ପିଜୁଳି ଏକ ଘରେ ଘରେ ମିଳୁଥିବା ଫଳ ଓ ବଜାରରେ ମଧ୍ୟ ଏହା ସହଜରେ ଉପଲବ୍ଧ ହେଉଥିବା ଫଳ l ଏହା ସାଧାରଣତଃ ଶୀତ ଦିନମାନଙ୍କରେ ଅତ୍ୟଧିକ ମିଳିଥାଏ l ଭାରତୀୟମାନେ ଏହାକୁ ଲଙ୍କା ଗୁଣ୍ଡ ଏବଂ ଲୁଣ ସହ ଖାଇବା ପାଇଁ ଖୁବ ଭଲ ପାଇଥାନ୍ତି l ଏହା ସାଧାରଣତଃ ଅଳ୍ପ ଦାମରେ ମଧ୍ୟ ମିଳୁଥିବାରୁ ଏହାକୁ ଗରୀବର ସେଓ ମଧ୍ୟ କୁହାଯାଏ l ଅନ୍ୟ ଫଳ ତୁଳନାରେ ପିଜୁଳିରେ ରହିଛି ଏକ ବିଷେଶତ୍ଵ ହେଉଛି ଏହା ସମସ୍ତ ପ୍ରକାର ଜଳ ବାୟୁ ଓ ଭୂମିରେ ହୋଇପାରେ ଏବଂ କମ୍ ସମୟରେ ମଧ୍ୟ ଏହା ପରିପକ୍ଵତା ଲାଭ କରିଥାଏ l
ଏହା ନିଜର ସୁନ୍ଦର ରଙ୍ଗ ଓ ସ୍ୱାଦ ପାଇଁ ମଧ୍ୟ ଲୋକପ୍ରିୟ ହୋଇଯାଇଛି l ବଜାରର ଅନ୍ୟ ଫଳ ତୁଳନାରେ ଏହା କମ୍ ଦାମରେ ମିଳିଯାଏ ,ଏହାକୁ ବିଭିନ ଉପାୟରେ ବିନିଯୋଗ କରାଯାଏ ଯେପରିକି ଜେଲି ,ଆଇସକ୍ରିମ ତଥା ଚକୋଲେଟ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ l
ଭାରତର ପ୍ରାୟ ସମସ୍ତ ରାଜ୍ୟରେ ପିଜୁଳି ଉତ୍ପାଦନ କରାଯାଉଥିବା ଦେଖିବାକୁ ମିଳେ l ଓଡିଶାରେ ବେଶ ପରିଚିତ ପିଜୁଳି | ଓଡିଶାର ଘରେ ଘରେ ପିଜୁଳି ସମସ୍ତଙ୍କର ପ୍ରିୟ ହୋଇଥାଏ | ଓଡିଶାର ବିଭିନ୍ନ ଜାଗାରେ ମୁଖ୍ୟତଃ ପିଜୁଳି ଚାଷ (Guava farming) କରାଯାଇଥାଏ | ପିଜୁଳି ଚାଷ (Guava farming) ପାଇଁ ବେଶ ଉପଯୋଗୀ ଓଡିଶା ମାଟି | ଓଡିଶାର ବିଭିନ୍ନ ପ୍ରାନ୍ତରେ ପିଜୁଳି ଚାଷ (Guava farming) କରାଯାଉଥିଲେ ମଧ୍ୟ ନିଗିଡା ଦୋରସା ମୃତ୍ତିକା ଓ ନଦୀ ପଠା ଅଞ୍ଚଳରେ ଭଲ ଭାବେ ବଢିପାରେ ପିଜୁଳି ଗଛ । ମାଟିର ଅମ୍ଳତା ୪.୫ ରୁ ୭.୫ ଭିତରେ ପିଜୁଳି ଚାଷ ଭଲ ହୁଏ |
ପିଜୁଳି ଚାଷ (Guava farming)ପାଇଁ ବିଭିନ୍ନ ପ୍ରକାର କିସମ ବଜାରରେ ଉପଲବ୍ଧ ହୋଇଥାଏ | ସେଥି ମଧ୍ୟରୁ ୨ ଟି କିସମର ପିଜୁଳି ବଜାରରେ ଅଧିକ ବିକ୍ରି ହୋଇଥାଏ | ୧ -ଯଥା ଧଳାଶସ ଓ ୨ - ଗୋଲାପି ଶସ | ପିଜୁଳିର ଧଳା ଶସ ଭିତରେ ଲକ୍ଷ୍ମୌ -୪୯, ଆଲାହାବାଦ ସଫେଦା, ଚିତିଦାର, କରେଲା,ଆର୍କା ମିଦୃଳା, ସ୍ମୁଥଗ୍ରୀନ, ବାଙ୍ଗାଲୋରା, ସଫେଦ ଜାମ, ନାଗପୁର ସିଡଲେସ, ସାହାରନ ପୁର ସିଡଲେସ, ଭୁବନଗିରି ଇତ୍ୟାଦି ଗୋଲାପି ଶସ ଭିତରେ ଆଲାହାବାଦ ସୁରଖା, ହାଫସି , ନାଲି ମାଂସଳ,ଇତ୍ୟାଦି l ଏହି ପ୍ରଜାତିର ପିଜୁଳି ଚାଷ କରି ଚାଷୀ ଲାଭବାନ ହେଉଛନ୍ତି l
ପିଜୁଳି ପାଇଁ ଚାଷ ଜମି ପ୍ରସ୍ତୁତି ପୂର୍ବରୁ ଚାଷ ଜମିକୁ ୩ ରୁ ୪ ଓଡ ହଳ କରିବା ନିହାତି ଆବଶ୍ୟକ ହୋଇଥାଏ | ୫ ରୁ ୭ ମିଟର ବ୍ୟବଧାନରେ ୧ମିଟର ଗାତ କରି ପିଜୁଳି ଚାଷ ପାଇଁ ଚାରା ରୋପଣ କରିବା ଆବଶ୍ୟକ ହୋଇଥାଏ | ପ୍ରତି ଗାତରେ ୨ ଟୋକେଇ କମ୍ପୋଷ୍ଟ ସହ ୨କେଜି ଜୈବିକ ସାର ଓ ୧୦୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଇବା ଆବଶ୍ୟକ ହୋଇଥାଏ | ଜୁନ-ଜୁଲାଇ ମାସ ବା ବର୍ଷାକାଳ ଆରମ୍ଭରେ ପିଜୁଳି ଚାଷ ପାଇଁ ଚାରା ରୋପଣ କରାଯାଇଥାଏ | ଏହା ପିଜୁଳି ଚାଷ ପାଇଁ ଉପଯୁକ୍ତ ହୋଇଥାଏ l
ପିଜୁଳି ଗଛରେ ଫୁଲ ଆସିବା ପୂର୍ବରୁ ଖତ ଓ ସାର ପ୍ରୟୋଗ କରାଯାଏ | ଗୋଟିଏ ପୂର୍ଣ୍ଣାଙ୍ଗ ବୟସ୍କ ଗଛ ପ୍ରତି ୫୦ କେଜି ଖତ, ୨ କେଜି ସୋନା ସାର, ୨କେଜି ସୁପର ସାର ଓ ୧କେଜି ମ୍ୟୁରେଟ ଅଫ ସାର ପ୍ରୟୋଗ କରାଯାଏ | ଜଳ ନିଷ୍କାସିତ ହୋଇପାରୁ ନଥିବା ସ୍ଥଳରେ ବେଳେ ବେଳେ ଗଛରେ ଜିଙ୍କ ଧାତୁର ଅଭାବ ଦେଖାଯାଏ | ତେବେ ଧ୍ୟାନ ରଖିବା ଉଚିତ ଗଛ ଚାରା ମୂଳରେ ଜଳଜମା ନ ହୁଏ ଯେପରି, କାରଣ ଏହା ଚାରା ନଷ୍ଟ କରିବା ସମ୍ଭାବନାକୁ ବଢ଼ିଥାଏ l ଏଥିପାଇଁ ୫୦୦ ଗ୍ରାମ ଜିଙ୍କ ସଲଫେଟ ଓ ୩୫୦ ଗ୍ରାମ କଲିଚୁନ ୮୦ ଲିଟର ପାଣିରେ ଦ୍ରବଣ କରି ସିଞ୍ଚନ କରିବା ଉଚିତ |
ତେବେ ପିଜୁଳି ଗଛ ରେ ପ୍ରାୟତଃ ଝାଉଁଳା ରୋଗ ଅଧିକ ମାତ୍ରାରେ ଦେଖାଦେଇଥାଏ l ଏହି ରୋଗ ଗଛ ର ଫଳ କୁ ମଧ୍ୟ ନଷ୍ଟ କରିଥାଏ ଏବଂ ଫୁଲ ଧରିବାରେ ଅନେକ ସମୟ ନେଇଥାଏ l ପିଜୁଳି ଚାଷ ପାଇଁ ଝାଉଁଳା ରୋଗ ମାରାତ୍ମକ ସଦୃଶ୍ୟ । ଏହି ରୋଗରେ ପତ୍ର ଆଗଆଡୁ ହଳଦିଆ ପଡିଯାଏ, ପତ୍ର ମୋଚି ହୋଇଯାଏ ଓ ଶୁଖିଯାଏ, ଆକ୍ରାନ୍ତ ଡାଳ ଝାଉଁଳି ମରିଯାଏ । ଗଛର ଛେଲି ଅତ୍ୟଧିକ ଭାବରେ ଫାଟିଯାଏ ଓ ଗଛ ମରିଯାଏ । ସାଧାରଣତଃ ଫଳକଷି ଓ ଫଳ ଆସିବା ସମୟରେ ଏ ରୋଗ ହୋଇଥାଏ ।
ଏହି ରୋଗ ଜଳ ନିଷ୍କାସିତ ହେଉ ନଥିବା ଓ ବାଲିଆ ମାଟିରେ ଅଧିକ ଦେଖାଯାଇଥାଏ | ଏହି ରୋଗ ପ୍ରତିକାର ପାଇଁ ମରି ଯାଉଥିବା ଡାଳଗୁଡିକୁ ବାହାର କରି ନଷ୍ଟ କରି ଦିଅନ୍ତୁ । ଅତ୍ୟଧିକ ଆକ୍ରାନ୍ତ ଗଛକୁ ଉପାଡି ପୋତିଦେବା ଉଚିତ | ମାଟିରେ ଚୂନ ଓ ଜିପସମ ଗଛ ପ୍ରତି ୨ କେଜି ହିସାବରେ ପ୍ରୟୋଗ କରିବା ଦ୍ଵାରା ଝାଉଁଳା ରୋଗ ଅନ୍ୟ ଗଛକୁ ବ୍ୟାପୀ ନ ଥାଏ | ଗଛମୂଳରେ ବାଭିଷ୍ଟିନ ଏକ ଲିଟର ପାଣିରେ ଏକ ଗ୍ରାମ ହିସାବରେ ୧୦ ଲିଟର ଦ୍ରବଣ ଦିଅନ୍ତୁ |
ଜାଣନ୍ତୁ କ'ଣ ଏହି ଘାସ, ଯାହା ତେଲରୁ ଚାଷୀ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା
କେବେ ଖାଇଛନ୍ତି କି କଳା ଆଳୁ ?କଳା ଆଳୁ ଚାଷ କରି ଏବେ ମାଲାମାଲ ଚାଷୀ...
Share your comments