1. କୃଷି ବିଶ୍ବକୋଷ

ହଳଦୀ ସାହାଯ୍ୟରେ ମଞ୍ଜିକୁ ସୁରକ୍ଷିତ ରଖନ୍ତୁ !!

କୃଷକମାନଙ୍କୁ ଫସଲରୁ ସେତେବେଳେ ଭଲ ଉପାର୍ଜନ ମିଳିଥାଏ, ଯେତେବେଳେ ଫସଲ ପାଇଁ ବ୍ୟବହୃତ ହୋଇଥିବା ମଞ୍ଜି ଉତ୍ତମ ଗୁଣଯୁକ୍ତ ହୋଇଥାଏ l ତେଣୁ କୃଷକମାନଙ୍କ ପାଇଁ ସବୁଠାରୁ କଷ୍ଟ ଓ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଫସଲ କାଟିବା ପରେ ଓ ଅମଳ କରିବା ପରେ ମଞ୍ଜି ବା ବିହନକୁ ଆଗାମୀ ବର୍ଷ ପାଇଁ ସୁରକ୍ଷିତ କରି ରଖିବା l

Sugyan Kumar Nayak
Sugyan Kumar Nayak
Turmeric

Turmeric

କୃଷକମାନଙ୍କୁ ଫସଲରୁ ସେତେବେଳେ ଭଲ ଉପାର୍ଜନ ମିଳିଥାଏ, ଯେତେବେଳେ ଫସଲ ପାଇଁ ବ୍ୟବହୃତ ହୋଇଥିବା ମଞ୍ଜି ଉତ୍ତମ ଗୁଣଯୁକ୍ତ ହୋଇଥାଏ l ତେଣୁ କୃଷକମାନଙ୍କ ପାଇଁ ସବୁଠାରୁ କଷ୍ଟ ଓ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଫସଲ କାଟିବା ପରେ ଓ ଅମଳ କରିବା ପରେ ମଞ୍ଜି ବା ବିହନକୁ ଆଗାମୀ ବର୍ଷ ପାଇଁ ସୁରକ୍ଷିତ କରି ରଖିବା l ଏଥି ପାଇଁ କୃଷକମlନେ ଅନେକ ପ୍ରକାରର ରାସାୟନିକ ଔଷଧ ଏବଂ କୀଟନାଶକର ମଧ୍ୟ ପ୍ରୟୋଗ କରିଥାନ୍ତି l ଯାହା ଦ୍ୱାରା ମଞ୍ଜିକୁ ଆଗାମୀ ଗୋଟିଏ ବର୍ଷ ପାଇଁ ସୁରକ୍ଷିତ କରି ରଖାଯାଇପାରିବ l କିନ୍ତୁ କୃଷକମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଯାଇ ଥାଏ l କୃଷକମାନଙ୍କର ଏହି ସମସ୍ୟାର ସମାଧାନ ପାଇଁ, ବୈଜ୍ଞାନିକମାନେ ଶସ୍ତା ଓ ସୁରକ୍ଷିତ ରାସ୍ତା ଖୋଜି ବାହାର କରିଛନ୍ତି l ବାସ୍ତବରେ କାନପୁରରେ ଥିବା ଚନ୍ଦ୍ରଶେଖର କୃଷି ଓ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟ ଦ୍ୱାରା ଏହାର ଏକ ସୁନ୍ଦର ଉପାୟ ଚୟନ କରାଯାଇଛି l ଯେଉଁ ଉପାୟରେ ମଞ୍ଜିକୁ ବହୁ ଦିନ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖାଯାଇପାରିବ l

କଣ ଏହି ଉପାୟ ?

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ, ଚନ୍ଦ୍ରଶେଖର ଆଜାଦ କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର ବୀଜ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଫେସର ଡାକ୍ତର ସି.ଏଲ. ମୌର୍ଯ୍ୟ ଓ ତାଙ୍କ ଟିମ, ହଳଦୀ ସାହାଯ୍ୟରେ ଶସ୍ୟର ମଞ୍ଜି ସଂରକ୍ଷଣ କରିବାରେ ସଫଳତା ହାସଲ କରିପାରିଛନ୍ତି l ବୈଜ୍ଞାନିକମାନଙ୍କ ଦ୍ୱାରା ମଞ୍ଜିକୁ ସୁରକ୍ଷିତ ରଖିବା ପାଇଁ ହଳଦୀ ପାଉଡର, ନିମ୍ବ, ଇଉକାଲିପଟାସ, ଲେମ୍ବୁ, ତୁଳସୀର ପ୍ରୟୋଗ କରାଯାଇଛି l ଏହି ସମସ୍ତ ମଧ୍ୟରୁ ହଳଦୀକୁ ସବୁଠାରୁ ଅଧିକ ପ୍ରଭାବଶାଳୀ ଭାବରେ ଗ୍ରହଣ କରାଯାଇଛି l

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, କୃଷକ ଫସଲ କାଟିବା ପରେ ଆଗାମୀ ବର୍ଷ ପାଇଁ ମଞ୍ଜି ଓ ନିଜର ଖାଇବା ପାଇଁ ଶସ୍ୟ ସୁରକ୍ଷିତ କରି ରଖିବାକୁ ଅନେକ ପ୍ରକାରର ରାସାୟନିକ ପଦାର୍ଥର ଉପଯୋଗ କରିଥାଏ l ଯାହାକି ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇଥାଏ l ତେଣୁ ସେମାନଙ୍କ ଦ୍ୱାରା ବିକଶିତ ଏହି ଦେଶୀ ଉପାୟଟି ଅଳ୍ପ ଖର୍ଚ୍ଚରେ ବିହନ ଓ ଶସ୍ୟକୁ ବହୁ ଦିନ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବାରେ ସହାୟକ ହୋଇପାରିବ l

ଡକ୍ଟର ସି.ଏଲ. ମୌର୍ଯ୍ୟଙ୍କ କହିବା ଅନୁସାରେ, ୧ କିଲୋଗ୍ରାମ ଶସ୍ୟରେ ୪ ଗ୍ରାମ ହଳଦୀ ପାଉଡରକୁ ଭଲ ଭାବରେ ମିଶାଇ ଦିଅନ୍ତୁ l ଧ୍ୟାନ ଦିଅନ୍ତୁ ଯେପରି ଶସ୍ୟରେ ଜଳୀୟ ଅଂଶ ୧୦ ପ୍ରତିଶତରୁ କମ ରହିବା ଆବଶ୍ୟକ l ଏହା ଛଡ଼ା ଶସ୍ୟକୁ ଭଲ ଭାବରେ ଶୁଖାଇ ସେଥିରେ ହଳଦୀ ପାଉଡର ମିଶାଇ ଦିଅନ୍ତୁ l ହଳଦୀରେ କରକ୍ୟୁମିନ ପ୍ରଚୁର ପରିମାଣରେ ମିଳିଥାଏ, ଯାହାର ସ୍ୱାଦ ବହୁତ କଡ଼ା ହୋଇଥାଏ l ଯେଉଁଥି ପାଇଁ କୀଟମାନେ ଶସ୍ୟକୁ ଖାଇ ପାରନ୍ତିନାହିଁ l ଜାଣିରଖନ୍ତୁ ଯେ ସଂରକ୍ଷଣରେ ହଳଦୀର ପ୍ରୟୋଗ ସମ୍ପୂର୍ଣ୍ଣ ରୂପେ ରାସାୟନିକ ମୁକ୍ତ ହୋଇଥାଏ l  ଏହି ପଦ୍ଧତିଟି ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ ହେବ ସଙ୍ଗେ ସଙ୍ଗେ କୃଷକମାନଙ୍କର ଖର୍ଚ୍ଚ ମଧ୍ୟ ବଞ୍ଚାଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments