
Importance of anugul kvk , image source - anugul kvk
ଓଡ଼ିଶାରେ ମୋଟ୍ କୃଷି ବିଜ୍ଞାନ କେନ୍ଦ୍ର (KVK) ସଂଖ୍ୟା ହେଉଛି ୩୩ । ଓଡ଼ିଶାରେ ପାଖାପାଖି ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏମାନଙ୍କୁ କୃଷି କାର୍ଯ୍ୟ ଦ୍ୱାରା ଆଗକୁ ବଢ଼ାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଏହି କୃଷି ବିଜ୍ଞାନର ସମସ୍ତ କାର୍ଯ୍ୟକର୍ତା ଜିଲ୍ଲାର ଚାଷୀଙ୍କୁ ଚାଷ ପ୍ରଣାଳୀରୁ ଆରମ୍ଭ କରି ଚାଷ ଶୈଳୀ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି l
ଏବେ ଚାଷୀଙ୍କ ଚାଷ ସହିତ ଚାଷୀଙ୍କୁ ନିକଟତର କରାଇବା ପାଇଁ ପ୍ରତି ଜିଲ୍ଲାରେ କାମ କରୁଛି କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ବିଜ୍ଞାନ କେନ୍ଦ୍ର ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ ପ୍ରତିଷ୍ଠା କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଦାୟିତ୍ୱ ହେଉଛି କୃଷକମାନଙ୍କୁ ନୂଆ ନୂଆ ତାଲିମ ଯୋଗାଇବା ସହ କୃଷି ସହିତ ଜଡିତ ଥିବା ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବସ୍ତୁ ସହ କୃଷକଙ୍କୁ ପରିଚିତ କରାଇବା । ତେବେ ସମଗ୍ର ଭାରତ ବର୍ଷରେ ମୋଟ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର ରହିଛି ଯାହା ପ୍ରତି ଜିଲ୍ଲାରେ ଚାଷୀଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛି ।
ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରର ବିକାଶ ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICR) ଏବଂ ଏହାର ଅନୁବନ୍ଧିତ ଅନୁଷ୍ଠାନ ଦ୍ୱାରା ପ୍ରତିଷ୍ଠିତ ଏକ କୃଷି ସମ୍ପ୍ରସାରଣ କେନ୍ଦ୍ର ହେଉଛି କୃଷି ବିଜ୍ଞାନ କେନ୍ଦ୍ର (KVK) । ଯାହାକି ଶତ ପ୍ରତିଶତ ସରକାରଙ୍କ ଦ୍ୱାରା ଅନୁମୋଦିତ । ଏହି କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ମୁଖ୍ୟତଃ କୃଷି ବିଶ୍ୱବିଦ୍ୟାଳୟ ଆଇସିଆର ଅନୁଷ୍ଠାନ, ସମ୍ପୃକ୍ତ ସରକାରୀ ବିଭାଗ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଣ-ସରକାରୀ ସଂଗଠନ ଦ୍ୱାରା ମଞ୍ଜୁର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ପରିଚୟ ଏବଂ ସେହି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ସେମାନଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ।‘କୃଷି ଜାଗରଣ’ ମାଧ୍ୟମରେ ଆମେ ଆପଣଙ୍କୁ ଭାଗ ଭାଗ କରି ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ କହିବୁ ।ଯଦ୍ୱାରା କୃଷି କାର୍ଯ୍ୟରେ ନିୟୋଜିତ ଥିବା ଓ କୃଷି କାର୍ଯ୍ୟରେ ମନ ବଳାଉଥିବା ଯୁବପିଢ଼ୀ ଲାଭବାନ ହୋଇପାରିବେ । ତେବେ ଆମେ କୃଷି ଜାଗରଣ ସଂସ୍ଥା ତରଫରୁ ଆପଣ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ବିଷୟରେ ଆମ ସ୍ୱତନ୍ତ୍ର ଅନୁଛେଦରେ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରିଛୁ l ଆସନ୍ତୁ ଜାଣିବା ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ –
କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳ -
୨୦୧୧ ଜଣଗଣନା ଅନୁସାରେ,ଅନୁଗୁଳ ଜିଲ୍ଲାର ଲୋକସଂଖ୍ୟା ୪୪,୩୯୦ । ପୁରୁଷ ୫୫% ଆଉ ମହିଳା ୪୫% ରହିଛନ୍ତି । ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି । ସାଧାରଣତଃ ଦେଖିବାକୁ ଗଲେ ଅନୁଗୁଳ ଜ଼ିଲ୍ଲାରେ ୪ଟି ମୁଖ୍ୟ ଋତୁ ଦେଖାଦିଏ । ଅପ୍ରେଲରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ,ଜୁଲାଇରୁ ଅକ୍ଟୋବର ଯାଏଁ ବର୍ଷା, ନଭେମ୍ବରରୁ ଫେବୃୟାରୀ ଯାଏଁ ଶୀତ ଓ ଫେବୃୟାରୀ ଓ ମାର୍ଚ୍ଚରେ ବସନ୍ତ ଋତୁ ରହୁଥିବା ଦେଖିବାକୁ ମିଳେ । ବାର୍ଷିକ ହାରାହାରି ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ ଯାହା ଚାଷକାର୍ଯ୍ୟରେ ସାହାଯ୍ୟ କରେ । ଅନଗୁଳଠାରେ ଏକ ପାଣିପାଗ ଅନୁଷ୍ଠାନ ଅବସ୍ଥିତ l ଏଠାରେ ଅଧିକ ତାପମାତ୍ରା ୪୪ ଡିଗ୍ରୀ ହାରାହାରି ଏବଂ ସର୍ବ ନିମ୍ନ ୧୧ ଡିଗ୍ରୀ ସେଲସିଅସ୍ ଜଣା ପଡ଼ିଛି l ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗ୍ରୀ ଜଣା ପଡ଼ିଛି । ବର୍ଷ ସାରା ମୃଦୁ ପବନ ବୋହିବା ସଙ୍ଗେ ସଙ୍ଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗରେ ଆଧିକତ୍ୟା ଦେଖାଦିଏ l ୨୦୧୩ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳରେ ୧୦୦ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା l ଯାହାଦ୍ୱାରା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା l ଯେଉଁଥିପାଇଁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ l
ଅନୁଗୁଳ ଜିଲ୍ଲାରେ ଧାନ , ଗହମ , ସୋରିଷ , ମୁଗ , ବିରି , ବାଇଗଣ , ଲେମ୍ବୁ , ଆମ୍ବ , ପଣସ ଭଳି ଅନେକ ପ୍ରକାର ଚାଷ କାର୍ଯ୍ୟ ହେଉଛି l ବର୍ଷା କିମ୍ବା ଅନ୍ୟାନ୍ୟ ପାଣିପାଗ କାରଣରୁ ବେଳେବେଳେ ଚାଷ ନଷ୍ଟ ମଧ୍ୟ ହେଉଛି l ଚାଷ ନଷ୍ଟ ପରେ ଚାଷୀ ଆଉ ସେହି ମୃତ୍ତିକାରେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି l ଅନେକ ସମୟରେ ସେହିଭଳି ଚାଷ ଠାରେ ଚାଷ ପରେ ଫସଲ ଜମି କୁ ପଡିଆ କରି ରଖୁଛନ୍ତି l ଆଉ ଏହି ସମୟରେ ଚାଷୀଙ୍କୁ ବାଟ ଦେଖାଉଛନ୍ତି କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ l ବିହନ ରୁ ଆରମ୍ଭ କରି ଚାଷୀଙ୍କୁ କୃଷି ଯନ୍ତ୍ରପାତି ପର୍ଯ୍ୟନ୍ତ କିପରି କମ ରିହାତି ସହିତ ମିଳିବ ଏବଂ ଚାଷ କାମ ସହଜ ହୋଇ ପାରିବ ସେଥି ନିମନ୍ତେ ଅବଗତ କରାଉଛନ୍ତି l ନିଜେ ଅଧିକାରୀମାନେ ଚାଷୀଙ୍କ ପାଖକୁ ଯାଇ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ଚାଷ କାମ ସମ୍ପର୍କରେ ଅବଗତ ମଧ୍ୟ କରାଉଛନ୍ତି l କେଉଁ ପାଗରେ କେଉଁ ଚାଷ ଭଲ ହୋଇ ପାରିବ ସେଥିପାଇଁ ଚାଷୀଙ୍କୁ ବୁଝାଉଛନ୍ତି l ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକରେ କୃଷି ମେଳା ସହିତ ପ୍ରାକୃତିକ କୃଷି ଉପରେ ପ୍ରଦର୍ଶନୀର ଆୟୋଜନ କରାଯାଇଥାଏ l ଯାହା ଚାଷୀଙ୍କୁ ତାଲିମ ନେବାରେ ସାହାଯ୍ୟ କରିଥାଏ l ନୂଆ ନୂଆ ଚାଷ ପ୍ରଣାଳୀ ସହିତ ଚାଷୀ ପରିଚିତ ହେଉଛନ୍ତି l ଚାଷୀଙ୍କ ରୋଜଗାର ମଧ୍ୟ ଦ୍ଵିଗୁଣ କରିବାରେ ସାହାଯ୍ୟ କରୁଛନ୍ତି ଅଧିକାରୀମାନେ l
ଯୋଗାଯୋଗ ଜରିଆ -
Address:Krishi Vigyan Kendra, 259, Vikas Nagar, (PO) P.T.C
District: Angul
Pin Code: 759123
Landline 1:06641- 226039
Personal Email: angulkvk@yahoo.com
Website: http://www.icar.org.in/files/KVK
କୃଷି ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ସହ ନିଜକୁ ଯୋଡ଼ିବାକୁ ଚାହୁଁଥିଲେ କୃଷି ଜାଗରଣ ଓଡ଼ିଶାକୁ ଫଲୋ କରନ୍ତୁ.....
Share your comments