1. ଉଦ୍ୟାନ କୃଷି

ଉନ୍ନତ କିସମ ପୋଟଳ ସ୍ଵର୍ଣ ଅଲୌକିକ ଓ ଏହାର ଚାରା ପ୍ରସ୍ତୁତି

ସ୍ଵର୍ଣ ଅଲୌକିକ : ଏହା ଅଧିକ ଅମଳକ୍ଷମ କିସମ |ଫଳଗୁଡିକ ଫିକା |ହାଲ୍କା ସବୁଜରଙ୍ଗ ,୫ ରୁ ୮ ସେ.ମି.ଲମ୍ବା ,ନିଦାଳିଆ,ପତଳାଚୋପା ତଥା ଅଳ୍ପ ମଞ୍ଜିଯୁକ୍ତ

KJ Staff
KJ Staff

ସ୍ଵର୍ଣ ଅଲୌକିକ : ଏହା ଅଧିକ ଅମଳକ୍ଷମ କିସମ |ଫଳଗୁଡିକ ଫିକା |ହାଲ୍କା ସବୁଜରଙ୍ଗ ,୫ ରୁ ୮ ସେ.ମି.ଲମ୍ବା ,ନିଦାଳିଆ,ପତଳାଚୋପା ତଥା ଅଳ୍ପ ମଞ୍ଜିଯୁକ୍ତ |ଏହି କିସମର ପୋଟଳ ଗଛ ଜମିରେ ଅଧିକ ମାତ୍ରାରେ ମାଡ଼ିଥାଏ |ଶତକଡା ୧୦-୧୫ ଭାଗ ଫଳ ପେନ୍ଥାରେ (୨ ରୁ ୩ ଟି) ଧରିଥାଏ |ଜମିରେ ଲଗାଇବା ପରେ ଗଛ ପାଖାପାଖି ୨.୫ ରୁ ୩ ଫୁଟ ମାଡିଯିବାପରେ ଏଥିରେ ଫଳକସି ଧାରଣ ଆରମ୍ଭ ହୋଇଥାଏ |ଅତ୍ୟଧିକ ବର୍ଷ ବା ଖରା ଇତ୍ୟାଦି ପ୍ରତିକୂଳ ପରିବେଶରେ ମଧ୍ୟ ଏହି କିସମରୁ ଅମଳ ମିଳିଥାଏ |ଏହିକିସମାର ଏକର ପ୍ରତି ଅମଲକ୍ଷମତା ୧୦୮ ରୁ ୧୨୦ କୁଇଣ୍ଟାଲ ରହେ|

ଲଗାଇବା ସମୟ :ଏହି କିସମକୁ ଅକ୍ଟୋବର ରୁ ଜାନୁଆରୀ ମାସ ଯାଏଁ ଲଗାଯାଇଥାଏ |ବ୍ୟବସାୟିକ ଭିତ୍ତିରେ ଏହି ପୋଟଳାଚାଷ Kariba ସାଧାରଣତଃ ଲଟା ବା ଦଙ୍କ ଖଣ୍ଡରୁ ପ୍ରସ୍ତୁତ ଚାରକୁ ରୋପଣ ସାମଗ୍ରୀ ଭାବେ ବ୍ୟବହାର କରାଯାଇଥାଏ |ଏକ ଏକର ଜମିରେ ସ୍ଵର୍ଣ ଅଲୌକିକ ପୋଟଳ ଚାଷ କରିବା ପାଇଁ ଜମିର ଉର୍ବରତା ,ଦଙ୍କ ମଡ଼େଇବା ପ୍ରଣାଳୀ ଓ ଲଗାଇବା ବ୍ୟାବଦହନ ଅନୁଯାୟୀ ୧୨୧୦ ରୁ ୧୬୪୦ ଗୋଟି ଲତାଖଣ୍ଡ ଅବୟଶୟକ |

ଚାରା ପ୍ରସ୍ତୁତି :ସ୍ଵର୍ଣ ଅଲୌକିକ ପୋଟଳର ଚାରା ପ୍ରସ୍ତୁତି ପାଇଁ ଜୁଲାଇ ବା ସେପ୍ଟେମ୍ବର ମାସରୁ ଜମିରୁ ପାକଳ ବା ଅର୍ଦ୍ଧପାକଳ ଲତା ସଂଗ୍ରହ କରାଯାଏ |ସେହି ଲତା ର ପତ୍ର ଗୁଡିକୁ ଅଲଗା କରି ତାହାକୁ ୧୫ ରୁ ୨୦ ସେ.ମି.ଲମ୍ଭା ବିଶିଷ୍ଟ ଛୋଟ ଖଣ୍ଡରେ କଟାଯାଏ ଯେପରିକି ପ୍ରତେୟା ଖଣ୍ଡରେ ୨ରୁ ୩ ଟି ଗଣ୍ଠି ରହିଥିବା |ଏହି ଲତା ଖଣ୍ଡ ଗୁଡିକୁ କାରବେଣ୍ଡାଜ଼ୀମ(carbendazim ) (୧ ଲିଟର ପାଣିରେ ୧ ଗ୍ରାମ )ଓଷଧୀୟ ଦ୍ରବଣରେ ୧୦ ମିନିଟ ବୁଡାଇ ବିଶୋଧିତତା କରଯେ |ତତ୍ପରେ ଚେର କରିବା ହର୍ମୋନ (ରୁଟିନ /ରୁଟେଜ ଇତ୍ୟାଦି )ପାଉଡର ବିଶୋଧିତ ଲତା ଖଣ୍ଡର ଯେକୌଣସି ଗୋଟିଏ ମୁଣ୍ଡ /ପାର୍ଶ୍ୱ ଗଣ୍ଠିରେ ଉପଚାର କରଯେ ଓ ସେହି ପାର୍ଶ୍ୱକୁ ବଳି ଭର୍ତି ମାଟିକୁଣ୍ଡରେ ବାଲିଶର୍ଯ୍ୟାରେ ପୋତାଯାଏ |୧୦ ରୁ ୧୫ ଦିନ ମଧ୍ୟରେ ମଧ୍ୟରେ ଲତା ଖଣ୍ଡରେ ଉପରପାର୍ଶ୍ଵ ଥିବା ଗଣ୍ଠି ରୁ ଗଜା ବାହାରିଥାଏ |ଗଜଗୁଡିକ ଅଳ୍ପ ବଢ଼ିଯିବ ପରେ ଲତା ଖଣ୍ଡ ଗୁଡିକୁ ହଟଗୋଟି କରି ମାଟି ,ବାଲି ଓ ଖତ ର ମିଶ୍ରଣ ଭର୍ତି ହୋଇଥିବା ପଲିଥିନ ମୁଣାକୁ ସ୍ଥାନାନ୍ତରିତ କରାଯାଏ |ଏହିପରି ପ୍ରସ୍ତୁତ ଚାରାଗୁଡ଼ିକ ପଲିଥିନ ମୁଣା କୁ ୪୫ ରୁ ୬୦ ଦିନ ରହିପ ପରେ ଜମିରେ ପୂର୍ବ ପ୍ରସ୍ତୁତ ଗାତରେ ଲଗାଯାଇଥାଏ |ପ୍ରତ୍ୟେକ ଗାତରେ ଗୋଟିଏ ଚାରାଅଗଣାଯାଏ |ଉପରୁକ୍ତ ପଦ୍ଧତ୍ତିରେ ମାଈଓ ଅଣ୍ଡିରା ଚାରକୁ ଅଲଗା ଅଲଗା ପ୍ରସ୍ତୁତ କରାଯାଇଥାଏ |ଜମିରେ ଲଗାଯିବ ସମୟରେ ପ୍ରତି ୧୦ ରୁ ୧୨ ଟି ମାଈ ଗଛ ୧ ଟି ଅଣ୍ଡିରା ଗଛ ଲଗାଯାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments