Agripedia

ନମସ୍କାର କେନ୍ଦୁଝର, ଆସନ୍ତୁ ଜାଣିବା ଆପଣଙ୍କ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରର କ'ଣ ରହିଛି ବିଶେଷତ୍ୱ ?

ଓଡ଼ିଶାରେ ମୋଟ୍ କୃଷି ବିଜ୍ଞାନ କେନ୍ଦ୍ର (KVK) ସଂଖ୍ୟା ହେଉଛି ୩୩ । ଓଡ଼ିଶାରେ ପାଖାପାଖି ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏମାନଙ୍କୁ କୃଷି କାର୍ଯ୍ୟ ଦ୍ୱାରା ଆଗକୁ ବଢ଼ାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି ।

04 May, 2023 8:00 PM IST By: Tanushree Mahapatra

ଓଡ଼ିଶାରେ ମୋଟ୍ କୃଷି ବିଜ୍ଞାନ କେନ୍ଦ୍ର (KVK) ସଂଖ୍ୟା ହେଉଛି ୩୩ । ଓଡ଼ିଶାରେ ପାଖାପାଖି ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏମାନଙ୍କୁ କୃଷି କାର୍ଯ୍ୟ ଦ୍ୱାରା ଆଗକୁ ବଢ଼ାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି ।

ଏହି କୃଷି ବିଜ୍ଞାନର ସମସ୍ତ କାର୍ଯ୍ୟକର୍ତା ଜିଲ୍ଲାର ଚାଷୀଙ୍କୁ ଚାଷ ପ୍ରଣାଳୀରୁ ଆରମ୍ଭ କରି ଚାଷ ଶୈଳୀ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି l ଏବେ ଚାଷୀଙ୍କ ଚାଷ ସହିତ ଚାଷୀଙ୍କୁ ନିକଟତର କରାଇବା ପାଇଁ ପ୍ରତି ଜିଲ୍ଲାରେ କାମ କରୁଛି କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ବିଜ୍ଞାନ କେନ୍ଦ୍ର ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ ପ୍ରତିଷ୍ଠା କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଦାୟିତ୍ୱ ହେଉଛି କୃଷକମାନଙ୍କୁ ନୂଆ ନୂଆ ତାଲିମ ଯୋଗାଇବା ସହ କୃଷି ସହିତ ଜଡିତ ଥିବା ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବସ୍ତୁ ସହ କୃଷକଙ୍କୁ ପରିଚିତ କରାଇବା । ତେବେ ସମଗ୍ର ଭାରତ ବର୍ଷରେ ମୋଟ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର ରହିଛି ଯାହା ପ୍ରତି ଜିଲ୍ଲାରେ ଚାଷୀଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛି  ।

ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରର ବିକାଶ ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICR) ଏବଂ ଏହାର ଅନୁବନ୍ଧିତ ଅନୁଷ୍ଠାନ ଦ୍ୱାରା ପ୍ରତିଷ୍ଠିତ ଏକ କୃଷି ସମ୍ପ୍ରସାରଣ କେନ୍ଦ୍ର ହେଉଛି କୃଷି ବିଜ୍ଞାନ କେନ୍ଦ୍ର (KVK) । ଯାହାକି ଶତ ପ୍ରତିଶତ ସରକାରଙ୍କ ଦ୍ୱାରା ଅନୁମୋଦିତ । ଏହି କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ମୁଖ୍ୟତଃ କୃଷି ବିଶ୍ୱବିଦ୍ୟାଳୟ ଆଇସିଆର ଅନୁଷ୍ଠାନ, ସମ୍ପୃକ୍ତ ସରକାରୀ ବିଭାଗ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଣ-ସରକାରୀ ସଂଗଠନ ଦ୍ୱାରା ମଞ୍ଜୁର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ପରିଚୟ ଏବଂ ସେହି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ସେମାନଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ।‘କୃଷି ଜାଗରଣ’ ମାଧ୍ୟମରେ ଆମେ ଆପଣଙ୍କୁ ଭାଗ ଭାଗ କରି ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ କହିବୁ ।ଯଦ୍ୱାରା କୃଷି କାର୍ଯ୍ୟରେ ନିୟୋଜିତ ଥିବା ଓ କୃଷି କାର୍ଯ୍ୟରେ ମନ ବଳାଉଥିବା ଯୁବପିଢ଼ୀ ଲାଭବାନ ହୋଇପାରିବେ । ତେବେ ଆମେ କୃଷି ଜାଗରଣ ସଂସ୍ଥା ତରଫରୁ ଆପଣ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ବିଷୟରେ ଆମ ସ୍ୱତନ୍ତ୍ର ଅନୁଛେଦରେ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରିଛୁ l ଆସନ୍ତୁ ଜାଣିବା କେନ୍ଦୁଝର  ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ –

କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦୁଝର

 

କୃଷି ବିଜ୍ଞାନ କେନ୍ଦ୍ର ,କେନ୍ଦୁଝର ଜିଲ୍ଲା ,  ଓଡ଼ିଶା ମେ ୧୯୮୨ ରେ ଭୁବନେଶ୍ୱରର ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ଦିଲ୍ଲୀର ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦ ଦ୍ୱାରା ପ୍ରତିଷ୍ଠିତ ରାଜ୍ୟର ପ୍ରଥମ କୃଷି ବିଜ୍ଞାନ କେନ୍ଦ୍ର । ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ପାଇଁ ଏକ ସହଯୋଗୀ କ୍ଷେତ୍ର କୃଷିରେ ଉତ୍ପାଦନ ଏବଂ ଉତ୍ପାଦନ ବୃଦ୍ଧି କରିବା | ଅନୁସନ୍ଧାନ ପ୍ରତିଷ୍ଠାନରେ ଟେକ୍ନୋଲୋଜିର ଉତ୍ପାଦନ ଏବଂ କୃଷି କ୍ଷେତ୍ରକୁ ଉତ୍ପାଦନ ଏବଂ ଉତ୍ପାଦନ ବୃଦ୍ଧି, କୃଷି ଏବଂ ସହଯୋଗୀ କ୍ଷେତ୍ରରୁ ଆୟ ବୃଦ୍ଧି ପାଇଁ KVK ର ଉଦ୍ଦେଶ୍ୟ ହେଉଛି ଚାଷରେ ସମୟ ହ୍ରାସ କରିବା | କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ ସହଯୋଗୀ ଉଦ୍ୟୋଗ କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ଅଭ୍ୟାସ କରୁଥିବା କୃଷକ, କୃଷକ ମହିଳା, ଗ୍ରାମାଞ୍ଚଳର ଯୁବକ ଏବଂ ସମ୍ପ୍ରସାରଣ କାର୍ଯ୍ୟକାରିଣୀମାନଙ୍କୁ ତାଲିମ ପ୍ରଦାନ କରିବାର ଆଦେଶ ସହିତ ଏହା ଏକ ଅଭିନବ ଅନୁଷ୍ଠାନ ସୃଷ୍ଟି କରିବା l

ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଜିଲ୍ଲା ୨୧.୧° ଉ.ରୁ ୨୨.୧୦° ଉ. ଅକ୍ଷାଂଶ ଏବଂ ୮୫.୧୧° ପୂ.ରୁ ୮୬.୨୨° ପୂ. ଦ୍ରାଘିମା ମଧ୍ୟରେ ଅବସ୍ଥିତ । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୂରଭଞ୍ଜ ଓ ଭଦ୍ରକ, ଦକ୍ଷିଣରେ ଯାଜପୁର, ପଶ୍ଚିମରେ ଢେଙ୍କାନାଳ ଓ ସୁନ୍ଦରଗଡ଼ ଏବଂ ଉତ୍ତରରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଜିଲ୍ଲାଟି ମଧ୍ୟ ବନ ଜଙ୍ଗଲ ଘେରା ବହୁଳ ଆଦିବାସୀ ଅଞ୍ଚଳ l ଜିଲ୍ଲାରେ ଚାଷ ମାତ୍ରା ଅଧିକ l ଜିଲ୍ଲାରେ ଚାଷୀ ଅନେକ ପ୍ରକାର ଚାଷ କରୁଛନ୍ତି l  ଧାନ ରୁ ଆରମ୍ଭ କରି ପାରିବ ଏବଂ ଫଳ ମଧ୍ୟ ଚାଷ କରାଯାଉଛି l ଅନେକ ସ୍ଥାନରେ ଚାଷୀ ବେଳେବେଳେ ଚାଷ କାର୍ଯ୍ୟ କୁ ନେଇ ଦ୍ଵନ୍ଦରେ ପଡୁଛନ୍ତି କିନ୍ତୁ କୃଷି ବିଜ୍ଞାନ ଜିଲ୍ଲାରେ ଅବସ୍ଥିତ ଥିବାରୁ ଚାଷୀଙ୍କୁ ଆଉ ହଇରାଣ ହେବାକୁ ପଡୁନାହିଁ l ଚାଷ ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ ଏହି କେନ୍ଦ୍ରର କର୍ମଚାରୀଙ୍କ ଦ୍ୱାରା ସଫଳ ଭାବେ ସମାଧାନ କରିବା ପାଇଁ କାର୍ଯ୍ୟ କରୁଛି ଜିଲ୍ଲାରେ l

ନମସ୍କାର କଟକ, କିପରି ଉଠାଇବେ କୃଷି ବିଜ୍ଞାନ କେନ୍ଦ୍ରରୁ ଲାଭ ?

ନମସ୍କାର କନ୍ଧମାଳ, ଆସନ୍ତୁ ଜାଣିବା ଆପଣଙ୍କ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରର କ'ଣ ରହିଛି ବିଶେଷତ୍ୱ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)