1. କୃଷି ବିଶ୍ବକୋଷ

ବୃଦ୍ଧି ପାଉଛି ବଜାରରେ ଚାର୍ ମଗଜ ଦର

ଚାର ମଗଜ ନା ତ ଶୁଣିଥିବେ l ଘରେ ହେଉ କିମ୍ବା କୌଣସି ବାହାଘର କିମ୍ବା ବ୍ରତ ଘର ସବୁଠି ଖାଦ୍ୟରେ ଆବଶ୍ୟକ ହୋଇଥାଏ ଏହି ଚାର ମଗଜ l ଚାର ମଗଜ ସ୍ୱାଦ ଖୁବ ନିଆରା l

Tanushree Mahapatra
Tanushree Mahapatra
Increase in the price of charmagaz

Increase in the price of charmagaz

ଚାର ମଗଜ ନା ତ ଶୁଣିଥିବେ l ଘରେ ହେଉ କିମ୍ବା କୌଣସି ବାହାଘର କିମ୍ବା ବ୍ରତ ଘର ସବୁଠି ଖାଦ୍ୟରେ ଆବଶ୍ୟକ ହୋଇଥାଏ ଏହି ଚାର ମଗଜ l ଚାର ମଗଜ ସ୍ୱାଦ ଖୁବ ନିଆରା l ପ୍ରତିଟି ଖାଦ୍ୟରେ ଏହାକୁ କାଜୁ ପରି ବ୍ୟବହାର କରାଯାଇପାରେ l

ନିଆରା ସ୍ୱାଦ ପାଇଁ ଏହା ଘରେ ଘରେ ପରିଚିତ l ସେ ମିଠା ହେଉ କି ଲୁଣିଆ ଖାଦ୍ୟ ସବୁଥିରେ ଏହାକୁ ବ୍ୟବହାର କରାଯାଇପାରିବ l ମହାପ୍ରଭୁଙ୍କ ପ୍ରସାଦ ହେଉ କି ଘରେ ତିଆରି ହେଉଥିବା ସାଧାରଣ ଖାଦ୍ୟରେ ଏହାକୁ ସାମିଲ କଲେ ଖାଦ୍ୟର ସ୍ୱାଦ ବଦଳି ଯାଏ l ଓଡ଼ିଶାରେ ମଧ୍ୟ ଘରେ ଘରେ ଏହା ଖୁବ ପରିଚିତ l ଆଗକୁ ବାହାଘର ଋତୁ ଆସୁଥିବାରୁ ଓଡ଼ିଶାରେ ମଧ୍ୟ ବିକ୍ରେତାଙ୍କ ସହିତ ଖାଉଟି ଏ ନେଇ ଚିନ୍ତାରେ l 

ଏବେ ବଜାରରେ ଏହାର ଦର ଆକାଶ ଛୁଆଁ ହୋଇଛି ଯାହା ଚିନ୍ତାରେ ପକାଇଛି ଖାଉଟି ତଥା ବିକ୍ରେତାଙ୍କୁ l  ଏହା ବିଦେଶରୁ ଆମଦାନୀ ଉପରେ କେନ୍ଦ୍ର ସରକାରଙ୍କ ରୋକ ଏବେ ଚିନ୍ତାର କାରଣ ପାଲଟିଛି l  କିନ୍ତୁ ଏବେ ଏହା କେଜି ପିଛା ୧୫୦ରୁ ଏବେ ୪୮୦ ଛୁଇଁଲାଣି । ବିଦେଶୀ ଚାର୍ ମଗଜ ଆମଦାନୀ ଉପରେ ସରକାର ଅଙ୍କୁଶ ଲଗାଇଥିବା ବେଳେ ଏବେ ଭାରତରେ ଏହି ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି । ତେବେ ଆସନ୍ତା ମାସରେ ବିବାହ ଋତୁ ଥିବାରୁ ଏବେ ସ୍ଥିତି ଏଭଳି ହୋଇଗଲାଣି ଯେ, ଏହାର ମୂଲ୍ୟ ପ୍ରାୟ ୫୩୦ ଟଙ୍କା ଛୁଇଁବା ନେଇ ମାଲଗୋଦାମ ବ୍ୟବସାୟୀମାନେ ଆଶଙ୍କା କଲେଣି ।

ସୂଚାନଯୋଗ୍ୟ ଯେ, ଚାର୍ ମଗଜ ମାଲଗୋଦାମକୁ ମୁଖ୍ୟତଃ ସୁଦାନ ଏବଂ ଦେଶ ଭିତରୁ ରାଜସ୍ଥାନରୁ ଆସିଥାଏ । ଏହା ପରେ ବଜାରରେ ସଠିକ ଦରରେ ବିକ୍ରି ହୋଇଥାଏ l ରିପୋର୍ଟ ଅନୁଯାୟୀ ମାସକୁ ହାରାହାରି ୮୦% ଟନ୍ ମାଲ୍ ମାଲଗୋଦାମକୁ ଆସିଥାଏ । ଚାର ମଗଜ ଅକ୍ଟୋବର ସମୟରେ ଫସଲ ଅମଳ ହୋଇଥାଏ । କିନ୍ତୁ ୨୦୨୨ ବର୍ଷରେ ରାଜସ୍ଥାନରେ ଭଳି ରାଜ୍ୟରେ ଯେଉଁଠି ଏହି ଚାଷ ଅଧିକ ହୋଇଥାଏ ସେହିଠାରେ ହିଁ ଫସଲ ନଷ୍ଟ ହୋଇଥିବାରୁ ଅମଳ ହୋଇପାରିନାହିଁ । ଅନ୍ୟପଟେ କେନ୍ଦ୍ର ସରକାର ଦେଶର ଚାର୍ ମଗଜ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୁଦାନରୁ ଚାର କମଗଜ ଆମଦାନୀ ଉପରେ ଅଙ୍କୁଶ ଲଗାଇଥିଲେ ଯାହା ହୁଏତ ତ ଆଉ ଏକ କାରଣ ହୋଇପାରେ ଅଭାବୀ ବିକ୍ରି ପାଇଁ । ତେବେ ପୂର୍ବ ବର୍ଷ ୨୦୨୨ ଅକ୍ଟୋବର ମାସ ବେଳକୁ ଚାର ମଗଜ କେଜି ପିଛା ୧୫୦ ଟଙ୍କା ଥିଲା ।

ଗୋଟିଏ ପଟେ ରାଜସ୍ଥାନରେ ଫସଲ ଉତ୍ପାଦନ ପ୍ରଭାବିତ ହେବା ଏବଂ ବିଦେଶରୁ ଆମଦାନୀ ଉପରେ ସରକାରଙ୍କ ଅଙ୍କୁଶ ଲାଗିବା ଚାର ମଗଜ ମାଲଗୋଦାମ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଯାହା ଆଗକୁ ବିବାହ ଋତୁ ଆସୁଥିବାରୁ ଚିନ୍ତାରେ ପଡିଛନ୍ତି ଖାଉଟିଙ୍କ ସହିତ ବିକ୍ରେତା l

ଗଲା ମାର୍ଚ୍ଚ ମାସ ୧୮ ତାରିଖରେ କେଜି ପିଛା ୩୭୦ ଟଙ୍କା ଥିବା ବେଳେ ଏବେ ୪୮୦ ଟଙ୍କାରେ ପହଞ୍ଚିଛି ଚାର ମଗଜ ଦର । ରାଜସ୍ଥାନର ଚାର୍ ମଗଜ ସୁଦାନ୍ ତୁଳନାରେ ୧୦ ଟଙ୍କା କମ୍ ରହିଛି l  ଏବେ ରାଜସ୍ଥାନରୁ ପର୍ଯ୍ୟାପ୍ତ ଚାର ମଗଜ କଞ୍ଚା ମାଲ୍ ଆସି ପାରୁନଥିବାରୁ ବଜାରରେ ଏହାର ଦର କ୍ରମାଗତ ଭାବେ ପ୍ରଭାବିତ ହେବାରେ ଲାଗିଛି । ବିବାହ ଓ ହୋଟେଲ୍ ଶିଳ୍ପରେ ଚାର୍ ମଗଜର ଚାହିଦା ରହିଛି l ବର୍ତ୍ତମାନ ବିବାହ ଋତୁ ନଥାଇ ବି ଚାର୍ ମଗଜ କେଜି ୪୮୦ ଟଙ୍କା ଛୁଇଁଥିବା ବେଳେ ଆସନ୍ତା ମାସରେ ସ୍ଥିତି ଅଣାୟତ ହେବାକୁ ଯାଉଛି ବୋଲି ଆଶଙ୍କା କରାଯାଉଛି ।

ଅନିଶ୍ଚିତତାରେ ଦାର୍ଜିଲିଂ ଚା’ର ଚାହିଦା,ଚିନ୍ତାରେ ଚା ଚାଷୀ

ଚଳିତବର୍ଷ ସ୍ୱାଭାବିକ ମୌସୁମୀ ବର୍ଷାକୁ ନେଇ ଖୁସିରେ ଚାଷୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments