Agripedia

ଚାଷୀଙ୍କ ପାଇଁ ଲାଭଦାୟକ ପୋଟଳ ଚାଷ, କମ ବ୍ୟୟରେ ଦିଏ ଅଧିକ ଲାଭ

ପୋଟଳ ଏକ ଲାଭଦାୟକ ଫସଲ ହୋଇଥାଏ | ବୈଜ୍ଞାନିକ ପଦ୍ଧତିରେ ପୋଟଳ ଚାଷ କରି ଚାଷୀ ମାନେ କମ ବ୍ୟୟରେ ଅଧିକ ଲାଭ ପାଇପାରିବେ |

17 June, 2022 11:58 AM IST By: Rajashree

ସାଧାରଣତଃ ବର୍ଷା ଦିନ ହେଲା ମାତ୍ରେ ପୋଟଳର(Pointed gourd )ଚାହିଦା ବଢ଼ିଯାଇଥାଏ | ପୋଟଳ ସବୁ ଋତୁରେ ମିଳୁଥିଲେ ବି ବର୍ଷା ଦିନେ ଏହାର ଦର ପକେଟ ସୁହାଇବା ଭଳି ହୋଇଥାଏ | ସବୁ ସମୟରେ ପୋଟଳ ଏକ ଲାଭଦାୟକ ଫସଲ ହୋଇଥାଏ | ବୈଜ୍ଞାନିକ ପଦ୍ଧତିରେ ପୋଟଳ ଚାଷ (Pointed gourd )କରି ଚାଷୀ ମାନେ କମ ବ୍ୟୟରେ ଅଧିକ ଲାଭ ପାଇପାରିବେ | ତେବେ ବର୍ତମାନ ଆସନ୍ତୁ ଜାଣିବା ବୈଜ୍ଞାନିକ ପଦ୍ଧତିରେ କିପରି କରିବା ପୋଟଳ ଚାଷ |

ମୃତ୍ତିକା :

ପୋଟଳ ଚାଷ (Pointed gourd cultivation) ପାଇଁ ଉଷ୍ଣ ଆର୍ଦ୍ର ଜଳବାୟୁ ଦରକାର ହୋଇଥାଏ | ବସନ୍ତ ଓ ବର୍ଷା ଋତୁରେ ପୋଟଳ ଗଛ ଗୁଡିକ ଭଲ ଭାବେ ବଢିଥାଏ | ଶୀତ ଦିନ ଓ ଖରା ଦିନରେ ଅଧିକ ଗରମରେ ଗଛରେ ଫୁଲ ଫଳ ହେବାରେ ବାଧା ସୃଷ୍ଟି ହୋଇଥାଏ | ଓଡିଶାର ଜଳବାୟୁ ପୋଟଳ ଚାଷ ପାଇଁ ଉପଯୁକ୍ତ ଅଟେ | ବାଲିଆ ଦୋରସା ମାଟି ପୋଟଳ ଚାଷ ପାଇଁ ଉପଯୁକ୍ତ ହୋଇଥାଏ | ପଟୁ ପଡୁଥିବା ଜମି ଏବଂ ଖତସାର ମିଶା ମାଟିରେ ଏହା ଭଲ ବଢିଥାଏ | ପୋଟଳ ଚାଷ (Pointed gourd cultivation) ପାଇଁ ଉପଯୁକ୍ତ ଭାବେ ଜଳସେଚନ ସହ ନିଷ୍କାସନ ଆବଶ୍ୟକ ହୋଇଥିବାରୁ ଏହାକୁ ସାଧାରଣତଃ ଉଚ୍ଚ ସ୍ଥାନରେ ଚାଷ କରାଯାଇଥାଏ |

କିସମ: -

ଓଡିଶାରେ ପୋଟଳ ଚାଷ (Pointed gourd cultivation)ପାଇଁ ଉପଯୁକ୍ତ କିସମ ଗୁଡିକ ହେଲା : -
1- ସ୍ଵର୍ଣ୍ଣ ଆଲୌକିକ, 2 - ଆର୍କା ନୀଳାଚଳ କୀର୍ତ୍ତି

ସ୍ଵର୍ଣ୍ଣ ଆଲୌକିକ :-

ଏହି କିସମର ଫଳକ ଆୟତାକାର ହୋଇଥାଏ | ଏହି କିସମର ରଙ୍ଗ ହଲକା ସବୁଜ ଏବଂ ଶୀର୍ଷଭାଗ ମୁଣ୍ଡାଳିଆ ହୋଇଥାଏ | ଏହି କିସମ ଫଳର ଲମ୍ବ ୫-୮ ସେମି ପର୍ଯ୍ୟନ୍ତ ଥାଏ । ରଞ୍ଜା ପଦ୍ଧତିରେ ଚାଷ କଲେ ଏହି କିସମରେ ଅମଳ ହେକ୍ଟର ପ୍ରତି ୨୩-୨୮ ଟନ ହୋଇଥାଏ |

ଆର୍କା ନୀଳାଚଳ କୀର୍ତ୍ତି :-

ପୋଟଳ ଚାଷ (Pointed gourd cultivation)ପାଇଁ ଏହା ଅଧିକ ଅମଳ କ୍ଷମ କିସମ ହୋଇଥାଏ | ଏହି କିସମ ଉପରେ ଉପରେ ସବୁଜ ରଙ୍ଗର ଲାମ୍ବା ଦାଗ ଥାଏ | ଏହି କିସମର ଫଳର ଲମ୍ବ ୮-୧୦ ସେମି ପର୍ଯ୍ୟନ୍ତ ଥାଏ ଏବଂ ରଞ୍ଜା ପଦ୍ଧତିରେ ଚାଷ କଲେ ଅମଳ ହେକ୍ଟର ପ୍ରତି ୨୫-୩୦ ଟନ ହୋଇଥାଏ |

ପୋଟଳ ମଞ୍ଜିରୁ (Pointed Gourd seed)ଗଛ ପ୍ରସ୍ତୁତ ହେଲେ ପ୍ରାୟ ଶତକଡା ୫୦ ଭାଗ ଅଣ୍ଡିରା ଗଛ ହୁଏ | ମାଈ ପୋଟଳ ଗଛରେ ଭଲ ଫଳ ଆସିନଥାଏ ,ତେଣୁ ବ୍ୟବସାୟିକ ପଦ୍ଧତିରେ ପୋଟଳ ଚାଷ ପାଇଁ ଏହାର ଡଙ୍କ ଓ ଚେରକୁ ବିହନ ରୂପେ ବ୍ୟବହାର କରାଯାଇଥାଏ |

ସାଧାରଣତଃ ପୋଟଳ ଗଛକୁ (Pointed Gourd seed)ହୁଡାରେ ଲଗାଇ ଏହାର ଡଙ୍କକୁ ମାଟିରେ ମଡାଯାଇଥାଏ କିନ୍ତୁ ଏହାର ଫୁଲ ଓ ଫଳ ମାଟିରେ ଲାଗିଲେ ଜଲ୍ଦି ନଷ୍ଟ ହୋଇଯାଇଥାଏ | ପୋଟଳ ପୋଟଳ ଗଛରେ ଔଷଧ ସିଞ୍ଚନ କଳାବେଳେ ଏହା ପତ୍ରର ତଳ ଭାଗକୁ ସ୍ପର୍ଶ କରିପାରେ ନାହିଁ ତେଣୁ ପତ୍ରର ତଳଭାଗ ରୋଗପୋକ ଦ୍ଵାରା ଆକ୍ରାନ୍ତ ହୋଇଥାଏ | ଏହିସବୁ ଅସୁବିଧାକୁ ଦ୍ରୁଷ୍ଟିରେ ରଖି ପୋଟଳ ଗଛକୁ ରଞ୍ଜା ପ୍ରଣାଳୀରେ ଚାଷ କରିବା ଉଚିତ | ରଞ୍ଜା ପ୍ରଣାଳୀରେ ପୋଟଳ ଗଛ ମଡାଇଲେ ଜମିରେ ଜଳସେଚନ ସୁବିଧା ହେବାସହ ରୋଗ ପୋକ ଦମନ ପାଇଁ ଔଷଧ ସିଞ୍ଚନରେ ମଧ୍ୟ ସୁବିଧା ହୋଇଥାଏ |

ଜଳ ପରିଚାଳନା : -

ପୋଟଳ ଚାଷ (Pointed gourd cultivation) ପାଇଁ ସଠିକ ଜଳ ପରିଚାଳନା ବିଶେଷ ଭାବରେ ଦୃଷ୍ଟି ରଖିବା ଆବଶ୍ୟକ | ରିତୁ ଅନୁଯାୟୀ ଜଳର ଆବଶ୍ୟକତାକୁ ନଜରରେ ରଖି ଜଳ ପରିଚାଳନା କରାଯିବ ଆବଶ୍ୟକ | ଶୀତ ଦିନେ ୮-୧୦ ଦିନ ବ୍ୟବଧାନରେ ଓ ଖରା ଦିନେ ୪-୫ ଦିନ ବ୍ୟବଧାନରେ ଜଳସେଚନ କରାଯାଏ | ଜମିର ଜଳ ନିଷ୍କାସନ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ କାରଣ ଜମିରେ ପାଣି ଜମି ରହିଲେ ଚେର ପାଚିଯାଏ ଓ ଗଛ ଗୁଡିକ ଫ୍ୟୁଜାରିଆମ ଫିମ୍ପିର ଆକ୍ରାନ୍ତ ହୁଏ |

ଅମଳ: -

ପୋଟଳ ଚାଷରୁ(Pointed gourd cultivation) ଭଲ ଲାଭ ପାଇଁ ପ୍ରକୃଷ୍ଟ ସମୟରେ ହିଁ ଅମଳ କରିବା ଉଚିତ । ରୋପଣର ୪୦-୫୦ ଦିନ ମଧ୍ୟରେ ଫୁଲ ଆସିଥାଏ ଏବଂ ୬୦-୭୦ ଦିନ ମଧ୍ୟରେ ଅମଳ ଆରମ୍ଭ ହୋଇଥାଏ | ପୋଟଳ ହେକ୍ଟର ପିଛା ୨୫-୩୫ ଟନ ପର୍ଯ୍ୟନ୍ତ ଅମଳ ଦିଏ | ଅମଳ (Pointed gourd cultivation)ପରେ ପୋଟଳକୁ ରଖିବା ପାଇଁ ବାଉଁଶ ବାକ୍ସ ସବୁଠାରୁ ଭଲ ହାଇଥାଏ । ଏହି ବାକ୍ସର ତଳ ଓ ଉପରି ଭାଗରେ କଦଳୀ ପତ୍ର ଦିଆଯାଇ ବନ୍ଧାଯାଇଥାଏ , ଏହା ଦ୍ଵାରା ଫଳ ନଷ୍ଟ ନହୋଇ ରପ୍ତାନି ପାଇଁ ପଠାଯାଇପରେ | ପୋଟଳଚାଷରେ ଏକର ପିଛା ହାରାହାରି ୪୦,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଲକ୍ଷେରୁ ଊର୍ଦ୍ଧ୍ଵ ଆୟ ହୋଇଥାଏ |

ପୋଟଳ ଚାଷ ଲାଗି ବିକଳ୍ପ ବିହନ

ଉନ୍ନତ କିସମ ପୋଟଳ ସ୍ଵର୍ଣ ଅଲୌକିକ ଓ ଏହାର ଚାରା ପ୍ରସ୍ତୁତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)