1. ଉଦ୍ୟାନ କୃଷି

କୁଣ୍ଡ ରେ ପରିବା ଚାଷ

କୁଣ୍ଡ ରେ ପରିବା ଚାଷ

KJ Staff
KJ Staff

ବର୍ତମାନ ଯୁଗରେ ଲୋକ ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ସହରାଂଚଳ ରେ ରହିବାରେ ରୁଚି ରଖୁଛନ୍ତି |ସହରାଂଚଳ ରେ ସ୍ଥାନ ବା ଜମି ଅଭାବ ହେତୁ ଲୋକ ଏବେ ପାକଶାଲା ଉଦ୍ୟାନ ମଧ୍ୟ ନିଜ ଘରେ କରି ପାରୁନାହାନ୍ତି |ଅଳ୍ପ ଜାଗାରେ ନିଜ ଘରେ ପନିପରିବା ଫସଲ ରୁ ଅମଳ କରିବା ଲାଗି ସବୁଠାରୁ ଉତ୍ତମ ଉପାୟ ହେଲା କୁଣ୍ଡ ରେ ପରିବା ଚାଷ |ତେବେ ସମସ୍ତ ପରିବା ମଧ୍ୟରୁ କେତୋଟି ପରିବା କୁ କୁଣ୍ଡ ରେ ଲଗାଇହେବ|

୧)ଟମାଟର:

କୁଣ୍ଡ ରେ ଲାଗ ହେଇପାରୁଥିବା ପରିବା ମଧ୍ୟରୁ ସବୁଠାରୁ ସହଜ ଏବଂ ଅଧିକ ଅମଳ ଦେଇଥାଏ ଟମାଟର |ସମସ୍ତ ବ୍ୟଞ୍ଜନ ର ଏକ ଅନ୍ୟତମ ଭାଗ ,ଏହି ଟମାଟର କୁ କୁଣ୍ଡ ରେ ଲଗାଇ ତାକୁ ନିୟମିତ ପାଣି ଦିଅନ୍ତୁ |ଗଛ କୁ ଉପଯୁକ୍ତ ଖରା ମଧ୍ୟ ଆବଶ୍ୟକ ହୋଇଥାଏ |କୁଣ୍ଡ ରେ ଛୋଟ ପ୍ରଜାତି ବା ଭେରାଇଟି ର ମଞ୍ଜି ଲଗାନ୍ତୁ |

୨)ଆଳୁ :

ବଡ ଠାରୁ ସାନ ସମସ୍ତଙ୍କର ଅତି ପ୍ରିୟ ଆଳୁ |ଏହାକୁ ଆପଣ ଖୁବ ସହଜରେ କୁଣ୍ଡରେ ଚାଷ କରିପାରିବେ |ବଜାରରୁ ଆଣିଥିବା ଆଳୁ ର ଆଖି  ପାଖରୁ ଫାଳ କରି ମାଟି ରେ ପୋଟନ୍ତୁ |ବଜାରରୁ କିଣିଥିବା ଆଳୁ ଏବଂ ଘରେ ଲଗାଇଥିବା ଆଳୁ ମଧ୍ୟରେ ଫରକ ଆପଣ ନିଜେ ହିଁ ଦେଖିପାରିବେ |

 

୩)ଲଙ୍କା ମରିଚ :

ଅଧିକ ସୂର୍ଯ୍ୟାଲୋକ ,ଉଚିତ ଜଳ ,ମାଟି ଏବଂ ଖୋଲା ଜାଗା ପାଇଲେ ଲଙ୍କା ମରିଚ ଯେ କୌଣସି ପାତ୍ର ରେ ବଢ଼ିପାରିବ |ବଡ ,ଛୋଟ ,ରାଗ ,ଅଳ୍ପ ରାଗ ବିଭିନ୍ନ ପ୍ରକାର ପ୍ରଜାତି ରେ ଲଙ୍କା ମରିଚ ମଞ୍ଜି ବଜାରରେ ଉପଲବ୍ଧ ରହିଛି |

୪)ମୂଳା:

ଖୁବ ଶୀଘ୍ର ବଢୁଥିବା ଏହି ପରିବା ର ବହୁ ଆକର୍ଷଣୀୟ ରଙ୍ଗ ର ପ୍ରଜାତି ମଧ୍ୟ ରହିଛି |ଅଳ୍ପ ସୂର୍ଯ୍ୟାଲୋକ ପଡୁଥିବା ସ୍ଥାନରେ ଏହା ଶୀଘ୍ର ବଢିପାରେ |ଶୀତ ଦିନରେ ମୂଳା ଭଲ ଅମଳ ଦେଇଥାଏ |ଏହା ଲାଗି ଜଳ ନିଷ୍କସନ ର ସୁବିଧା ରହିବ ଆବଶ୍ୟକ ,ମାଟି ଦୋରସା ରହିବ ଆବଶ୍ୟକ |ଅଧିକ ଟାଣ ମାଟି ଦ୍ୱାରା ମୂଳା ବଙ୍କା ହୁଏ ଏବଂ ଭଲ ଅମଳ ଦିଏ ନାହିଁ |

୫)ମଟର ଛୁଇଁ :

ବଗିଚା ରେ ବଢିପାରୁଥିବା ସବୁଠାରୁ ଉତ୍ତମ ଏବଂ ସୁନ୍ଦର ପରିବା ,ମଟର ଛୁଇଁ ବିଶେଷ ଭାବେ ଶୀତ ଦିନରେ ହିଁ ଅମଳ ଭଲ ଦେଇଥାଏ |ଅଧିକ ଗରମ ହେଲେ ଏହା ଅମଳ ଦେବା ବନ୍ଦ କରିଦେଇଥାଏ |ଏମାନେ ଭଲ ଫାଳ ଦେବା ବ୍ୟତୀତ ,ମୃତିକା ର ମନ ମଧ୍ୟ ବୃଦ୍ଧି କରିଥାନ୍ତି |ଚେର ରେ ବାତାବରଣ ରେ ଥିବା ଯବକ୍ଷାରଜାନ ର ପ୍ରକ୍ରିୟାକରଣ ହୋଇ ତାହା ମାଟିରେ ଯବକ୍ଷାରଜାନ ର ମାତ୍ରା ବୃଦ୍ଧି ରେ ବେଶ ସହାୟକ ହୋଇଥାଏ |
ଅମଳ କଲା ପରେ ଏହାକୁ ଉପାଡି ଅନ୍ୟ ପରିବା ଚାଷ କରନ୍ତୁ ,ଅମଳ ଭଲ ହେବ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments