1. କୃଷି ବିଶ୍ବକୋଷ

୨ ନୂତନ କିସମର ଗହମ, ଯାହା ଚାଷୀଙ୍କୁ ଦେବ ପ୍ରବଳ ଲାଭ !

ଏହି ଦୁଇ କିସମ ଚାଷୀଙ୍କୁ ଦେବ ପ୍ରବଳ ଲାଭ !

Tanushree Mahapatra
Tanushree Mahapatra
Icar launched 02 new varieties of wheat

Icar launched 02 new varieties of wheat

ICAR ଚାଷୀଙ୍କ ପାଇଁ ୨ ଟି ନୂତନ କିସମର ଗହମ ବିକଶିତ କରିଛି l ଏହି ନୂତନ କିସମଗୁଡିକ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନରେ ବିକଶିତ କରାଯାଇଛି l ଏହି କିସମଗୁଡିକ ଦେଶର ବିଭିନ୍ନ ରାଜ୍ୟର ପାଣିପାଗ ସହ ଖାପ ଖୁଆଇଛନ୍ତି l ଏହି କିସମଗୁଡିକ ଭାରତର ବିଭିନ୍ନ ଜଳବାୟୁ ମଣ୍ଡଳକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ବିକଶିତ ହୋଇଛି l ଯାହା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିପାରିବେ l

ଦୁଇଟି ନୂତନ କିସମର ଗହମ ଆଗାମୀ ରବି ଋତୁରେ କୃଷକମାନଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ l ICAR ନିକଟରେ ପୁସା ଗହମ ଶରବତୀ (HI 1665) ଏବଂ ପୁସା ଗହମ ଗୌରବ (HI 8840) ନାମକ ଦୁଇଟି ଉନ୍ନତ କିସମ ବିକଶିତ ହୋଇଛି l ଯାହା ଚାଷୀଙ୍କୁ ଭଲ ଅମଳ ସହିତ ଭଲ ଲାଭ ମଧ୍ୟ ପ୍ରଦାନ କରିବ l

ପୁଷା ଗହମ ଶରାବତୀ (HI 1665) :-

ପୁଷା ଗହମ ଶରବତୀ (HI 1665) ହେଉଛି ଏକ ଭଲ ଉନ୍ନତ କିସମ l ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁର ସମତଳ ଭୂମିରେ ଚାଷ ପାଇଁ ଏହା ପ୍ରଯୁଜ୍ୟ l ଏହି କିସମ ଠିକ୍ ସମୟରେ ବୁଣିବା ଆବଶ୍ୟକ  ଏବଂ ଜଳସେଚିତ ଅବସ୍ଥାରେ ସୀମିତ ସମ୍ବଳ ଥିବା ସତ୍ତ୍ୱେ ଏହା ଭଲ ଅମଳ ଦେଇଥାଏ ଏବଂ ଏହାର ଉତ୍ପାଦନ ୩୩ କ୍ୱିଣ୍ଟାଲ୍ / ହେକ୍ଟର ପ୍ରତି ଏବଂ ୧୧୦ ଦିନରେ ଅମଳ ପ୍ରଦାନ କରିବ l ଏଥିରେ ରୋଗ ପୋକ ହେବାର ସମ୍ଭାବନା ଅଳ୍ପ ରହିଛି l ଭଲ ଅମଳ ମଧ୍ୟ ପ୍ରଦାନ କରିବ ଏହା ଚାଷୀଙ୍କୁ l

ପୁସା ଗହମ ଗୌରବ (HI 8840) :-

ପୁସା ଗହମ ଗୌରବ (HI 8840) କିସମ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁର ସମତଳ ଭୂମି ପାଇଁ ଚାଷ ହୋଇପାରିବ l ଜଳସେଚିତ ଅବସ୍ଥାରେ ଏହି କିସମ ଉତ୍କୃଷ୍ଟ କାର୍ଯ୍ୟ କରିଥାଏ ଏବଂ ୩୦.୨ କ୍ୱିଣ୍ଟାଲ / ହେକ୍ଟର ପ୍ରତି ଅମଳ ସହିତ ଉଚ୍ଚ ଶସ୍ୟ ଗୁଣ ମଧ୍ୟ ରହିଛି l ଉତ୍ତାପ ପାଇଁ ସହନଶୀଳ ଏବଂ ଉଚ୍ଚ ଜିଙ୍କ୍ (୪୧.୧ ppm) ଏବଂ ଲୌହ (୩୮.୫  ppm) ଏବଂ ପ୍ରୋଟିନ୍ (୧୨%) ସହିତ ଆସିଥାଏ l ଏହି କିସମରେ ମଧ୍ୟ ରୋଗ ପୋକ ହେବାର ସମ୍ଭାବନା ଅଳ୍ପ ରହିଥାଏ l

ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା ଏହି କିସମ ବିକଶିତ ହୋଇଛି l ଏହି ଉନ୍ନତ କିସମଗୁଡିକ ଆଗାମୀ ରବି ଋତୁରେ କୃଷକମାନଙ୍କ ପାଇଁ ଏକ ସ୍ଥିର ଏବଂ ଲାଭଦାୟକ ବିକଳ୍ପ ପ୍ରଦାନ କରିଥାଏ l ଯାହା ସେମାନଙ୍କୁ ଆଧୁନିକ କୃଷି ଅଭ୍ୟାସ ସହିତ ଅଧିକ ପ୍ରତିଯୋଗୀ ଏବଂ ଲାଭଦାୟକ କରିବ l

ଅଧିକ ପଢ଼ନ୍ତୁ

୨୪,୮୦୦ଟି ବର୍ଷା ଜଳ ସଂରକ୍ଷଣ ସଂରଚନା ନିର୍ମାଣ

କୃଷି ଜାଗରଣର ପ୍ରତିଷ୍ଠା ଦିବସ ପାଳନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ