1. କୃଷି ବିଶ୍ବକୋଷ

ନମସ୍କାର କନ୍ଧମାଳ, ଆସନ୍ତୁ ଜାଣିବା ଆପଣଙ୍କ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରର କ'ଣ ରହିଛି ବିଶେଷତ୍ୱ ?

ଏବେ ଚାଷୀଙ୍କ ଚାଷ ସହିତ ଚାଷୀଙ୍କୁ ନିକଟତର କରାଇବା ପାଇଁ ପ୍ରତି ଜିଲ୍ଲାରେ କାମ କରୁଛି କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ବିଜ୍ଞାନ କେନ୍ଦ୍ର ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ ପ୍ରତିଷ୍ଠା କରାଯାଇଥିଲା ।

Tanushree Mahapatra
Tanushree Mahapatra
Importance of kandhamala kvk , image source - kvk kandhamal

Importance of kandhamala kvk , image source - kvk kandhamal

ଏବେ ଚାଷୀଙ୍କ ଚାଷ ସହିତ ଚାଷୀଙ୍କୁ ନିକଟତର କରାଇବା ପାଇଁ ପ୍ରତି ଜିଲ୍ଲାରେ କାମ କରୁଛି କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ବିଜ୍ଞାନ କେନ୍ଦ୍ର ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ ପ୍ରତିଷ୍ଠା କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଦାୟିତ୍ୱ ହେଉଛି କୃଷକମାନଙ୍କୁ ନୂଆ ନୂଆ ତାଲିମ ଯୋଗାଇବା ସହ କୃଷି ସହିତ ଜଡିତ ଥିବା ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବସ୍ତୁ ସହ କୃଷକଙ୍କୁ ପରିଚିତ କରାଇବା ।

ତେବେ ସମଗ୍ର ଭାରତ ବର୍ଷରେ ମୋଟ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର ରହିଛି ଯାହା ପ୍ରତି ଜିଲ୍ଲାରେ ଚାଷୀଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛି  । ଏଥି ସହ ଓଡ଼ିଶାରେ ମୋଟ୍ କୃଷି ବିଜ୍ଞାନ କେନ୍ଦ୍ର (KVK) ସଂଖ୍ୟା ହେଉଛି ୩୩ । ଓଡ଼ିଶାରେ ପାଖାପାଖି ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏମାନଙ୍କୁ କୃଷି କାର୍ଯ୍ୟ ଦ୍ୱାରା ଆଗକୁ ବଢ଼ାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଏହି କୃଷି ବିଜ୍ଞାନର ସମସ୍ତ କାର୍ଯ୍ୟକର୍ତା ଜିଲ୍ଲାର ଚାଷୀଙ୍କୁ ଚାଷ ପ୍ରଣାଳୀରୁ ଆରମ୍ଭ କରି ଚାଷ ଶୈଳୀ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି l

ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରର ବିକାଶ ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICR) ଏବଂ ଏହାର ଅନୁବନ୍ଧିତ ଅନୁଷ୍ଠାନ ଦ୍ୱାରା ପ୍ରତିଷ୍ଠିତ ଏକ କୃଷି ସମ୍ପ୍ରସାରଣ କେନ୍ଦ୍ର ହେଉଛି କୃଷି ବିଜ୍ଞାନ କେନ୍ଦ୍ର (KVK) । ଯାହାକି ଶତ ପ୍ରତିଶତ ସରକାରଙ୍କ ଦ୍ୱାରା ଅନୁମୋଦିତ । ଏହି କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ମୁଖ୍ୟତଃ କୃଷି ବିଶ୍ୱବିଦ୍ୟାଳୟ ଆଇସିଆର ଅନୁଷ୍ଠାନ, ସମ୍ପୃକ୍ତ ସରକାରୀ ବିଭାଗ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଣ-ସରକାରୀ ସଂଗଠନ ଦ୍ୱାରା ମଞ୍ଜୁର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ପରିଚୟ ଏବଂ ସେହି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ସେମାନଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ।‘କୃଷି ଜାଗରଣ’ ମାଧ୍ୟମରେ ଆମେ ଆପଣଙ୍କୁ ଭାଗ ଭାଗ କରି ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ କହିବୁ ।ଯଦ୍ୱାରା କୃଷି କାର୍ଯ୍ୟରେ ନିୟୋଜିତ ଥିବା ଓ କୃଷି କାର୍ଯ୍ୟରେ ମନ ବଳାଉଥିବା ଯୁବପିଢ଼ୀ ଲାଭବାନ ହୋଇପାରିବେ । ତେବେ ଆମେ କୃଷି ଜାଗରଣ ସଂସ୍ଥା ତରଫରୁ ଆପଣ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ବିଷୟରେ ଆମ ସ୍ୱତନ୍ତ୍ର ଅନୁଛେଦରେ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରିଛୁ l ଆସନ୍ତୁ ଜାଣିବା କନ୍ଧମାଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ –

କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳ –

କନ୍ଧମାଳ ଜିଲା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ l ଫୁଲବାଣୀ କନ୍ଧମାଳର ସବୁଠାରୁ  ଅଧିକ ଜନବହୁଳ ସହର ଓ ପ୍ରଶାସନିକ ମୁଖ୍ୟ ଜାଗା ହେଉଛି ଏହି ଜିଲ୍ଲା । ଏହା ଜୈବିକ ହଳଦି ପାଇଁ ବେଶ ଜଣାଶୁଣା । ଭୌତିକ ଦୃଷ୍ଟିରୁ, ସମ୍ପୂର୍ଣ୍ଣ ଜିଲ୍ଲା ଖୁବ ଉଚ୍ଚତାରେ ଅବସ୍ଥିତ ଓ ପାହାଡ, ପର୍ବତମାଳା ଏବଂ ଦୁର୍ଗମ ସଂକୀର୍ଣ୍ଣ ଘାଟି ଦ୍ଵାରା ଆଛାଦିତ, ଏହା ଜିଲ୍ଲାର ସାମାଜିକ-ଆର୍ଥିକ ସ୍ଥିତି ଓ ଜିଲ୍ଲାର ବିକାଶ କ୍ଷେତ୍ରରେ ମାର୍ଗଦର୍ଶନ କରେ ।  କନ୍ଧମାଳ ଜିଲ୍ଲା ଡୋକର, ଟେରା-କୋଟ୍ଟା,ବେତ ଏବଂ ବାଉଁଶ ନିର୍ମିତ ହସ୍ତଶିଳ୍ପ ପାଇଁ ଖୁବ ପ୍ରସିଦ୍ଧ । ଏହି ଜିଲ୍ଲା ଏହାର ସମୃଦ୍ଧ ସାଂସ୍କୃତିକ ବିରାଶତ ପାଇଁ ଖୁବ ଗର୍ବିତ । ଜିଲ୍ଲାରେ କଫି ସହିତ ହଳଦୀ ବେଶ ପ୍ରସିଦ୍ଧ l ଏହି ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଏହି ଜିଲ୍ଲାରେ ରେ ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଏକାଧିକ ଚାଷୀ ଚାଷ କରିବା ଜାଣିଥିଲେ ବି ଭୁଲ ସାର ବା ଅତ୍ୟଧିକ ସାର ବ୍ୟବହାର କରିବା ଦ୍ୱାରା ଚାଷ ନଷ୍ଟ ହୁଏ l କାରଣ ଅନେକ ସାର ବ୍ୟପାରୀଙ୍କ ଠକାମିର ଶିକାରରେ ପଡନ୍ତି ଚାଷୀ l ଯାହା ଏବେ କୃଷି ବିଜ୍ଞାନ ପ୍ରତିଷ୍ଠା ହେବ ପରେ ଆଉ ହେଉ ନାହିଁ l

ଏହି ଜିଲ୍ଲାର କୃଷି ଜଳବାୟୁ ଅବସ୍ଥା କାରଣରୁ ଜିଲ୍ଲାରେ ଋତୁକାଳୀନ ପନିପରିବା ଚାଷ ପାଇଁ ଅନୁକୂଳ ଅଟେ l ଏହି ଜିଲ୍ଲାରେ ଫୁଲକୋବିରେ ଆବୃତ ହୋଇଥିବା ଅଞ୍ଚଳ 3550 ହେକ୍ଟର ଅଟେ । ଏହି ଜିଲ୍ଲା ମୁଖ୍ୟତ ଆଦିବାସୀମାନଙ୍କ ଦ୍ୱାରା ପ୍ରତିବନ୍ଧିତ ହୋଇଛି ।  ଏଠାରେ ଅଧିକ ଲୋକ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି l ସେମାନେ ପାରମ୍ପାରିକ ପଦ୍ଧତିରେ ଫୁଲକୋବି ଚାଷ କରୁଛନ୍ତି | ଫୁଲକୋବିର କମ୍ ଉତ୍ପାଦନ ପ୍ରବଳ କୀଟ, ରୋଗ ଏବଂ ଉଦ୍ଭିଦ ପୁଷ୍ଟିକର ଅସନ୍ତୁଳିତ ବ୍ୟବହାର ହେତୁ ହୋଇଥାଏ | କାନ୍ଦାଲ ଜିଲ୍ଲାର ମୃତ୍ତିକା ବୋରନ୍ ୮୧% ରେ ଅଭାବ ରହିଛି |

ସମନ୍ୱିତ କୀଟନାଶକ ଏବଂ ପୁଷ୍ଟିକର ପରିଚାଳନା ପ୍ରଣାଳୀ ଗ୍ରହଣ କରି ଫସଲର ଉତ୍ପାଦନ ବୃଦ୍ଧି କରାଯାଉଛି । କ୍ଷୁଦ୍ର ଏବଂ ଦୀର୍ଘକାଳୀନ ଧନ୍ଦାମୂଳକ ତାଲିମ ପାଠ୍ୟକ୍ରମ ଏବଂ କୃଷକ ତଥା ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ କୃଷି ଉପରେ ଅଧିକ ଉତ୍ପାଦନ ପାଇଁ “ଶିଖିବା ଦ୍ୱାରା” ଉପରେ ଗୁରୁତ୍ୱ ଦେଇ ସଂଗଠିତ କରାଯାଉଛି ସମସ୍ତ କାର୍ଯ୍ୟ  lଏଠାରେ ଥିବା କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ଡଃ. ନାରାୟଣ ବାର , କୃଷି ବୈଜ୍ଞାନିକ ଡଃ , ସିଦ୍ଧାର୍ଥ କର , ମୃତ୍ତିକା ବୈଜ୍ଞାନିକ ସୁଜିତ କୁମାର ମୁଖି ଭଳି ଅନେକ କର୍ମଚାରୀ ଜିଲ୍ଲାରେ ଚାଷୀଙ୍କୁ ଚାଷର ନୂଆ ନୂଆ ପ୍ରଣାଳୀ ସହିତ ଅବଗତ କରାଉଛନ୍ତି ଯାହା ଚାଷୀଙ୍କୁ ସାହାଯ୍ୟ କରୁଛି l

ନମସ୍କାର ବାଲେଶ୍ୱର, କିପରି ଉଠାଇବେ କୃଷି ବିଜ୍ଞାନ କେନ୍ଦ୍ରରୁ ଲାଭ ?

ନମସ୍କାର ଖୋର୍ଦ୍ଧା, ଆସନ୍ତୁ ଜାଣିବା ଆପଣଙ୍କ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରର କ'ଣ ରହିଛି ବିଶେଷତ୍ୱ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments