
know about What are the benefits of organic farming of lemons?
କିଛି ଦିନ ତଳେ ଆକାଶ ଛୁଆଁ ହୋଇଥିଲା ଲେମ୍ବୁ ମୂଲ୍ୟ । ଲେମ୍ବୁ ଉତ୍ପାଦନ କମିଥିବାରୁ ଏହି ଦର ବୃଦ୍ଧି ହୋଇଥିଲା । ଲେମ୍ବୁର ମୂଲ୍ୟ କିଲୋଗ୍ରାମ ପିଛା 300 ଟଙ୍କାରେ ପହଞ୍ଚିଥିଲା । ଏହା ଦ୍ବାରା କେବଳ ଗ୍ରାହକ ନୁହେଁ, ବରଂ ଲେମ୍ବୁ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଥିଲେ ।
କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ମଧ୍ୟ ଲେମ୍ବୁ ଅଭାବ ଦେଖିବାକୁ ମିଳିଥିଲା । ତେବେ ଲେମ୍ବୁକୁ କେଉଁ ପଦ୍ଧତିରେ ଚାଷ କଲେ ଏହାର ଉତ୍ପାଦନ ବୃଦ୍ଧି ପାଇବ, ଆସନ୍ତୁ ଜାଣିବା...
ଜୈବିକ ପଦ୍ଧତିରେ ଲେମ୍ବୁ ଚାଷ
ପ୍ରାକୃତିକ ତଥା ଜୈବିକ ପଦ୍ଧତିରେ ଲେମ୍ବୁ ଚାଷ(organic lemon farming) କଲେ ଉତ୍ପାଦନ ବୃଦ୍ଧି ପାଇବା ସହ ଚାଷୀ ଅଧିକ ଲାଭବାନ ହେବେ । ଜୈବିକ ଉପାୟରେ ଯେକୌଣସି ପ୍ରକାରର ଲେମ୍ବୁ ଚାଷ କଲାବେଳେ ଉଚିତ କିସମ ଲେମ୍ବୁ ଉପରେ ଧ୍ୟାନ ଦେବା ଜରୁରୀ ।
କେମିତି କରିବେ ଜୈବିକ ପ୍ରଣାଳୀରେ ଲେମ୍ବୁ ଚାଷ
ଜୈବିକ ପ୍ରଣାଳୀରେ ହେଉଥିବା ଲେମ୍ବୁ(organic lemon farming) ଚାଷରେ କୌଣସି ରସାୟନିକ ସାର ପ୍ରୟୋଗ କରାଯାଇନଥାଏ । ସମ୍ପୂର୍ଣ୍ଣ ରୂପେ ଏହା ପ୍ରାକୃତିକ ଉପାୟରେ ଚାଷ କରିବାକୁ ହୁଏ । ଜୈବିକ ଲେମ୍ବୁ ଚାଷ ପାଇଁ ସାଧାରଣତଃ ଗାଈ ଗୋବର ଖତ, କୁକୁଡା ମଳରୁ ପ୍ରସ୍ତୁ ଖତ ଓସବୁଜ ପ୍ରତ୍ରକୁ ପଚାଇ ସେଥିରୁ ପ୍ରସ୍ତୁତ ସାର ଦିଆଯାଏ । ପ୍ରଥମ ବର୍ଷା ଆସିଲେ ଗଛରେ ଫୁଲ ଧରିବା ଆରମ୍ଭ ହୋଇଥାଏ । ଯଦି ମାଟିଶୁଖିଲା ରୁହେ, ତେବେ ଅଳ୍ପ କିଛି ପାଣି ମଡାଇବାକୁ ପଡିବ । ଏଥିରେ ଆଉ କିଛି ଦେବାର ଆବଶ୍ୟକ ନାହିଁ ।
ରସାୟନିକ ସାର ପ୍ରୟୋଗରେ କମେ ଉତ୍ପାଦନ
ଜୈବିକ ସାର ପ୍ରୟୋଗ କରି ଚାଷ କଲେ ଅଧିକ ଲେମ୍ବୁ ଉତ୍ପାଦନ ହେବ । ରସାୟନିକ ସାର ପ୍ରୟୋଗ କଲେ ଉତ୍ପାଦନ କମୁଥିବା ଦେଖିବାକୁ ମିଳୁଛି । ରସାୟନିକ ସାର ପ୍ରୟୋଗ କଲେ 2 ବର୍ଷ ପରେ ଗଛରେ ଆଉ ଫଳ ଧରେ ନାହିଁ । ପ୍ରକୃତିକ ଉପାୟରେ ଚାଷ କଲେ 50 ବର୍ଷ ପର୍ଯ୍ୟନ୍ତ ଫଳ ଧରିବାର କ୍ଷମତା ରହିଥାଏ । ଜୈବିକ ପ୍ରଣାଳୀରେ ଚାଷ କଲେ ଏଥିରେ କୌଣସି କ୍ଷତି ହୋଇନଥାଏ । ସେହିପରି ପ୍ରତ୍ୟେକ 7ରୁ 8 ମାସରେ ଥରେ ଫୁଲ ଆସିଥାଏ । 2 ବର୍ଷରେ 3 ଥର ଅମଳ ହୁଏ ଓ ଫୁଲ ହେବାର 4ରୁ 5 ମାସ ପରେ ଫଳ ଆସିଥାଏ ।
କେଉଁଠୁ ପାଇବେ ଜୈବିକ ସାର
ଗାଈ ଫାର୍ମ, କୁକୁଡା ଫାର୍ମରୁ ସହଜରେ ଆପଣ ଖତ ଓ ସାର ପାଇପାରିବେ । ଚାରା ପରିବର୍ତ୍ତେ ଲେମ୍ବୁ ମଞ୍ଜିକୁ ବ୍ୟବହାର କରି ଉତ୍ପାଦନ କରିପାରିବେ । ଏଥିରେ କମ ଖର୍ଚ୍ଚ କରିବାକୁପଡିଥାଏ ।
ରୋଗମୁକ୍ତ ହୋଇଥାଏ ଜୈବିକ ଲେମ୍ବୁ ଚାଷ
ଜୈବିକ ଉପାୟରେ ଚାଷ କଲେ ଲେମ୍ବୁ ଗଛରେ କୌଣସି ରୋଗ ଦେଖାଯିବାର ଆଶଙ୍କା ନଥାଏ । ଜୈବିକ ଉପାୟରେ ଅମଳ ହୋଇଥିବା ଲେମ୍ବୁ ପ୍ରାୟତଃ ରୋଗମୁକ୍ତ ହୋଇଥାଏ ।
ଲେମ୍ବୁ ଚାଷ କରନ୍ତୁ, ଲାଭବାନ୍ ହୁଅନ୍ତୁ !!
କେତେ ଟଙ୍କା ରୋଜଗାର କରିପାରିବେ
ଜୁନ ମାସରେ ଲେମ୍ବୁର ଅଧିକ ଚାହିଦା ରହୁଛି । ଓଡିଶାରେ କମ ଦାମରେ ବ୍ୟବସାୟୀ କିଣୁଛନ୍ତି । ତଥାପି ହାରାହାରି ଗୋଟିଏ ଲେମ୍ବୁକୁ ଟଙ୍କାଏ ହିସାବରେ ବ୍ୟବସାୟୀଙ୍କୁ ବିକ୍ରି ହେଉଛି ।ନେଉଛନ୍ତି । ଏହି ହିସାବରେ ପ୍ରତ୍ୟେକ ଗଛରୁ 1000 ଟଙ୍କା ଆପଣଙ୍କୁ ମିଳିବ ।
ବାହାରକୁ ଲେମ୍ବୁ ରପ୍ତାନି ହେବାର ସରକାରୀ ସୁବିଧା ନାହିଁ । ସ୍ଥାନୀୟ ବଜାରରେ ଏହା ବିକ୍ରି ହେଉଛି । ଗୋଟିଏ ଏକରରେ 100ଟି ଗଛ ଲଗାଇ ହେବ । 100ଟି ଗଛ ରହିଲେ ଗଛ ଗଛ ମଧ୍ୟରେ ବ୍ବଧାନ ରହିବ । ପଳରେ ଗଛ ଭଲ ବଢିପାରିବ । ଗୋଟିଏ ଗଛରୁ 1000 ଟଙ୍କା ହେଲେ 100ଟି ଗଛରୁ ଆପଣ ଲକ୍ଷେ ଟଙ୍କା ରୋଜଗାର କରିପାରିବେ ।
ଜୈବିକ ପଦ୍ଧତିରେ ଲେମ୍ବୁ ଚାଷ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁପଡିଥାଏ
ଲେମ୍ବୁ ଚାଷରେଅଧିକ ଅର୍ଥ ବିନିଯ଼ୋଗ କରିବାକୁପଡିନଥାଏ । ଅଳ୍ପ ଖର୍ଚ୍ଚରେ ମଧ୍ୟ ଏହା ଆରମ୍ଭ କରାଯାଇପାରିବ । 5 ହଜାର ଟଙ୍କାରେ ଏହାକୁ ଆରମ୍ଭ କରିପାରିବେ । ଖତ, ସାର ଓ ମଜରୁରୀ ମିଶାଇ 100 ହଜାର ଟଙ୍କା ହେବ ।
Share your comments