1. ଉଦ୍ୟାନ କୃଷି

ଏହି ସହଜ ଉପାୟରେ ଘରେ ଲଗାନ୍ତୁ ରଜନୀଗନ୍ଧା ଗଛ !!

ଯେତେବେଳେ ବି ଅତି ସୁନ୍ଦର ଓ ସୁଗନ୍ଧଯୁକ୍ତ ଫୁଲ କଥା ଆସିଥାଏ, ତ ପ୍ରଥମେ ରଜନୀଗନ୍ଧା ଫୁଲ ହିଁ ଆମର ମନକୁ ଆସିଥାଏ l ରଜନୀଗନ୍ଧା ସେହି ଫୁଲମାନଙ୍କ ମଧ୍ୟରୁ ଗୋଟିଏ, ଯାହାର ସୁଗନ୍ଧ ଅତି ଚମତ୍କାରୀ ହୋଇଥାଏ l ଏହାର ସୁଗନ୍ଧ ଏତେ ଅଧିକ ହୋଇଥାଏ ଯେ ଏହାକୁ ଥରେ ଲଗାଇଲେ ବା ସ୍ପ୍ରେ କରିଲେ ପୁରା ଘର ମହକି ଉଠିଥାଏ l ରଜନୀଗନ୍ଧାକୁ ଘରେ ଘରେ ଫୁଲ କୁଣ୍ଡରେ ମଧ୍ୟ ଲଗାଯାଇ ପାରିବ l

Sugyan Kumar Nayak
Sugyan Kumar Nayak
Rajanigandha Farming

Rajanigandha Farming

ଯେତେବେଳେ ବି ଅତି ସୁନ୍ଦର ଓ ସୁଗନ୍ଧଯୁକ୍ତ ଫୁଲ କଥା ଆସିଥାଏ, ତ ପ୍ରଥମେ ରଜନୀଗନ୍ଧା ଫୁଲ ହିଁ ଆମର ମନକୁ ଆସିଥାଏ l  ରଜନୀଗନ୍ଧା ସେହି ଫୁଲମାନଙ୍କ ମଧ୍ୟରୁ ଗୋଟିଏ, ଯାହାର ସୁଗନ୍ଧ ଅତି ଚମତ୍କାରୀ ହୋଇଥାଏ l ଏହାର ସୁଗନ୍ଧ ଏତେ ଅଧିକ ହୋଇଥାଏ ଯେ ଏହାକୁ ଥରେ ଲଗାଇଲେ ବା ସ୍ପ୍ରେ କରିଲେ ପୁରା ଘର ମହକି ଉଠିଥାଏ l ରଜନୀଗନ୍ଧାକୁ ଘରେ ଘରେ ଫୁଲ କୁଣ୍ଡରେ ମଧ୍ୟ ଲଗାଯାଇ ପାରିବ l ଅନେକ ଲୋକ ସୁଗନ୍ଧ ପାଇଁ ନିଜ ବାଲକୋନୀରେ ଗୋଲାପ, ମଲ୍ଲୀ, ମାଳତୀ, ସୁଗନ୍ଧରାଜ ଇତ୍ୟାଦି ଫୁଲ ଗଛ ଲଗାଇଥାନ୍ତି  l ତେବେ ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରଜନୀଗନ୍ଧା ଫୁଲ ଗଛ ଲଗାଇବା ଅତି ସହଜ ଓ ବହୁତ ସ୍ୱଳ୍ପ ସମୟ ମଧ୍ୟରେ ଏହାକୁ ଲଗାଇହେବ l ରଜନୀଗନ୍ଧାକୁ ସୌଭାଗ୍ୟର ଫୁଲ ବୋଲି କୁହାଯାଏ ଓ ଏହାକୁ ବହୁତ ଶୁଭ କାର୍ଯ୍ୟରେ ମଧ୍ୟ ଲଗାଯାଇଥାଏ l ରଜନୀଗନ୍ଧା ଏକ ଏପରି ଫୁଲ ଯାହାକୁ ପରଫ୍ୟୁମ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ l ଏହାର ଫୁଲ ସାଧାରଣତଃ ରାତିରେ ହିଁ ଫୁଟିଥାଏ l

ରଜନୀଗନ୍ଧା ଲଗାଇବାର ସବୁଠାରୁ ସହଜ ଉପାୟ ଏହା ଯେ ଆପଣ ରଜନୀଗନ୍ଧାର ମଞ୍ଜି କୌଣସି ନର୍ସରୀ କିମ୍ବା ଅନଲାଇନରୁ ମଧ୍ୟ କିଣି ପାରିବେ l ଏହି ମଞ୍ଜିକୁ ସିଧାସଳଖ ମାଟିରେ ପୋତି ଦିଅନ୍ତୁ ଏବଂ ଆପଣଙ୍କ ରଜନୀଗନ୍ଧା ଗଛ ମାତ୍ର ୮ ଦିନ ମଧ୍ୟରେ ଉଠିବା ଆରମ୍ଭ ହୋଇଯିବ l ରଜନୀଗନ୍ଧାର ମଞ୍ଜିକୁ ବ ବୋଲି କୁହାଯାଏ l  ରଜନୀଗନ୍ଧା ଭଳି ଟ୍ୟୁବ ଜାତୀୟ ଫୁଲର ମଞ୍ଜିକୁ ବଲ୍ କୁହାଯାଏ l ଏହି ବଲ୍ ସାଧାରଣତଃ ବହୁତ ଅଳ୍ପ ମୂଲ୍ୟରେ ମିଳିଥାଏ l ଏହା ଆରାମରେ ୧୦୦ -୨୫୦ ଟଙ୍କା ଭିତରେ ମିଳିଯାଇଥାଏ  l ରଜନୀଗନ୍ଧା ଫୁଲକୁ ଲଗାଇବାର ସବୁଠାରୁ ସହଜ ଉପାୟ ହେଉଛି ଏହାର ଚାରାକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠାରେ ଅତି କମରେ ୪-୫ ଘଣ୍ଟାର ଖରା ମିଳୁଥିବ l  କାରଣ ସୂର୍ଯ୍ୟ କିରଣରୁ ଏହାକୁ ଭଲ ପୋଷଣ ମିଳିଥାଏ l  ରଜନୀଗନ୍ଧା ୨୦ ଡିଗ୍ରୀ ଠାରୁ ଅଳ୍ପ ତାପମାତ୍ରାରେ ବଞ୍ଚିପାରେ ନାହିଁ,  ତେଣୁ ଏହାକୁ ଶୀତ ଦିନରେ ଲଗାନ୍ତୁ ନାହିଁ l ଯଦି ଆପଣ ବହୁତ ବର୍ଷା ହେଉଥିବା ଜାଗାରେ ରହୁଛନ୍ତି ତେବେ ଏହାକୁ ମାର୍ଚ୍ଚ -ଅପ୍ରେଲ ମାସରେ ହିଁ ଲଗାନ୍ତୁ l ଯଦି ଆପଣ ରହୁଥିବା ଜାଗାରେ ଅଧିକ ବର୍ଷା ହେଉନାହିଁ ତେବେ ଏହାକୁ ଜୁନ୍-ଜୁଲାଇରେ ଲଗାଇବା ଭଲ ହୋଇଥାଏ l ଏହାର ଯତ୍ନ ନେବା ପାଇଁ ଆପଣଙ୍କୁ କିଛି ଜରୁରୀ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ l

୧. ରଜନୀଗନ୍ଧା ଲଗାଇବା ପରେ ଆପଣ ଏଥିରେ ବହୁତ ଅଧିକ ପାଣି ଦିଅନ୍ତୁ ନାହିଁ କି ବହୁତ ଅଳ୍ପ ପାଣି ମଧ୍ୟ ଦିଅନ୍ତୁ ନାହିଁ  l ମଧ୍ୟମ ପାଣି ହିଁ ଦିଅନ୍ତୁ l  ଏହାର ମାଟି ନଶୁଖିବା ପ୍ରତି ଧ୍ୟାନ ଦିଅନ୍ତୁ l

୨. ଏଥିରେ ସବୁ ସପ୍ତାହରେ ୩ ଦିନ ହିଁ ପାଣି ଦିଅନ୍ତୁ, ତାହା ବି ଲଗାତର ନ ଦେଇ ଦିନେ ଛାଡ଼ି ଦିନେ ଦିଅନ୍ତୁ l

୩. ଏଥିରେ ଅଧିକ ପୋଟାସିଅମଯୁକ୍ତ ସାର ଦିଅନ୍ତୁ l          

୪. ଏହାର ଉତ୍ପାଦନ ପାଖାପାଖି ୪ ମାସ ପର୍ଯ୍ୟନ୍ତ ହୋଇଥାଏ l  ଥରେ ଫୁଲ ହେବା ଆରମ୍ଭ ହେଲେ ଆପଣ ଏହାକୁ କାଟି ଘର ସଜାଇ ପାରିବେ , ଏମିତି କରିବା ଦ୍ୱାରା ଗଛର ବୃଦ୍ଧି ଓ ଫୁଲ ହେବାରେ କୌଣସି ପ୍ରଭାବ ପଡେ ନାହିଁ  l

ତେବେ ଆପଣ ଏବେ ଭଲରେ ଜାଣିପାରିଥିବେ ଯେ ରଜନୀଗନ୍ଧା ଗଛ ଲଗାଇବା କେତେ ସହଜ ଓ ଅଳ୍ପ ଖର୍ଚ୍ଚରେ ମଧ୍ୟ ହୋଇପାରିବ l  ଆପଣ ନିଜ ଘରେ ଏହି ଗଛକୁ ନିଶ୍ଚିତ ଲଗାନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments