1. କୃଷି ଖବର

ଜୈବିକ ପଦ୍ଧତିରେ ଚାଷ କରି ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା,ଜାଣନ୍ତୁ...

ଜୈବିକ ପଦ୍ଧତିରେ ଫଳୁଛି ବିଭିନ୍ନ ପ୍ରକାର ଫଳ । ଜୈବିକ ସାରରେ ଉତ୍ପାଦନ ଫସଲର ଚାହିଦା ଏବେ ବଜାରରେ ବଢ଼ିବାରେ ଲାଗିଛି । ଚାଲନ୍ତୁ ଜାଣିବା ଜୈବିକ ପଦ୍ଧତିରେ ଚାଷ କିପରି ହୁଏ...

Sudesna Nayak
Sudesna Nayak
rayagada farmer uses organic manure to farm fruits earns handsomely

rayagada farmer uses organic manure to farm fruits earns handsomely

ଜୈବିକ ପଦ୍ଧତି (Organic farming)ରେ ଫଳୁଛି ବିଭିନ୍ନ ପ୍ରକାର ଫଳ । ଜୈବିକ ସାରରେ ଉତ୍ପାଦନ ଫସଲର ଚାହିଦା ଏବେ ବଜାରରେ ବଢ଼ିବାରେ ଲାଗିଛି । ଚାଲନ୍ତୁ ଜାଣିବା ଜୈବିକ ପଦ୍ଧତିରେ ଚାଷ କିପରି ହୁଏ...

ସୂଚନା ଅନୁଯାୟୀ, ଗଛରେ ହସି ଉଠୁଛି ଭଳିକି ଭଳି ଫଳ । ପିଜୁଳି, ଲେମ୍ବୁ, ଆମ୍ବ, ଅମୃତଭଣ୍ଡା ପରି ଅନେକ ଫଳ ଫଳିଛି । ରାୟଗଡ଼ା ଜିଲ୍ଲା କଳନରା ବ୍ଲକ୍ ଅମଲାଭଟ୍ଟା ଗାଁର ଡି. ଶ୍ରୀନିବାସଙ୍କ ଜୈବିକ ପଦ୍ଧତି (Organic farming)ରେ ବଗିଚାରେ ଫସଲ ଅମଳ କରୁଛନ୍ତି । ୪ ଏକର ଜମିରେ ଚାଷ କରି ନିଜେ ରୋଜଗାର କ୍ଷମ ହେବା ସହ ପ୍ରାୟ ପଚାଶ ଜଣଙ୍କୁ ରୋଜଗାର କ୍ଷମ କରାଇଛନ୍ତି ।

୪୦ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶରୁ ରାୟଗଡ଼ା ଚାଲି ଆସିଥିଲେ ଶ୍ରୀନିବାସଙ୍କ ପରିବାର । ସେବେ ଠାରୁ ଓଡ଼ିଶାରେ ରହୁଛନ୍ତି । ତେବେ ୮ ବର୍ଷ ପୂର୍ବେ ରାୟଗଡ଼ା ଜିଲ୍ଲାର ଅମଲାଭଟ୍ଟା ଗ୍ରାମରେ ପ୍ରାୟ ୪ ଏକର ଜିମି କିଣି ସେଥିରେ ଆମ୍ବ, ପିଜୁଳି, ଲେମ୍ବୁ, ସଜନା, ଅମୃତଭଣ୍ଡା ଭଳି ଚାଷ କରୁଛନ୍ତି । ବିନା ସାରରେ ଜୈବିକ ସାର ଖତ ଦେଇ ସେ ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କେବଳ ଫଳ ନୁହେଁ ସେ ୪୦ ଟି ଗାଈ ପାଳନ କରି ସେଥିରୁ କ୍ଷୀର ବିକ୍ରି କରିବା ସହିତ ହିଁ ଗୋବର ଦ୍ଵାରା ଖତ ପ୍ରସ୍ତୁତ କରି ଜମିରେ ବ୍ୟବହାର କରୁଛନ୍ତି ।

ପ୍ରକାଶ ଥାଉ ଯେ, ତେବେ ଏଭଳି ଜୈବିକ (Organic)ସାରରେ ଉତ୍ପାଦନ ପନିପରିବା ପାଉଥିବାରୁ ସ୍ୱାସ୍ଥ୍ୟ ପେକ୍ଷ ବେଶ ସହାୟକ ବୋଲି ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି । ତେବେ ଏଥିପାଇଁ ଅମଲାଭଟ୍ଟା ଠାରୁ ନିଜ ଶଗଡ଼ ଗାଡ଼ି ଯୋଗେ ହିଁ ପନିପରିବା ଧରି ଦୀର୍ଘ ୧୨ କିଲୋମିଟର ରାୟଗଡ଼ା ସହରକୁ ଆଣି ବିକ୍ରି କରୁଛନ୍ତି ଶ୍ରୀନିବାସ ।

୩୭ ଲକ୍ଷ ଚାଷୀଙ୍କୁ ମିଳିଲା ଲାଭ; ଜାଣନ୍ତୁ କ'ଣ?

ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଚାଁହୁଛନ୍ତି କି ? କରନ୍ତୁ ଏହି ବିଜନେସ ; ସରକାର କରିବେ ସାହାଯ୍ୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments