ଥାନାଳ ଏଗ୍ରୋଇକୋଲୋଜିକାଲ ସେଣ୍ଟର ଏଗ୍ରୋଇକୋଲୋଜି ଏବଂ ଜୈବିକ ବିବିଦ୍ଧତା ର ପ୍ରଶିକ୍ଷଣ କେନ୍ଦ୍ର |ଏହା କେରଳ ସ୍ତିତ ବୟାନଦ ଜିଲ୍ଲା ର ଥାନାଳ ଟ୍ରସ୍ଟ ବିଶେଷ କରି ଖାଦ୍ୟ ନିରାପଦ ତା ଏବଂ ଜୈବିକ କୃଷି ଉପରେ ମୁଖ୍ୟ ଭାବେ ଗବେଷଣା କରିଥାଏ |ଏନେଇ ଏହି ଟ୍ରଷ୍ଟ ପ୍ରାଚୀନ କାଳ ରେ ଚାଷ ହେଉଥିବା ପ୍ରାଚୀନ ଧାନ ପ୍ରଜାତି ର ସଂରକ୍ଷଣ ଏବଂ ତାର ଚାଷ ଉପରେ ବିଶେଷ ଗୁରୁତ୍ୱ ଦେଇଥାନ୍ତି |
ଧାନ ରେ ପତ୍ର ମୋଡା ପୋକ ବିଶେଷ ଭାବେ ବେଶ ଅଧିକ କ୍ଷେତି କରିଥାଏ |ଏମାନେ ଧାନ ଚାଷ ହେଉଥିବା ସମସ୍ତ ଅଂଚଳରେ ଦେଖିବାକୁ ମିଳିଥାନ୍ତି ଏବଂ ବିଶେଷ କରି ବର୍ଷ ଦିନରେ ଏମାନେ ଅଧିକ ଆକ୍ରମଣ କରିଥାନ୍ତି |
ଏହାର ସମ୍ପୂର୍ଣ ବିକଶିତ କୀଟ ମାନେ କେବଳ ରାତିରେ ଦେଖିବାକୁ ମିଳିଥାନ୍ତି|ଆକ୍ରାନ୍ତ ହୋଇଥିବା ପତ୍ର ଗୁଡିକ ମୋଦି ହୋଇ ଧଳା ହୋଇଯାନ୍ତି ତେଣୁ ପତ୍ର ଅଧିକ ଖାଦ୍ୟ ସଂଗ୍ରହ କରିପାରେ ନାହିଁ ଫଳରେ ଅମଳ ହ୍ରାସ ହୋଇଥାଏ |
ଈରି (ଆଇ.ଆର ଆର ଆଇ)ର ଗବେଷଣ ଅନୁଯାୟୀ ଅତ୍ୟଧିକ କୀଟନାଶକ ବ୍ୟବହାର ଦ୍ୱାରା ବା ବାତାବରଣ ରେ ଅଧିକ ଆଦ୍ରତା ଥିଲେ ଏହି କୀଟ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ |
ଏନେଇ ଏକ ଅଦ୍ଭୁତ୍ତ ପ୍ରକ୍ରିୟା ବୟାନଦ ଜିଲା ରେ ଦେଖିବାକୁ ମିଳିଛି |ଧାନ ରେ ପତ୍ର ମୋଡା କୀଟ ର ନିୟନ୍ତ୍ରଣ ଲା ଲାଗି ବର ଗଛ ର ଡାଳ ର ବ୍ୟବହାର କରୁଥିଲେ |ବର ଗଛ ର ସମସ୍ତ ଭାଗ କୁ ଏହାଠାର ଲୋକ ମାନେ କିଛି ନ କିଛି ରୋଗ ର ଉପଚାର ଲାଗି ବ୍ୟବହାର କରିଥାନ୍ତି ସେଥିମଧ୍ୟରୁ କୀଟ ନିୟନ୍ତ୍ରଣ ଅନ୍ୟତମ |କୌଣସି କାରଣ ରୁ ପତ୍ର ଟି ଏହି କୀଟ ମାନଙ୍କୁ କ୍ଷେତି କରୁଥିବାରୁ ସେମାନେ ଏହା ପାଖକୁ ଆସନ୍ତି ନାହିଁ ବା ଗଛ ରେ ଲାଗିଥିଲେ ଝଡି ପଡନ୍ତି |କୀଟ ଝଡି଼ଗଲା ପରେ ଜମି ରୁ ପାଣି ଛଡେଇ ୨ ଦିନ ପରେ ପୁଣି ପାଣି ମଡ଼ା ଯାଏ |ଏହି ପ୍ରକ୍ରିୟା ରେ କୀଟ ନିୟନ୍ତ୍ରିତ ହୋଇଥାନ୍ତି |
Share your comments