Agripedia

ଚାଷକୁ ଦ୍ଵିଗୁଣ କରିବ ଜୈବିକ ପଦ୍ଧତି

ଜୈବିକ ପଦ୍ଧତିରେ ଚାଷ କରି ଚାଷୀ ଅଧିକ ଲାଭବାନ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି | କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜୈବିକ ଖତର ପ୍ରୟୋଗ ଆବଶ୍ୟକ ହୋଇଥାଏ |

28 June, 2022 3:25 PM IST By: Rajashree

ବର୍ତ୍ତମାନ ସମୟରେ ଚାଷ ପାଇଁ ମୁଖ୍ୟତଃ ସମସ୍ତେ ଜୈବିକ ପଦ୍ଧତିକୁ ଆପଣାଉଛନ୍ତି | ଜୈବିକ ପଦ୍ଧତିରେ ଚାଷ (organic farming)କରି ଚାଷୀ ଅଧିକ ଲାଭବାନ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି | କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜୈବିକ ଖତର ପ୍ରୟୋଗ ଆବଶ୍ୟକ ହୋଇଥାଏ |

ଜୈବିକ ଖତ (organic farming)ମାଟିରେ ସଢିଗଲେ ସେଥିରୁ ହ୍ୟୁମସ୍ ନାମକ ଏକ ଚିକ୍କଣ ଗାଢବାଦାମୀ ରଙ୍ଗର ସୂକ୍ଷ୍ମ ପଦାର୍ଥ ସୃଷ୍ଟି ହୁଏ ଯାହା ମୃତ୍ତିକାର ଦାନ ସଂରଚନା ଉନ୍ନତ ହୁଏ | ବାଲିଆ ମାଟିର ଜଳ ଧାରଣ ଶକ୍ତି ବୃଦ୍ଧି ହୁଏ ଏବଂ ମଟାଳ ମାଟିର କଠିନତା ହ୍ରାସ ପାଏ |
- ଜୈବ ପଦାର୍ଥ ମୃତ୍ତିକାକୁ ଅଧିକ ଉଷ୍ମ ରଖେ, ଏହାଦ୍ଵାରା ମଞ୍ଜିକୁ ଗଜା ହେବା ଓ ଗଜା ଗଛର ଚେର ବୃଦ୍ଧି ତ୍ୱରାନ୍ୱିତ ହୁଏ |
- ଜୈବିକ ଖତ ପ୍ରୟୋଗ(organic farming) କରିବା ଦ୍ୱାରା ମୃତ୍ତିକାର ସ୍ଥୂଳ ଘନତ୍ଵ ହ୍ରାସପାଏ | ଏହା ଉଦ୍ଭିଦର ଚେର ବିସ୍ତାରରେ ସାହାଯ୍ୟ କରେ |
- ଜୈବିକ ଖତ (organic manure) ଦ୍ୱାରା ମାଟିର ଜଳ ଭେଦ୍ୟତା ଗୁଣ ବୃଦ୍ଧିପାଏ ଫଳରେ ମାଟି , ପାଣିକୁ ବେଶୀ ସମୟ ଧରି ରଖିପାରେ |

ମୃତ୍ତିକାର ଜୈବ ଗୁଣାବଳୀର ଉନ୍ନତି:-

- ଅଧିକ ଖତ (organic pesticides)ପ୍ରୟୋଗ କରାଯାଉଥିବା ମୃତ୍ତିକାର ଜିଆ, ଉଇ , କଲିକତରା , କାନକୁଟୁଳି ଇତ୍ୟାଦି ଅନ୍ୟାନ୍ୟ ପୋକମାନଙ୍କ ସଂଖ୍ୟା ବୃଦ୍ଧିପାଏ । ସେମାନେ ମାଟି ଖୋଳି ନରମ କରିଦିଅନ୍ତି ଏବଂ ଜମିର ଉତ୍ପାଦିକା ଶକ୍ତି ବୃଦ୍ଧିପାଏ |
- ଖତରେ ଥିବା ଜୈବ ଯୌଗକାରୀ ଅଣୁଜୀବମାନେ ଅଧିକ ଖାଦ୍ୟ ଓ ଶକ୍ତି ଆହରଣ କରନ୍ତି | ସେମାନଙ୍କର ବଂଶ ବୃଦ୍ଧି ଘଟେ ଓ କ୍ରିୟାଶୀଳତା ବୃଦ୍ଧିପାଏ | ଫଳତଃ ମୃତ୍ତିକାରେ ଅଧିକ ଯବକ୍ଷାର ବିବନ୍ଧନ (organic pesticides)ହୋଇପାରେ ଏବଂ ଅଧିକ ଗନ୍ଧକ ଗ୍ରହଣୀୟ ଅବସ୍ଥାକୁ ଆସେ | ମୃତ୍ତିକାରେ ହାନିକାରୀ ଜୀବାଣୁ ଏବଂ ସୂତ୍ର ଜୀବମାନଙ୍କର ସଂଖ୍ୟା କମିଯାଏ |

ମାଟିର ଉର୍ବରତାର ଉନ୍ନତ୍ତି: -

- ଜୈବିକ ଖତ (organic pesticides)ପ୍ରୟୋଗ ଦ୍ୱାରା ମାଟିରେ ହ୍ୟୁମସ୍ ପରିମାଣ ବୃଦ୍ଧି ପାଏ ଯାହା ଧନାତ୍ମକ ଆୟନ ବିନିମୟ କ୍ଷମତାକୁ ବୃଦ୍ଧି କରାଏ | ଏହାଦ୍ଵାରା ମାଟି(soil) ଅଧିକ ଖାଦ୍ୟସାର ଶୋଷଣ କରି ରଖିପାରେ ଏବଂ ଖାଦ୍ୟସାର ଧୋଇ ହୋଇ ନଷ୍ଟ ହୁଏ ନାହିଁ | ପ୍ରୟୋଗ କରାଯାଉଥିବା ସାରର କାର୍ଯ୍ୟକାରିତା ମଧ୍ୟ ବୃଦ୍ଧିପାଏ |

- ଖତରେ ଥିବା ଖାଦ୍ୟସାର ଧୀରେ ଧୀରେ ଗ୍ରହଣୀୟ ହୋଇ ଅନେକ ଦିନ ପର୍ଯ୍ୟନ୍ତ ଫସଲକୁ ମିଳେ | ବିଶେଷତଃ ଅଣୁ ଉପାଦାନର ଗ୍ରହଣୀୟତାରେ ବିଶେଷ ଉନ୍ନତି ହୁଏ |
ଅତ୍ୟଧିକ ଅମ୍ଳୀୟ କ୍ଷାରୀ ଓ ଲବଣାକ୍ତ ମାଟିରେ ଦେଖାଯାଉଥିବା କୁପ୍ରଭାବ ପ୍ରଶମିତ କରାଏ |

ଜୈବିକ ପଦ୍ଧତିରେ ଚାଷ କରି ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା,ଜାଣନ୍ତୁ...

ଜାଣନ୍ତୁ ଅର୍ଗାନିକ କୃଷିର ନୂଆ ନିୟମ, ଲାଭ ଉଠାନ୍ତୁ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)