ଯେତେବେଳେ ବି ମନରେ କୌଣସି ସୁଗନ୍ଧିତ ଫୁଲ କଥା ଆମେ ଚିନ୍ତା କରିଥାଉ ପ୍ରଥମେ ତେବେ, ପ୍ରଥମେ ମନକୁ ଆସିଥାଏ ରଜନୀଗନ୍ଧା | ରଜନୀଗନ୍ଧାର(Rajanigandha flower) ଚମତ୍କାର ସୁଗନ୍ଧ ସମସ୍ତଙ୍କ ମନ ମୋହିଥାଏ | ଏହାର ସୁଗନ୍ଧ ଏତେ ଅଧିକ ହୋଇଥାଏ ଯେ ଏହାକୁ ଥରେ ଲଗାଇଲେ ବା ସ୍ପ୍ରେ କରିଲେ ପୁରା ଘର ମହକି ଉଠିଥାଏ | ରଜନୀଗନ୍ଧାକୁ ଆପଣ ଘରେ ଫୁଲ କୁଣ୍ଡରେ ମଧ୍ୟ ଲଗାଇ ପାରିବେ | ଅନେକ ଲୋକ ସୁଗନ୍ଧ ପାଇଁ ନିଜ ବାଲକୋନୀରେ ଗୋଲାପ, ମଲ୍ଲୀ, ମାଳତୀ, ସୁଗନ୍ଧରାଜ ଇତ୍ୟାଦି ଫୁଲ ଗଛ ଲଗାଇଥାନ୍ତି | ତେବେ ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରଜନୀଗନ୍ଧା ଫୁଲ ଗଛ ଲଗାଇବା ଅତି ସହଜ ଓ ବହୁତ ସ୍ୱଳ୍ପ ସମୟ ମଧ୍ୟରେ ଏହାକୁ ଲଗାଇହେବ |
ରଜନୀଗନ୍ଧା ଏକ ଏପରି ଫୁଲ ଯାହାକୁ ପରଫ୍ୟୁମ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ | ଏହାର ଫୁଲ ସାଧାରଣତଃ ରାତିରେ ହିଁ ଫୁଟିଥାଏ l ପ୍ରତ୍ୟେକ ଫୁଲର ନିଜସ୍ୱ ଗୁଣ ରହିଥାଏ। ସେଥିମଧ୍ୟରୁ ରଜନୀଗନ୍ଧା (Rajanigandha flower) ଅନ୍ୟତମ | ଏହା ଏକ ସୁଗନ୍ଧିତ ଫୁଲ ହେଇଥିବାରୁ ,ଏହା ପୂଜା ଏବଂ ବାହାଘର ସଜାସଜି ଆଦି ପାଇଁ ବ୍ୟବହୃତ ହୋଇଥାଏ | ଜାତୀୟ ଉଦ୍ୟାନ କୃଷି ବୋର୍ଡର ଉଦ୍ୟାନ କୃଷି ଅଧିକାରୀ ନବନୀତା ବାରୁଆଙ୍କ କହିବା ଅନୁଯାୟୀ, ରଜନୀଗନ୍ଧା ଫୁଲ ଚାଷ କରି ଚାଷୀ ଭଲ ଲାଭ ପାଇପାରିବେ | କିନ୍ତୁ ଏହାକୁ ଚାଷ କରିବା ପୂର୍ବରୁ ଆପଣ କେଉଁ ପ୍ରକାର ଜମିରେ ଚାଷ କରୁଛନ୍ତି, ସେଠାରେ ମାଟି କ’ଣ, ସେଠାରେ ପାଗ କ’ଣ ତାହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ |
ରଜନୀଗନ୍ଧା ମୁଖ୍ୟତଃ ତିନି ପ୍ରକାରର ହୋଇଥାଏ ଯଥା -
ଇକାହାରା: ଫୁଲଗୁଡିକ ଧଳା ରଙ୍ଗର ଏବଂ ଏହା କେବଳ ଗୋଟିଏ ଧାଡିରେ ରହିଥାଏ |
ଡବଲ : ଏଥିରେ ଫୁଲଗୁଡ଼ିକ ମଧ୍ୟ ଧଳା ରଙ୍ଗର, କିନ୍ତୁ ଏହାର ଉପର ଧାର ହାଲୁକା ଗୋଲାପୀ ହୋଇଥାଏ |
ଷ୍ଟ୍ରାଇଡ୍: ଏହି କିସମର ଫୁଲଗୁଡ଼ିକ ଡବଲ ହୋଇଥାଏ, କିନ୍ତୁ ପତ୍ରର ଧାର ଧଳା |
ମୃତ୍ତିକା: -
ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ବିଭିନ୍ନ ପ୍ରକାର ମାଟି(soil)ବ୍ୟବହାର କରାଯାଇଥାଏ। ଏହାର ଚୟନ କରିବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଫୁଲ ଚାଷ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ସହିତ ସୂର୍ଯ୍ୟ କିରଣ ଥିବା ଆବଶ୍ୟକ। ମୃତ୍ତିକାର ଗୁଣବତ୍ତା ଆଧାରରେ ମାଟିଆ ମାଟି ଅତ୍ୟନ୍ତ ଉପଯୁକ୍ତ | ମାଟି ବାଛିବା ପରେ ଆପଣଙ୍କୁ ଏହାକୁ ପ୍ରସ୍ତୁତ କରିବାକୁ ପଡିବ ଯେକୌଣସି ଫସଲ ଆପଣଙ୍କୁ କେତେ ଉତ୍ପାଦନ ଦେବ ତାହା ମାଟିର (soil) ପ୍ରସ୍ତୁତି ଉପରେ ନିର୍ଭର କରେ | ପ୍ରଥମେ ମାଟି ପ୍ରସ୍ତୁତ କରିବା ପାଇଁ ଦୁଇରୁ ତିନି ଥର ଏହା ଉପରେ ହଳ କରିବାକୁ ପଡ଼ିବ |
ରଜନୀଗନ୍ଧା କନ୍ଦା:-
ରଜନୀଗନ୍ଧା (Rajanigandha flower) କନ୍ଦା ଲଗାଇବା ପାଇଁ ମାର୍ଚ୍ଚ ଏବଂ ଏପ୍ରିଲ୍ ମାସ ସର୍ବୋତ୍ତମ ଅଟେ | କନ୍ଦା ଗୁଡ଼ିକ ୨ ମିଟର ବିଶିଷ୍ଟ ହେଲେ ଭଲ ହୋଇଥାଏ ଏବଂ ୨୦ ରୁ ୨୫ ମିଟର ଏବଂ ୫ ସେମି ଗଭୀରତାରେ କନ୍ଦାର ପ୍ରତିରୋପଣ କରିବା ସମ୍ପୂର୍ଣ୍ଣ ଉପଯୁକ୍ତ ଅଟେ | ଏକ ବର୍ଗ ମିଟର (soil) ଶଯ୍ୟାରେ ୩ କିଲୋ ପତଳା କମ୍ପୋଷ୍ଟ, ୨୦ ରୁ ୩୦ ଗ୍ରାମ ନାଇଟ୍ରୋଜେନ, ୧୫ ରୁ ୨୦ ଗ୍ରାମ ଫସଫରସ୍ ଏବଂ ୧୦ ରୁ ୨୦ ଗ୍ରାମ ପୋଟାଶର ବ୍ୟବହାର ଉପଯୁକ୍ତ ଅଟେ | ସମାନ ପରିମାଣରେ ନାଇଟ୍ରୋଜେନକୁ ତିନିଥର ଦିଆଯିବା ଉଚିତ୍ ୬୦ ଦିନ ପରେ ଫୁଲ ଫୁଟେ |
ଜଳସେଚନ
ଫସଲ ପାଇଁ (irrigation) ଜଳସେଚନର ନିଜସ୍ୱ ଭୂମିକା ରହିଛି, କିନ୍ତୁ କେଉଁ ଫସଲରେ କେତେ ଜଳସେଚନ (irrigation)କରାଯିବ ତାହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ | ଚାଷ ପାଇଁ , ଗ୍ରୀଷ୍ମ ଋତୁର ଏକ ସପ୍ତାହ ବ୍ୟବଧାନରେ ଜଳସେଚନ କରିବା ଉଚିତ | ବର୍ଷା ଋତୁରେ ଆବଶ୍ୟକତା ଅନୁଯାୟୀ ଜଳସେଚନ କରାଯିବା ଉଚିତ୍ |
ଫୁଲ ଚୟନ ଏବଂ ଅମଳ
ସକାଳ ଏବଂ ସନ୍ଧ୍ୟା ସମୟ ରଜନୀଗନ୍ଧା ଫୁଲ (Rajanigandha flower)ତୋଳିବା ପାଇଁ ଉପଯୁକ୍ତ ସମୟ | ସାଧାରଣତଃ ୨ ରୁ ୩ ଟି ଫୁଲ ଫୁଟିଲା ପରେ ଏହାକୁ ତୋଳି ପାରିବେ | ହେକ୍ଟର ପିଛା ପ୍ରାୟ ୮୦ ରୁ ୧୦୦ କ୍ୱିଣ୍ଟାଲ୍ ତାଜା ଫୁଲ ମିଳୁଥିବାବେଳେ ୨୭.୫ କିଲୋ ସୁଗନ୍ଧିତ ପଦାର୍ଥ ଆକାରରେ ମିଳିଥାଏ |