1. କୃଷି ବିଶ୍ବକୋଷ

ନମସ୍କାର ବାଲେଶ୍ୱର, କିପରି ଉଠାଇବେ କୃଷି ବିଜ୍ଞାନ କେନ୍ଦ୍ରରୁ ଲାଭ ?

ବାଲେଶ୍ୱର ଜିଲ୍ଲାରେ ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ୧୯୮୩ ମସିହାରେ ପ୍ରତିଷ୍ଠା ହୋଇଥିବା ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟ କରିଆସୁଛି ।ବାଲେଶ୍ୱରର ଚାଷୀମାନେ ବିଶେଷ ଭାବେ ଧାନ, ଗହମ,ବାଦାମ, ମୁଗ, ବିରି,ଗହମ,ସୋରିଷ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି ।

Priyambada Rana
Priyambada Rana
ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଲାଭବାନ ହେଉଛନ୍ତି ଚାଷୀ....Pic Credit: @kvkbalasoreouat

ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଲାଭବାନ ହେଉଛନ୍ତି ଚାଷୀ....Pic Credit: @kvkbalasoreouat

ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରର ବିକାଶ ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICR) ଏବଂ ଏହାର ଅନୁବନ୍ଧିତ ଅନୁଷ୍ଠାନ ଦ୍ୱାରା ପ୍ରତିଷ୍ଠିତ ଏକ କୃଷି ସମ୍ପ୍ରସାରଣ କେନ୍ଦ୍ର ହେଉଛି କୃଷି ବିଜ୍ଞାନ କେନ୍ଦ୍ର(KVK) । ଯାହାକି ଶତ ପ୍ରତିଶତ ସରକାରଙ୍କ ଦ୍ୱାରା ଅନୁମୋଦିତ । ଏହି କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ମୁଖ୍ୟତଃ କୃଷି ବିଶ୍ୱବିଦ୍ୟାଳୟ ଆଇସିଆର ଅନୁଷ୍ଠାନ, ସମ୍ପୃକ୍ତ ସରକାରୀ ବିଭାଗ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଣ-ସରକାରୀ ସଂଗଠନ ଦ୍ୱାରା ମଞ୍ଜୁର ହୋଇଥାଏ ।

ଗ୍ରାମାଞ୍ଚଳର କୃଷକମାନଙ୍କୁ ନୂଆ କୃଷି ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇ କୃଷି କାର୍ଯ୍ୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଦେଶରେ କୃଷି ବିଜ୍ଞାନ କେନ୍ଦ୍ର(KVK) ପ୍ରତିଷ୍ଠା କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ଦାୟିତ୍ୱ ହେଉଛି କୃଷକମାନଙ୍କୁ ନୂଆ ନୂଆ ତାଲିମ ଯୋଗାଇବା ସହ କୃଷି ସହ ଜଡ଼ିତ ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବସ୍ତୁ ସହ କୃଷକଙ୍କୁ ପରିଚିତ କରାଇବା ।

ତେବେ ଆମେ ଆପଣଙ୍କୁ ଏଠାରେ ଜଣାଇ ଦେବାକୁ ଚାହିଁବୁ ଯେ ସମଗ୍ର ଭାରତ ବର୍ଷରେ ମୋଟ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର ରହିଛି ।ଏଥି ସହ ଓଡ଼ିଶାରେ ମୋଟ୍ କୃଷି ବିଜ୍ଞାନ କେନ୍ଦ୍ର(KVK) ସଂଖ୍ୟା ହେଉଛି ୩୩ । ଓଡ଼ିଶାରେ ପାଖାପାଖି ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏମାନଙ୍କୁ କୃଷି କାର୍ଯ୍ୟ ଦ୍ୱାରା ଆଗକୁ ବଢ଼ାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି ।

ତେବେ ଆସନ୍ତୁ ଜାଣିବା ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ପରିଚୟ ଏବଂ ସେହି ଜିଲ୍ଲାରେ କୃଷିର ଉନ୍ନତି ପାଇଁ ସେମାନଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ।‘କୃଷି ଜାଗରଣ’ ମାଧ୍ୟମରେ ଆମେ ଆପଣଙ୍କୁ ଭାଗ ଭାଗ କରି ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ କହିବୁ ।ଯଦ୍ୱାରା କୃଷି କାର୍ଯ୍ୟରେ ନିୟୋଜିତ ଥିବା ଓ କୃଷି କାର୍ଯ୍ୟରେ ମନ ବଳାଉଥିବା ଯୁବପିଢ଼ୀ ଲାଭବାନ ହୋଇପାରିବେ ।

କୃଷି ବିଜ୍ଞାନ କେନ୍ଦ୍ର,ବାଲେଶ୍ୱର-

ବାଲେଶ୍ୱର ଜିଲ୍ଲାରେ ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ୧୯୮୩ ମସିହାରେ ପ୍ରତିଷ୍ଠା ହୋଇଥିବା ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟ କରିଆସୁଛି ।ବାଲେଶ୍ୱରର ଚାଷୀମାନେ ବିଶେଷ ଭାବେ ଧାନ, ଗହମ,ବାଦାମ, ମୁଗ, ବିରି,ଗହମ,ସୋରିଷ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି । ବର୍ତ୍ତମାନ କୃଷି ବିଜ୍ଞାନ କେନ୍ଦ୍ରର ପ୍ରୋତ୍ସାହନରେ ବାଲେଶ୍ୱରର ଅନେକ ଉଦ୍ୟୋଗୀ ଚାଷୀ ନୂଆ ନୂଆ କିଷମର ଚାଷ କରି ନିଜର ଆୟକୁ ଦ୍ୱିଗୁଣିତ କରି ପାରିଛନ୍ତି । ଓଡ଼ିଶା ମାନଚିତ୍ରରେ ବାଲେଶ୍ୱର ଜିଲ୍ଲା କୃଷି କାର୍ଯ୍ୟରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛି । ଦେଶକୁ କୃଷି କାର୍ଯ୍ୟରେ ଆଗକୁ ବଢ଼ାଇ ନେବା ପାଇଁ ଏଠାକାର ଉଦ୍ୟୋଗୀ ଯୁବପିଢ଼ୀ ଚାଷରେ ନିଜକୁ ନିୟୋଜିତ କରିଛନ୍ତି । ତେଣୁ ବାଲେଶ୍ୱରର ସମସ୍ତ ଚାଷୀଭାଇ-ଭଉଣୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ନୂଆ କୃଷି ପଦ୍ଧତ୍ତି ଓ ଜ୍ଞାନକୌଶଳ ଶହ ପରିଚିତ କରାଇବା ପାଇଁ ବାଳେଶ୍ୱର କୃଷି ବିଜ୍ଞାନ କେନ୍ଦ୍ର ନିରନ୍ତର ପ୍ରୟାସ ଚଳାଇ ଆସିଛି ।

ଏହି କୃଷି ବିଜ୍ଞାନ କେନ୍ଦ୍ର ଅଧିନରେ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ କୃଷକ ଓ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ କାର୍ଯ୍ୟ କରିଆସୁଛନ୍ତି । ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସ୍ୱାଗତିକା ସାହୁଙ୍କ ମାର୍ଗଦର୍ଶନ ଓ ଅନ୍ୟ ସଦସ୍ୟମାନଙ୍କ ସହାୟତା ଓ ଭାଗିଦାରିତାରେ ପ୍ରତି ମାସ ବିଭିନ୍ନ ସରକାରୀ ଓ ବେସକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଚାଷୀ ଭାଇ-ଭଉଣୀମାନଙ୍କୁ ନୂଆ ନୂଆ ଚାଷ ପଦ୍ଧତି, କୃଷି ଜ୍ଞାନ କୌଶଳ,ଉନ୍ନତ ମାନର ବିହନ,କେଉଁ ଚାଷ ପାଇଁ କେଉଁ କିଟନାଶକର ଆବଶ୍ୟକତା ଓ ବ୍ୟବହାର, ଚାଷୀମାନଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ଯୋଜନାର କିପରି ଲାଭ ଉଠାଯାଇପାରିବ, ବଜାର ସହାୟତା, ମାଛ ଚାଷ, ପଶୁପାଳନ ଆଦି ସମ୍ପର୍କରେ ଅବଗତ କରାଯାଉଛି । ଯଦ୍ୱାରା ବାଲେଶ୍ୱର ଅନେକ କୃଷକ ଭାଇ-ଭଉଣୀ ଉପକୃତ ହୋଇପାରୁଥିବା କହିଛନ୍ତି ।

ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କର ଆନ୍ତରିକ ଉଦ୍ୟମ ଯୋଗୁଁ କୃଷି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଗ୍ଲୋବାଲ୍ କନଫରେନ୍ସରେ ପୁରସ୍କାର ମଧ୍ୟ ହାସଲ କରିଛି । ତେବେ ଏଠାରେ ଆମେ ଜଣାଇ ଦେବାକୁ ଚାହିଁବୁ ଯେ ଏହି ଆର୍ଟିକିଲ୍ ପଢ଼ୁଥିବା ବାଲେଶ୍ୱରର ସମସ୍ତ ଚାଷୀ ଭାଇ-ଭଉଣୀମାନେ କୃଷି ସମ୍ବନ୍ଧିତ ଅଧିକ ସୂଚନା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରି ପାରିବେ ।

ଯୋଗାଯୋଗ ଜରିଆ-

Dr. Swagatika Sahu

Senior Scientist & Head

Ph. No. O6781-253303

E-mail: kvkbalasore.ouat@gmail.com

କୃଷି ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ସହ ନିଜକୁ ଯୋଡ଼ିବାକୁ ଚାହୁଁଥିଲେ କୃଷି ଜାଗରଣ ଓଡ଼ିଶାକୁ ଫଲୋ କରନ୍ତୁ.....

ନମସ୍କାର କୋରାପୁଟ, କିପରି ଉଠାଇବେ କୃଷି ବିଜ୍ଞାନ କେନ୍ଦ୍ରରୁ ଲାଭ ?

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments