1. କୃଷି ବିଶ୍ବକୋଷ

ଖରାଦିନିଆ ଧାନ ଚାଷ ପାଇଁ ଉନ୍ନତ କିସମ ....

ମେ ମାସରେ ଖରିଫ ଧାନ ଵିହନ ବୁଣିବା ପାଇଁ ଜମି ପ୍ରସ୍ତୁତ କରନ୍ତୁ l ଆବଶ୍ୟକ ଥିବା ସ୍ଥାନରେ ଜମି ସମତଳ କରି ହୁଡ଼ା ମରାମତି କରନ୍ତୁ l ଅନୁମୋଦନ ପାଇଥିବା ସଠିକ ବିହନ ଚୟନ କରନ୍ତୁ l ନିଜ ଜମିର ପ୍ରକାର ଅନୁସାରେ ଉପଯୁକ୍ତ ଧାନ ବିହନ ସଂଗ୍ରହ କରନ୍ତୁ l

Tanushree Mahapatra
Tanushree Mahapatra
Improved varieties for summer season rice cultivation

Improved varieties for summer season rice cultivation

ଠିକ ସମୟରେ ଭୂମିରେ ଖରାଟିଆ ଚାଷ କରିବା ଫସଲ ପାଇଁ ବେଶ ଗୁରୁତ୍ତ୍ୱପୂର୍ଣ୍ଣ l ଆପଣଙ୍କ ଅଂଚଳରେ ପ୍ରାକ ମୌସୁମୀ ବର୍ଷା ହୋଇଥିଲେ ଖରା ଦେଖି ହଳ କରି ନିଅନ୍ତୁ l ଟ୍ରାକ୍ଟର କିମ୍ବା ପାୱାର ଟିଲରରେ ଚାଷ କାକଲେ ଗହୀର ଚାଷ ହେବା ସଂଗେ ସଂଗେ ମାଟି ଭଲ ଭାବରେ ତଳ ଉପର ହୋଇଥାଏ l ହଳ କରିବା ଦ୍ୱାରା ଜମିରୁ ବିଭିନ୍ନ ଘାସ , ମାଟି ଭିତରେ ଥିବା ପୋକର ଅଣ୍ଡା ଓ ଶୁକ ନଷ୍ଟ ହୋଇଯାଇଥାନ୍ତି l ମୁଖ୍ୟ ଫସଲରେ ରୋଗ ପୋକ ହେବାର ସମ୍ଭାବନା କମିଯାଇଥାଏ l

ଓଡ଼ିଶାରେ ଅଧିକାଂଶ ଜମିରେ ଧାନ ଚାଷ କରିଥାନ୍ତି ଚାଷୀ l ବର୍ତ୍ତମାନ ଧାନ ଚାଷ କରିବା ସହିତ ଅନ୍ୟ ଚାଷ ମଧ୍ୟ କରାଯାଉଛି l କୃଷିରେ ଉନ୍ନତ କୌଶଳ ବ୍ୟବହାର କରି ଚାଷୀ ଭିନ୍ନ ଭିନ୍ନ ଚାଷ କରୁଛନ୍ତି l ଚାଷ ପାଇଁ ମୁଖ୍ୟ ଆବଶ୍ୟକ ହେଉଛି ଜଳ ପରିଚାଳନା l ଜଳ ପରିଚାଳନା ପାଇଁ ସରକାର ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି l ଋତୁ ଅନୁସାରେ ଚାଷୀ ଧାନ ଚାଷ କରୁଛନ୍ତି l ଏବେ ଖରାଦିନରେ ଚାଷ କରିବା ସହଜ ଓ ସରଳ ହୋଇଛି l ତେବେ ଏହି ଆର୍ଟିକଲରେ ଖରାଦିନରେ କେଉଁ ଉନ୍ନତ ବିହନ ବ୍ୟବହାର କରି ଧାନ ଚାଷ କରିହେବ ସେ ବିଷୟରେ ଆଲୋଚନା କରାଯାଇଛି l

ଖରିଫ ଧାନ ବିହନ

ମେ ମାସରେ ଖରିଫ ଧାନ ଵିହନ ବୁଣିବା ପାଇଁ ଜମି ପ୍ରସ୍ତୁତ କରନ୍ତୁ l ଆବଶ୍ୟକ ଥିବା ସ୍ଥାନରେ ଜମି ସମତଳ କରି ହୁଡ଼ା ମରାମତି କରନ୍ତୁ l ଅନୁମୋଦନ ପାଇଥିବା ସଠିକ ବିହନ ଚୟନ କରନ୍ତୁ l ନିଜ ଜମିର ପ୍ରକାର ଅନୁସାରେ ଉପଯୁକ୍ତ ଧାନ ବିହନ ସଂଗ୍ରହ କରନ୍ତୁ l

ଧାନର ଉନ୍ନତ କିସମ

ଅତି ସଅଳ କିସମ - କଳିଙ୍ଗ ୩
ସଅଳ କିସମ - ଖଣ୍ଡଗିରି ,ବନ୍ଦନା , ପଥରା, ପାରିଜାତ , ଅନ୍ନଦା
ମାଧ୍ୟମ କିସମ - ଏମ.ଟି.ୟୁ ୧୦୦୧ , ଏମ.ଟି.ୟୁ ୧୦୧୦ , କୋଣାର୍କ , ଗଜପତି , ସୁରେନ୍ଦ୍ର
ବିଳମ୍ବ କିସମ - ପ୍ରତୀକ୍ଷା , ଇନ୍ଦ୍ରାବତୀ , ମହାନଦୀ , ପୂଜା , ରାମଚଣ୍ଡୀ , ସାରଳା , ଦୁର୍ଗା
ସରୁ କିସମ - ସି.ଆର ୧୦୧୪, ବି.ପି.ଟି ୫୨୦୪

ଖରା ଦିନରେ ଧାନ ଚାଷ କରିବାକୁ ଇଛା କରୁଥିଲେ ଏହି ଧାନ କିସମ ଭଲ ଅମଳ ଦେବାରେ ସହାୟକ ହେବ l ତେବେ ବିହନ କିଣିବା ସମୟରେ ଧ୍ୟାନ ରଖିବା ଉଚିତ ଯେ ବିହନ ଯେପରି ନକଲି ନ ହୋଇଥାଏ l ଯଦି ଧାନ ଚାଷ କରିବା ପାଇଁ ଆପଣ ନିଜସ୍ୱ ଧାନ ବିହନ ବ୍ୟବହାର କରୁଥାନ୍ତି ତେବେ ତାହାର ଗଜା ପରୀକ୍ଷା କରାଇ ନିଅନ୍ତୁ l

Read more

PM KISAN ଚାଷୀଙ୍କୁ ପ୍ରତି ମାସରେ ମିଳିବ ପେନସନର ଲାଭ !

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଆଧୁନିକୀକରଣକୁ କ୍ୟାବିନେଟ ମଞ୍ଜୁରି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ