Agripedia

ସପୁରୀ ଚାଷ ଦେବ ନୂଆ ପରିଚୟ, ଆପଣାନ୍ତୁ ଏହି ପ୍ରଣାଳୀ

ସପୁରୀର ଚାହିଦାକୁ ଦୃଷ୍ଟିରେ ରଖି ଚାଷୀ ବ୍ୟବସାୟ ପାଇଁ ସପୁରୀ ଚାଷକୁ ଆପଣାଉଛନ୍ତି | ଓଡିଶାରେ ସପୁରୀର ଚାହିଦା ବହୁତ ଅଧିକ | ଖରାଦିନେ ସପୁରୀ ଜୁସ ପିଇବାକୁ ଅଧିକ ଲୋକ ପସନ୍ଦ କରନ୍ତି |

07 July, 2022 12:43 PM IST By: Rajashree

ସାଧାରଣତଃ ସପୁରୀ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି | ସପୁରୀର ଚାହିଦାକୁ ଦୃଷ୍ଟିରେ ରଖି ଚାଷୀ (Pineapple Farming) ବ୍ୟବସାୟ ପାଇଁ ସପୁରୀ ଚାଷକୁ ଆପଣାଉଛନ୍ତି | ଓଡିଶାରେ ସପୁରୀର ଚାହିଦା ବହୁତ ଅଧିକ | ଖରାଦିନେ ସପୁରୀ ଜୁସ ପିଇବାକୁ ଅଧିକ ଲୋକ ପସନ୍ଦ କରନ୍ତି | ତେବେ ଆଜି ଆସନ୍ତୁ ଜାଣିବା ବ୍ୟବସାୟିକ ପଦ୍ଧତିରେ କିପରି କରିବା ସପୁରୀ ଚାଷ |

ଜଳବାୟୁ, ମୂର୍ତ୍ତିକା :


ଅତି ଥଣ୍ଡା ଜଳବାୟୁରେ ସପୁରୀ ଚାଷ (Pineapple Farming) ପାଇଁ ଭଲ ନୁହେଁ | ସମୁଦ୍ରକୂଳିଆ ଏବଂ ନାତିଶୀତୋଷ୍ଣ ଜଳବାୟୁ ସପୁରୀ ଚାଷ ପାଇଁ ଉପଯୁକ୍ତ ହୋଇଥାଏ | ସପୁରୀ ଟାଣ ଖରା ଏବଂ ପୁରା ଛାଇ ସହିପାରେ ନାହିଁ । ଅଳ୍ପ ଛାଇ ଓ ଅଳ୍ପ ଖରା ଖୁବ ଅନୁକୂଳ । କଦଳୀ, ଆମ୍ବ, ପଣସ ବଗିଚାରେ ଚାଷ କଲେ ଏହା ଭଲ ବଢେ | ଦୋରସା ନିଗିଡା ମାଟିରେ ସପୁରୀ ଚାଷ ଭଲ ହୋଇଥାଏ | ବର୍ଷାଦିନରେ ପାଣି ଛାଡିଯାଉଥିବା ଯେକୌଣସି ମାଟିରେ ସପୁରୀ ଚାଷ (Pineapple Farming)କରାଯାଇପାରିବ | କିନ୍ତୁ କାଦୁଆ ସନ୍ତସନ୍ତିଆ ଏବଂ ପଥୁରିଆ ଜାଗାରେ ସପୁରୀ ଭଲ ହୋଇନଥାଏ |

କିସମ :

କିଉ, ଜାଏଣ୍ଟ କିଉ , କୁଇନ ଜାତୀୟ ସପୁରୀ ସବୁଠୁ ଭଲ ଏବଂ ଅନ୍ୟ ସପୁରୀ (Pineapple) ଅପେକ୍ଷା ଏହା ବୃହତ୍ତର ଓ ମିଠା ହୋଇଥାଏ | କୁଇନଜାତୀୟ ସପୁରୀ ଛୋଟ ଓ ସବୁ ଜାତୀୟ ସପୁରୀ ଠାରୁ ମିଠା | ବ୍ୟବସାୟିକ ଭିତ୍ତିରେ କିଉ ଓ କୁଇନ କିସମର ସପୁରୀ ଚାଷ କରାଯାଏ |

ପୁଆ 

: - ସପୁରୀ (Pineapple )ଗଛରୁ ୪ ପ୍ରକାରର ପୁଆ ବାହାରେ | ଯେପରିକି ଡାଲିପୁଆ,ମୁକୁଟପୁଆ, ମୂଳପୁଆ,କନ୍ଦାପୁଆ

ମୂଳ ଓ କନ୍ଦା ପୁଆ ଶୀଘ୍ର ବଢେ ଥାଏ ତେଣୁ କନ୍ଦା ଓ ମୂଳ ପୁଆ ଲଗାଇବା ଭଲ | ମୁକୁଳ ଓ ଡାଳିପୁଆ ଗଛ ବିଳମ୍ବରେ ଫଳଦିଏ |

ରୋପଣ ପ୍ରଣାଳୀ: -

ସପୁରୀ ଚାଷ (Pineapple Farming) ପାଇଁ ସପୁରୀ ଧାଡି ଧାଡି କରି ଲଗାଇବା ହୋଇଥାଏ | ପ୍ରତି ଧାଡିରେ ଗଛକୁ ଗଛ ୨ ଫୁଟ ଓ ଧାଡିକୁ ଧାଡି ୩ ଫୁଟ ବ୍ୟବଧାନ ରଖିବା ଦରକାର ହୋଇଥାଏ | ବ୍ୟବଧାନରେ ଗଛ ଲଗାଇଲେ କୋଡାଖୁସା କରିବାକୁ ସୁବିଧା ହୁଏ | ଏକର ପ୍ରତି ୫୦୦୦ ରୁ ୭୦୦୦ ସପୁରୀ ଗଛ (Pineapple Farming) ଲଗାଯାଇପାରିବ | ଲଗାଇବା ପୂର୍ବରୁ ପୁଆ ମୂଳରୁ ଇଞ୍ଚେ ପର୍ଯ୍ୟନ୍ତ ପତ୍ର ଛିଣ୍ଡାଇ ଦେବା ଆବଶ୍ୟକ ହୋଇଥାଏ | ତିନିଦିନ ଯାଏ ମୂଳ ଉପରକରି ପୁଆକୁ ଖରାରେ ଶୁଖାଇଲେ ପରେ ଲଗାଇଲେ ପୁଆ ନଷ୍ଟ ହେବାର ଆଶଙ୍କା କମ ରହିଥାଏ | ୪-୬ ଇଞ୍ଚ ଗାତକରି ପୁଆ ଲଗାଇ ଚାରିପଟେ ମାଟିକୁ ଦବାଇ ଦିଆଯାଏ | ପୁଆ ଆଖିରେ ମାଟି ଯେପରି ନପଶେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇଥାଏ କାରଣ ମାଟି ପଶିଲେ ପୁଆ ସଢିଯିବ |

ରୋଗପୋକ ନିୟନ୍ତ୍ରଣ :-

କାଣ୍ଡ ଓ କନ୍ଦା ପଚା, ସପୁରୀର ଏକ ମୁଖ୍ୟ ରୋଗ , ଏହି ରୋଗ ଯୋଗୁଁ ପତ୍ର ହଳଦିଆ ପଡେ ଓ ଅଗ୍ରଭାଗ ମାଟିଆ ରଙ୍ଗ ହୁଏ ଯାହାଫଳରେ ପତ୍ରର ମୂଳ ଅଙ୍ଗ ପଚେ ଓ ଗନ୍ଧ ହୁଏ | ଏହି ରୋଗ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିରୋଗା ପୁଆ ବାଛନ୍ତୁ , ଜମିରେ ପାଣି ( water irrigation system )ରହିବାକୁ ଦିଅନ୍ତୁ ନାହିଁ | ଆକ୍ରାନ୍ତ ଗଛରେ ରିଡୋମିଲ ଏସ.ଡେଡ ୨.୫ ଗ୍ରାମ ଲିଟର ପ୍ରତି ସ୍ପ୍ରେ କରନ୍ତୁ | ଫଳ ପଚାରୋଗ ଯୋଗୁଁ ଫଳ ଉପରେ ପାଚିବା ଦାଗ ଦେଖାଯାଏ ଏବଂ କାଟିମୁଣ୍ଡି ପକ୍ଷରୁ ପଚିବା ଲକ୍ଷ୍ୟ କରାଯାଏ |

ସପୁରୀ ଚାଷ (Pineapple Farming) ପାଇଁ ପୋକ ମଧ୍ୟରେ ମୁଖ୍ୟ ହେଲା ଦହିଆ ପୋକ , ଏହା ଗଛରୁ ରସ ଶୋଷି ନେଇଥାଏ , ପତ୍ରର ରଙ୍ଗ ଗୋଲାପିରୁ ନାଲି ହୁଏ ଓ ଭିତର ପଟକୁ ମୋଡିହୁଏ | ପୁଆ ଲଗାଇବା ପୂର୍ବରୁ ପୁଆକୁ ଫେନଥୋଏଟ (୧ ମିଲି/ଲିଟର) ଦ୍ରବଣରେ ବିଶୋଧିତ କରି ଲଗାନ୍ତୁ | ପୁଆ ଲଗାଇବାର ୩ ମାସ ପରେ ଏକର ପ୍ରତି ୭ କିଗ୍ରା ଫୋରେଟ ଦାନା ଦାର ବିଷ ପ୍ରୟୋଗ କରନ୍ତୁ |

ଅମଳ ସମୟ : -

କନ୍ଦା,ପୁଆ, ମୂଳ ପୁଆ ଲଗାଇ ସାର ଭଲ ଭାବରେ ପ୍ରୟୋଗ କରି ସପୁରୀ ଫସଲ କଲେ ବର୍ଷକ ସମୟ ମଧ୍ୟରେ ସପୁରୀ ଫଳିବ | ସାଧାରଣତଃ ପୌଷ, ମାଘମାସରେ ସପୁରୀ ଫୁଲ ଧରେ | ବୈଶାଖ ଓ ଜ୍ୟେଷ୍ଠରେ ସପୁରୀ ପାଚେ |

ବ୍ୟବସାୟିକ ପଦ୍ଧତିରେ ଲଙ୍କା ଚାଷ କରନ୍ତୁ, ଅଧିକ ଟଙ୍କା ରୋଜଗାର କରନ୍ତୁ !!

ବ୍ୟବସାୟିକ ଭିତିରେ ତରଭୁଜ ଚାଷ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)