Agripedia

ପନିପରିବାର ଉତ୍ପାଦନ ବୃଦ୍ଧି କରିବ ଏହି ସାର

ଭାରତର ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ଉତ୍ପାଦନ ହାର ହ୍ରାସ ଏହାର ପ୍ରମୁଖ କାରଣ ହୋଇଥିବା ବିଶେଷଣଜ୍ଞ ମାନେ ମତ ଦେଉଛନ୍ତି | ଜନ ସଂଖ୍ୟା ଅନୁସାରେ ଭାରତ ଭଳି ଏକ ବିଶାଳ ଦେଶରେ ପନିପରିବାରଉତ୍ପାଦନ ବୃଦ୍ଧି କରାଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ |

18 June, 2022 3:22 PM IST By: Rajashree

ଦିନକୁ ଦିନ ଆକାଶଛୁଆଁ ହେଉଛି ପରିବା ଦର | ଭାରତର ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ଉତ୍ପାଦନ ହାର ହ୍ରାସ ଏହାର ପ୍ରମୁଖ କାରଣ ହୋଇଥିବା ବିଶେଷଣଜ୍ଞ ମାନେ ମତ ଦେଉଛନ୍ତି | ଜନ ସଂଖ୍ୟା ଅନୁସାରେ ଭାରତ ଭଳି ଏକ ବିଶାଳ ଦେଶରେ ପନିପରିବାର(Vegetable rate )ଉତ୍ପାଦନ ବୃଦ୍ଧି କରାଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ | ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ ପରିବାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଇଥାଏ |

ତେବେ ଆଜି ଆସନ୍ତୁ ଜାଣିବା କିପରି ଉପାୟ ଏବଂ କେଉଁ ସାର ବ୍ୟବହାର କରି ଆପଣ ନିଜର ବାଡ଼ି ବଗିଚାରେ ଲାଗିଥିବା ପନିପରିବାର ଉତ୍ପାଦନ ବୃଦ୍ଧି କରିପାରିବେ |

- ଟମାଟୋ

ଯଦି ଆପଣ ବାଡ଼ିରେ ଟମାଟୋ ଫସଲ (Tamato farming )କରଛନ୍ତି ତେବେ ଟମାଟୋ ଫସଲରେ ୪-D ୱାର୍କିଙ୍ଗସ୍ ବୃଦ୍ଧି ହର୍ମୋନରୁ ୩-୫ ଏମ.ଜି ମାତ୍ରା ପ୍ରୟୋଗ କରନ୍ତୁ | ଏହା କରିବା ଦ୍ୱାରା ଟମାଟୋ ଶୀଘ୍ର ଫଳ ହେବା ଆରମ୍ଭ କରିଥାଏ | ଫଳର ମାତ୍ରା ମଧ୍ୟ ପୂର୍ବ ଅପେକ୍ଷା ବଢି ଯାଇଥାଏ ଓ ଫଳଗୁଡ଼ିକ ଅଳ୍ପ ମଞ୍ଜି ବା ବିନା ମଞ୍ଜିବିଶିଷ୍ଟ ହିଁ ହୋଇଥାଏ | ଯଦି ଟମାଟୋ ଉତ୍ପାଦନ ସମୟରେ ତାପମାତ୍ରା ଓ ଜଳବାୟୁ ଠିକ ନଥାଏ, ତେବେ ଏହା ଉତ୍ପାଦନକୁ ପ୍ରଭାବିତ କରିପାରେ |

ତେଣୁ ଏପରି ପରିସ୍ଥିତିରେ ଆପଣ ପିସିପିଏ ୫୦ଏମଜି ଛିଞ୍ଚି ଦେବା ଆବଶ୍ୟକ | ଯାହା ଦ୍ୱାରା ଅନୁକୂଳ ପରିସ୍ଥିତିରେ ମଧ୍ୟ ଟମାଟୋର ଉତ୍ପାଦନ ବୃଦ୍ଧି କରାଯାଇପାରେ |

- ବାଇଗଣ

ଉପଯୁକ୍ତ ଯତ୍ନ ନେଲେ ସାଧାରଣତଃ ବାଇଗଣ ଅଧିକ ସାରର ଆବଶ୍ୟକ କରିନଥାଏ , ତେବେ ନେପଥାଲିକ୍ ଏସିଟିକ୍ ଏସିଡ୍ ୬୦ଏମ.ଜି ଫୁଲ ଧରିବା ସମୟରେ ପ୍ରୟୋଗ କରିବା ଦ୍ୱାରା ବାଇଗଣର (brinjal )ଫଳ ଅଧିକ ସଂଖ୍ୟାରେ ହୋଇଥାଏ | ୪-ଡ଼ି ୨ଏମ.ଜି ପ୍ରୟୋଗ କରିବା ଦ୍ୱାରା ଅଧିକ ସଂଖ୍ୟାରେ ଫଳ ସହିତ ହୃଷ୍ଟପୃଷ୍ଟ ଫଳ ମଧ୍ୟ ହୋଇଥାଏ |

- ଲଙ୍କା

ଲଙ୍କାରେ (Chilli) ନେପଥୋନିକ୍ ଏସିଡ୍ ୧୦-୧୦୦ଏମ.ଜି ଛିଞ୍ଚିବା ଦ୍ୱାରା ଅଧିକ ସଂଖ୍ୟାରେ ଫଳ ଉତ୍ପାଦନ ହୋଇପାରିଥାଏ ଓ ଫୁଲ ଝଡ଼ା ମଧ୍ୟ ଦେଇନଥାଏ l ଲଙ୍କାରେ ଟ୍ରାଇକଣ୍ଟ୍ରୋଲ ୧ ଏମ.ଜି ଛିଞ୍ଚିବା ଦ୍ୱାରା ଗଛ ଭଲ ଭାବରେ ବୃଦ୍ଧି କରିଥାଏ l ବୃଦ୍ଧି ହର୍ମୋନଗୁଡ଼ିକ ପ୍ରାକୃତିକ ଉପାୟରେ ମଧ୍ୟ ମିଳିଥାନ୍ତି, ଯେଉଁଗୁଡ଼ିକ କି ଗଛର ଜୈବ ରାସାୟନିକ କ୍ରିୟାକୁ ଠିକ୍ ରୂପେ ପରିଚାଳନା କରିବାରେ ସହାୟକ ହୋଇଥାନ୍ତି l

- ଭେଣ୍ଡି

ସାଧାରଣତଃ ବର୍ଷା ଦିନେ ଭେଣ୍ଡିର(Okra )ଉତ୍ପାଦନ ଅଧିକ ହୋଇଥାଏ | କିନ୍ତୁ ଯଦି ଭେଣ୍ଡିର ଉତ୍ପାଦନ କମିଯାଉଥାଏ ତେବେ ମଞ୍ଜିକୁ ଜିଏ ୩ ର ୪୦୦ଏମ.ଜି, ଆଇଏଏ ୨୦୦ଏମ.ଜି ଓ ଏନଏଏ ୨୦ଏମ.ଜି ର ମିଶ୍ରଣରେ ଏକ ଘଣ୍ଟା ବୁଡାଇ ରଖିଲେ ଏହା ବହୁତ ଅଳ୍ପ ସମୟରେ ଗଜା ହୋଇଥାଏ |

- ପିଆଜ

ପିଆଜରେ (Onion) ସାଧାରଣତଃ ଅଧିକ କ୍ଷତି ସହିବାର ସମ୍ଭାବନା ଥାଏ | ପିଆଜ ଗଛର ଉତ୍ପାଦନ ବୃଦ୍ଧି ପାଇଁ ଯଦି ଜିବ୍ରୋଲିକ୍ ଏସିଡ ୪୦ଏମ.ଜି ରେ ପିଆଜ ଗଛର ଉପଚାର କରାଯାଏ, ତାହେଲେ କନ୍ଦାର ଆକାର ଓ ଅମଳରେ ବୃଦ୍ଧି ହୋଇଥାଏ |

କୁଣ୍ଡ ରେ ପରିବା ଚାଷ

ଭେଣ୍ଡି ଗୋଟିଏ ଭଲ ପରିବା !!!

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)