1. କୃଷି ବିଶ୍ବକୋଷ

ଆପଣଙ୍କ ସ୍ମାର୍ଟଫୋନରେ ଜାଣନ୍ତୁ ଆଳୁର ବ୍ଲାଇଟ୍ ରୋଗ ବିଷୟରେ !!

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି | ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି,ମଣ୍ଡି ପକ୍ଷରୁ ଏକ କୌଶଳ କରାଯାଇଛି। ଏହା ସାହାଯ୍ୟରେ ଆଳୁ ଫସଲରେ ରୋଗ ଆକ୍ରମଣକୁ ସହଜରେ ଜାଣି ହେବ। ଏହି ପରିପ୍ରେକ୍ଷୀରେ, ଆଇଆଇଟି ମଣ୍ଡି ଠାରେ ଥିବା ସ୍କୁଲ୍ ଅଫ୍ କମ୍ପୁଟର ଆଣ୍ଡ ଇନଜିନିରିଂର ଆସୋସିଏଟ୍ ପ୍ରଫେସର ଶ୍ରୀକାନ୍ତ ଶ୍ରୀନିବାସନ୍, କହିଛନ୍ତି ଯେ, ଆଳୁ ଗଛର ପତ୍ରରେ ରୋଗ ହେବା ସାଧାରଣ କଥା। କିନ୍ତୁ ଏହି ରୋଗ ଏକ ସପ୍ତାହ ମଧ୍ୟରେ ଆଳୁକୁ ନଷ୍ଟ କରିପାରେ।

Sugyan Kumar Nayak
Sugyan Kumar Nayak
Leaves

Leaves

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି | ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି,ମଣ୍ଡି ପକ୍ଷରୁ ଏକ କୌଶଳ କରାଯାଇଛି। ଏହା ସାହାଯ୍ୟରେ ଆଳୁ ଫସଲରେ ରୋଗ ଆକ୍ରମଣକୁ ସହଜରେ ଜାଣି ହେବ। ଏହି ପରିପ୍ରେକ୍ଷୀରେ, ଆଇଆଇଟି ମଣ୍ଡି ଠାରେ ଥିବା ସ୍କୁଲ୍ ଅଫ୍ କମ୍ପୁଟର ଆଣ୍ଡ ଇନଜିନିରିଂର ଆସୋସିଏଟ୍ ପ୍ରଫେସର ଶ୍ରୀକାନ୍ତ ଶ୍ରୀନିବାସନ୍, କହିଛନ୍ତି ଯେ, ଆଳୁ ଗଛର ପତ୍ରରେ ରୋଗ ହେବା ସାଧାରଣ କଥା। କିନ୍ତୁ ଏହି ରୋଗ ଏକ ସପ୍ତାହ ମଧ୍ୟରେ ଆଳୁକୁ ନଷ୍ଟ କରିପାରେ।

କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା ଆଳୁ ଗଛର ପତ୍ର ଫଟୋ ଉଠାଯାଇ ରୋଗ ଚିହ୍ନଟ ହେଉଛି । ଏହି ଗବେଷଣା ଶିମଳା ସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ସହଯୋଗରେ କରାଯାଇଛି। ରୋଗଗ୍ରସ୍ତ ଗଛ ଚିହ୍ନିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରାଯାଏ। ଏହି ଗବେଷଣାର ପତ୍ରିକା ମଧ୍ୟ ପ୍ରକାଶିତ ହୋଇଛି। ଏହି ଗବେଷଣା ଆଇଆଇଟି ମଣ୍ଡି ସ୍କୁଲ୍ ଅଫ୍ କମ୍ପ୍ୟୁଟର ଆଣ୍ଡ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଆସୋସିଏଟ୍ ପ୍ରଫେସର ଡ଼ଃ ଶ୍ରୀକାନ୍ତ  ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ  ସେଣ୍ଟ୍ରାଲ୍ ଆଳୁ ଗବେଷଣା ଇନଷ୍ଟିଚ୍ୟୁଟ୍ ଶିମଳା ସହଯୋଗରେ କରାଯାଇଛି।

ଆଳୁରେ ବ୍ଲାଇଟ୍ ନାମକ ଏକ ରୋଗ ହୁଏ।  ଯଦି ଏହାକୁ ଠିକ୍ ସମୟରେ ରୋକାଯାଇ ନଥାଏ ତେବେ ଗୋଟିଏ ସପ୍ତାହରେ ସବୁ ଫସଲକୁ ନଷ୍ଟ କରିଦେବ | ଏହି କାରଣରୁ ଆଳୁ ଅଧିକ କ୍ଷତିଗ୍ରସ୍ତ ହୁଏ। କାରଣ, ବିହନ ବୁଣିବାର 3 ରୁ 4 ସପ୍ତାହ ପରେ ଏହି ରୋଗ ଦେଖାଯାଏ ପ୍ରଥମେ ପତ୍ରରେ ଛୋଟ ଦାଗ ସୃଷ୍ଟି ସୃଷ୍ଟି ହୁଏ ଯାହା ଫଳରେ ରୋଗ ବଢିଥାଏ । ଯାହା ଫଳରେ ପତ୍ରଗୁଡ଼ିକ ସଙ୍କୁଚିତ ହୋଇଥାଏ । ଯଦି ଏହି ରୋଗର ଅନୁସନ୍ଧାନ କରାଯାଏ, କୃଷି ବୈଜ୍ଞାନିକମାନଙ୍କୁ ଜମିକୁ ଯିବାକୁ ପଡିବ | ଏହା ପରେ ରୋଗ ଜଣା ପଡ଼ିବ। ପତ୍ରର ଫଟୋରୁ ଏହି ରୋଗ ଜାଣିପାରିବେ l ବର୍ତ୍ତମାନ ନୂଆ ଜ୍ଞାନକୌଶଳ ସାହାଯ୍ୟରେ ଫଟୋ ଦେଖିଲେ ଗଛରେ ରୋଗ ହୋଇଛି କି ନାହିଁ ତାହା ଜଣା ପଡ଼ିପାରିବ। ତାହା ପରେ କୃଷକମାନେ କୀଟନାଶକ ବ୍ୟବହାର କରି ଫସଲ ରକ୍ଷା କରିପାରିବେ l ଗଛ ବିଷୟରେ ଅଧିକ ବିବରଣୀ ପାଇଁ ଏହାକୁ ବ୍ୟବହାର କରିପାରିବେ l ଅନୁସନ୍ଧାନକାରୀମାନେ ସମସ୍ତ ତଥ୍ୟ ଏହି ଆପ୍ଲିକେସନ୍ ମାଧ୍ୟମରେ ଦେଉଛନ୍ତି। 

ମୋବାଇଲ୍ ଆପ୍ ଜରିଆରେ କେଉଁ କାମ ହେବ 

ପତ୍ରର ଫଟୋ ଦ୍ବାରା ରୋଗଗ୍ରସ୍ତ ଗଛ ଚିହ୍ନଟ କରାଯାଉଛି। ଆଳୁ ନଷ୍ଟ ହେବା ପୂର୍ବରୁ ଠିକ୍ ସମୟରେ ଜାଣିପାରିବେ |  ଏବଂ ଠିକ୍ ସମୟରେ ରୋଗକୁ ରୋକିପାରିବେ | ଏହା ସହ ଟଙ୍କା ମଧ୍ୟ ସଞ୍ଚୟ ହେବ | ଆଳୁ ଚାଷ କରୁଥିବା କୃଷକମାନଙ୍କୁ ତାଲିମ ପ୍ରଦାନ ସହିତ କ୍ଷେତ ପରିଦର୍ଶନ କରି ରୋଗ ଚିହ୍ନା ଯାଉଛି | କିନ୍ତୁ ଦୁର୍ଗମ ଅଞ୍ଚଳ ପାଇଁ ଏହି ପଦକ୍ଷେପ କଷ୍ଟସାଧ୍ୟ ହୋଇଥାଏ।  ମୋବାଇଲ୍ ମାଧ୍ୟମରେ ଏହାର ସମାଧାନ ହୋଇପାରିବ। ସେଥିପାଇଁ ଏକ ସ୍ମାର୍ଟଫୋନ୍ ନିହାତି ଆବଶ୍ୟକ |

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments