1. କୃଷି ବିଶ୍ବକୋଷ

ଉନ୍ନତ କିସମର ଆଳୁ ବିହନ : କୁଫ୍ରି ସଙ୍ଗମ୍ !!

ଦୁନିଆରେ ଲୋକପ୍ରିୟ ଏବଂ ଉପଯୋଗୀ ପରିବା ଆଳୁ | ଏହା ସମଗ୍ର ବିଶ୍ୱରେ ଚାଷ କରାଯାଏ, କିନ୍ତୁ ଏହାର ମୂଳ ସ୍ଥାନ ହେଉଛି ଦକ୍ଷିଣ ଆମେରିକା | ପର୍ତ୍ତୁଗୀଜମାନେ ଆଳୁକୁ ଭାରତ ଆଣିଥିବା କୁହାଯାଉଛି । ସେବେଠାରୁ ଆଜି ପର୍ଯ୍ୟନ୍ତ ଆଳୁ ଚାଷ କରାଯାଉଛି |

Sugyan Kumar Nayak
Sugyan Kumar Nayak

ଦୁନିଆରେ ଲୋକପ୍ରିୟ ଏବଂ ଉପଯୋଗୀ ପରିବା ଆଳୁ |  ଏହା ସମଗ୍ର ବିଶ୍ୱରେ ଚାଷ କରାଯାଏ, କିନ୍ତୁ ଏହାର ମୂଳ ସ୍ଥାନ ହେଉଛି ଦକ୍ଷିଣ ଆମେରିକା | ପର୍ତ୍ତୁଗୀଜମାନେ ଆଳୁକୁ ଭାରତ ଆଣିଥିବା କୁହାଯାଉଛି । ସେବେଠାରୁ ଆଜି ପର୍ଯ୍ୟନ୍ତ ଆଳୁ ଚାଷ କରାଯାଉଛି | ଏହାର ଚାଷ କୃଷକମାନଙ୍କ ପାଇଁ ଲାଭଦାୟକ। ଯଦି ଜଣେ କୃଷକ ଆଳୁ ଚାଷ କରି ଧନୀ ହେବାକୁ ଚାହାଁନ୍ତି, ତେବେ ଏହାକୁ ପଢନ୍ତୁ। କୃଷକମାନେ କିପରି ଆଳୁର ଉନ୍ନତ ଚାଷ କରିପାରିବେ ସେ ସମ୍ପର୍କରେ ଆଜିର ଏହି ଉପସ୍ଥାପନା l ଶଙ୍କର କିସମର ଆଳୁ ମଧ୍ୟରେ କୁଫ୍ରି ସଙ୍ଗମ ହେଉଛି ଏକ ପରିଚିତ ନାମ l ଏହି ଲେଖା ମାଧ୍ୟମରେ ସେହି ଆଳୁ ବିଷୟରେ କିଛି ବିଶେଷ ତଥ୍ୟ ଏଠାରେ ଉପସ୍ଥାପନ କରୁଛୁ l   

ଆଳୁର ପୃଷ୍ଟିକର ଉପାଦାନ

ଆଳୁରେ ଅନେକ ପ୍ରକାରର ପୃଷ୍ଟିକର ଉପାଦାନ ମିଳିଥାଏ । ଏହା ଶରୀରରେ କ୍ଷାରର ପରିମାଣ ବୃଦ୍ଧି ରଖିବାରେ ସାହାଯ୍ୟ କରେ |  ଏହା ସହିତ ଶରୀରରେ ଏସିଡୋସିସ୍ ହେବାକୁ ଦିଏ ନାହିଁ |

କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ପ୍ରତିଷ୍ଠାନ (ସିପିଆରଆଇ)ର ବୈଜ୍ଞାନିକମାନେ ଏକ ନୂତନ କୁଫ୍ରି ସଙ୍ଗମ୍ ଆଳୁ ପ୍ରସ୍ତୁତ କରିଛନ୍ତି | ଏହି ପ୍ରକାରର ଆଳୁ ସ୍ୱାଦିଷ୍ଟ। ଏଥିରୁ ଭଲ ଫସଲ ଉତ୍ପାଦନ ହୋଇଥାଏ | ଉତ୍ତରପ୍ରଦେଶ ସମେତ ଦେଶର 8ଟି ରାଜ୍ୟ ପାଇଁ ଉପଯୋଗୀ ଯଥା- ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ, ହରିୟାଣା ଏବଂ ପଞ୍ଜାବର ଚାଷୀଙ୍କ ପାଇଁ ଏହା ଉପଯୋଗୀ ଅଟେ |

ମିରଟର ମୋଦୀପୁରମରେ ପ୍ରାୟ 12 ବର୍ଷ ଗବେଷଣା କରାଯାଇଛି | ଏହି କିସମର ଆଳୁ ବିହନକୁ ସର୍ବ ଭାରତୀୟ ସ୍ତରରେ 14 ଟି କେନ୍ଦ୍ରରେ ପରୀକ୍ଷଣ କରାଯାଇଛି |

କୁଫ୍ରି ସଙ୍ଗମ୍ ଆଳୁର ରୋଗ ପ୍ରତିରୋଧକ ଅଧିକ

ଏହି କିସମ ଆଳୁର ବ୍ଲାଇଟ୍ ରୋଗକୁ ସହ୍ୟ କରିବାର ଭଲ କ୍ଷମତା ଅଛି | ଆଳୁ କୁଫ୍ରି ସଙ୍ଗମ୍ ପ୍ରାୟ 100 ଦିନରେ ପରିପକ୍ଵ ହୋଇଥାଏ|  ଏହା ଖାଦ୍ୟ ପାଇଁ ଭଲ।

କେବେ ଲଗାଇବେ କୁଫ୍ରି ସଙ୍ଗମ କିସମ

ଯେଉଁ କୃଷକମାନେ ଏହି କିସମ ବୁଣିବାକୁ ଚାହାଁନ୍ତି ତେବେ, ଅକ୍ଟୋବର ମାସରେ ବୁଣି ପାରିବେ |  ଏହା ବ୍ୟତୀତ ଅକ୍ଟୋବରରୁ ନଭେମ୍ବର ପର୍ଯ୍ୟନ୍ତ ବିହନ ବୁଣାଯାଇପାରିବ | କୁଫ୍ରି ସଙ୍ଗମ୍ ଆଳୁ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ କୃଷି ଜାଗରଣକୁ ସିପିଆରଆଇର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ମନୋଜ କୁମାରଙ୍କ କହିଛନ୍ତି ଯେ, ଏହା ହେଉଛି ପ୍ରଥମ ଆଳୁ  ଯାହା ଖାଦ୍ୟ ପାଇଁ ଉପଯୋଗୀ | ଚିପ୍ସ, କ୍ରଞ୍ଚି ଏବଂ ଫ୍ରେଞ୍ଚ୍ ଫ୍ରାଏ ଇତ୍ୟାଦି ଏହି ଆଳୁରୁ ତିଆରି କରାଯାଇ ପାରେ |  ଏହି ଆଳୁ ଚାଷୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। କୃଷକମାନେ ଏହାକୁ ଲଗାଇଲେ ସର୍ବାଧିକ ଅମଳ ପାଇପାରିବେ |

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments