1. କୃଷି ବିଶ୍ବକୋଷ

ନଳିତା ଚାଷ ବିଷୟରେ କିଛି ଜାଣନ୍ତୁ

Sugyan Kumar Nayak
Sugyan Kumar Nayak
More about Jute Farming

More about Jute Farming

ନଳିତା ବା କାଉଁରିଆକୁ ଆମ ରାଜ୍ୟ ଓଡ଼ିଶାରେ କେତେକ ଅଞ୍ଚଳରେ ଚାଷ କରାଯାଉଛି l ଏହା ଏକ ଖରିଫ ଋତୁର ଫସଲ ଅଟେ l ଏହାର ବକଳରୁ ଝୋଟ ପ୍ରସ୍ତୁତ ହୁଏ । ଝୋଟରୁ ତିଆରି ବସ୍ତା ବିଭିନ୍ନ ଖାଦ୍ୟଶାସ୍ୟା, ରାସାୟନିକ ସାର, ଖଣିଜ ପଦାର୍ଥ, ସିମେଣ୍ଟ, ତୁଳା, ପଶମ ଇତ୍ୟାଦି ସାଇତି ରଖିବାରେ ବ୍ୟବହୃତ ହୁଏ । ନଳିତା ଚାଷୀମାନେ କିପରି ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରି ଚାଷ କଲେ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହୋଇ ପାରିବେ ତାହା ଆସନ୍ତୁ ଜାଣିବା ।

ବିହନ

ସ୍ଥାନୀୟ ଜଳବାୟୁକୁ ନେଇ ବିହନ ନିର୍ବାଚନ କରିବା ନଳିତା ଚାଷ ପାଇଁ ନିହାତି ଆବଶ୍ୟକ । ସାଧାରଣତଃ ନଳିତା ଦୁଇ ପ୍ରକାରର। ପିତା ନଳିତା ଏବଂ ମଧୁର ନଳିତା । ବର୍ତ୍ତମାନ ଚାଷ କରାଯାଉଥିବା ପିତା ନଳିତାର କିସମ ଗୁଡ଼ିକ ହେଉଛି ସବୁଜ ସେନା, ସୋନାଲୀ, ଶ୍ୟାମଳୀ, ବଳଦେବ, ଏବଂ ଜୟଦେବ l ସେହି ପରି ମଧୁର ନଳିତାର କିସମଗୁଡ଼ିକ ହେଉଛି ବୈଶାଖୀ ତୋଷା, ଚୈତାଳୀ ତୋଷା, ନବୀନ, ବାସୁଦେବ, ମହାଦେବ, ରେବତୀ

ଜମି ପ୍ରସ୍ତୁତି

ନଳିତା ଗଛର ଚେର ମାଟି ଭିତରକୁ ଯାଇଥାଏ । ତେଣୁ ଏହା ଗଭୀର ଚାଷ ଦରକାର କରେ । ଏହାର ମଞ୍ଜି ଗୁଡ଼ିକ ଖୁବ୍ ଛୋଟ ହୋଇଥିବାରୁ ପରିଷ୍କାର ଗୁଣ୍ଡମାଟି ଗଛ ଉତାରିବାରେ ସାହାଯ୍ୟ କରେ । ମାଟିକୁ ୫-୬ଥର ଗଭୀର ଚାଷ କରି ମଇ ଦେଇ ମାଟି ଗୁଣ୍ଡ କରାଯାଏ । ମଞ୍ଜି ଗଜା ହେବା ପାଇଁ ଶତକଡ଼ା ୧୮-୧୦ ଭାଗ ଜଳୀୟ ଅଂଶ ଦରକାର ପଡ଼େ । ମଧୁର ନଳିତା ପାଇଁ ଏପ୍ରିଲ ୧୫ ତାରିଖରୁ ମୋ ମାସ ୧୨ ତାରିଖ ଓ ପିତା ନଳିତା ପାଇଁ ମାର୍ଚ୍ଚ ଶେଷରୁ ଏପ୍ରିଲ ୧୫ ତାରିଖ ହେଉଛି ଉପଯୁକ୍ତ ସମୟ । ମାତ୍ର ପରୀକ୍ଷା କରି ଦେଖାଯାଇଛି। ଏପ୍ରିଲ ମାସର ମଧ୍ୟଭାଗରୁ ନଳିତା ବୁଣିଲେ ଫସଲର କାଣ୍ଡ, ପତ୍ର ବୃଦ୍ଧି ପାଇଁ ଅଧିକ ସମୟ ମିଳିବା ଦ୍ଵାରା ଅଧିକ ତନ୍ତୁ ଓ କାଠ, ଉତ୍ପାଦନ ହୋଇଥାଏ । ମେ ମାସ ପୂର୍ବରୁ ମଞ୍ଜି ବୁଣାଗଲେ ପ୍ରାୟ ସମସ୍ତ କିସମ ବିହନ ପାକଳ ହେବା ପୂର୍ବରୁ ଫୁଲ ଫଳ ଧାରଣ କରନ୍ତି । ତେଣୁ ମାର୍ଚ୍ଚ ମାସ ପୂର୍ବରୁ ବିହନ ବୁଣିବା ଉଚିତ ନୁହେଁ ।

ବିହନ ପରିମାଣ ବୁଣିବା ପ୍ରଣାଳୀ

କିସମ ଓ ବୁଣିବା ପ୍ରଣାଳୀ ଅନୁସାରେ ବିହନ ଦରକାର ପଡ଼େ । ଧାଡ଼ିବୁଣା ପ୍ରଣାଳୀରେ ହେକ୍ଟର ପ୍ରତି ପିତା ନଳିତା ୭.୫ କି.ଗ୍ରା ଦରକାର ହେଉଥିବା ବେଳେ ଛଟା ବୁଣା ପ୍ରଣାଳୀରେ ବୁଣିଲେ ୧୦ କି.ଗ୍ରା ନଳିତା ବିହନ ଦରକାର ପଡ଼େ l  ଧାଡ଼ିବୁଣା ପ୍ରଣାଳୀରେ ହେକ୍ଟର ପ୍ରତି ମଧୁର ନଳିତା ୫ କି.ଗ୍ରା ଦରକାର ହେଉଥିବା ବେଳେ ଛଟା ବୁଣା ପ୍ରଣାଳୀରେ ବୁଣିଲେ ୭.୫ କି.ଗ୍ରା ନଳିତା ବିହନ ଦରକାର ପଡ଼େ l ପିତା ନଳିତା ପାଇଁ ଧାଡ଼ିକୁ ଧାଡ଼ି ୨୫ ସେ.ମି ଓ ଗଛକୁ ଗଛ ୫-୭ ସେ.ମି ବ୍ୟବଧାନ ରଖାଯାଏ । ମଧୁର ନଳିତା ପାଇଁ ଧାଡ଼ିକୁ ଧାଡ଼ି ୩୦ ସେ.ମି ଓ ଗଛକୁ ଗଛ ୫-୭ ସେ.ମି ବ୍ୟବଧାନ ରଖାଯାଏ । ମଞ୍ଜିକୁ ସର୍ବଦା ୨୩ ସେ.ମି ଗଭୀରରେ ବୁଣାଯାଏ । ମଞ୍ଜି ବୁଣା ଯନ୍ତ୍ରର ଅଭାବରେ ଦେଶୀ ଲଙ୍ଗଳର ସିଆରରେ ମଞ୍ଜି ବୁଣାଯାଇପାରେ ।

ଯେଉଁ ଅଞ୍ଚଳରେ କେନାଲ କିମ୍ବା ଉଠା ଜଳସେଚନର ସୁବିଧା ଅଛି ସେଠାରେ ମାର୍ଚ୍ଚ ୧୫ ତାରିଖରୁ ବୁଣାବୁଣି କାର୍ଯ୍ୟ  ଆରମ୍ଭ କରାଯାଇପାରିବ। ନଳିତା ବୁଣିବା ପାଇଁ ଜମି ପ୍ରସ୍ତୁତ କରନ୍ତୁ । ମାଟିକୁ ଭଲ ଭାବରେ ଗୁଣ୍ଡ କରି ହେକ୍ଟର ପ୍ରତି ୧୨ ଶଗଡ଼ ଶଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ହେକ୍ଟର ପ୍ରତି ପିତା ନଳିତା ପାଇଁ  ୬୦ କି.ଗ୍ରା ଯବକ୍ଷାରଜାନ , ୩୦ କି.ଗ୍ରା ଫସଫରସ ଓ ୩୦ କି.ଗ୍ରା ପଟାସ୍ ସାର ପ୍ରୟୋଗ କରନ୍ତୁ ଏବଂ ମଧୁର  ନଳିତାରେ ୪୦ କି.ଗ୍ରା ଯବକ୍ଷାରଜାନ, ୨୦ କି.ଗ୍ରା ଫସଫରସ୍ ଓ ୨୦ କି.ଗ୍ରା ପଟାସ୍ ସାର ପ୍ରୟୋଗ କରନ୍ତୁ। ଶେଷ ଓଡ  ଚାଷ ସମୟରେ ସମୁଦାୟ ଫସଫରସ୍ ଓ ପଟାସ୍ ସାରକୁ ମାଟିରେ ମିଶାଇ ଦିଅନ୍ତୁ। ଯବକ୍ଷାରଜାନ ସାରର ଅର୍ଦ୍ଧେକ  ବୁଣିବାର ୨୦–୨୫ ଦିନ ପରେ ଘାସ ବଛା ଓ କୋଡ଼ିବା  ସମୟରେ ପ୍ରୟୋଗ  କରନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments