍ପାଦିତ ହେବ ବୋଲି ସେ ଆଶାପୋଷଣ କରିଛନ୍ତି । ଅପରପକ୍ଷରେ ଗ୍ରାମବାସୀ ମଧ୍ୟ ଏହି ନୂତନ ଚାଷର ସଫଳତାକୁ ନେଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛନ୍ତି ବୋଲି ଗାଁର ଯୁବକ ଅନିଲ ପାଙ୍ଗି ଜଣାଇଛନ୍ତି ।

ଏହି ବ୍ୟବସାୟ କଲେ ଲକ୍ଷ ଲକ୍ଷ ଟଙ୍କା କରିବେ ରୋଜଗାର, ସରକାର ବି କରିବେ ସାହାଯ୍ୟ

୧୫ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରନ୍ତୁ ଏହି ବ୍ୟବସାୟ ; ଆୟ କରିପାରିବେ ଲକ୍ଷ ଲକ୍ଷ ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments