1. କୃଷି ବିଶ୍ବକୋଷ

ପାକଶାଳା ବଗିଚା ବିଷୟରେ କିଛି ଜାଣନ୍ତୁ

ବର୍ତ୍ତମାନ ବଜାରରେ ପନିପରିବା ଦର ଅମୂଲ ମୂଲ l ଶହେ ଟଙ୍କା ନେଇ ବଜାର ଗଲେ ବ୍ୟାଗ ଭରୁ ନାହିଁ l ତାହା ସହିତ ପରିବାରେ ମାତ୍ରାଧିକ ରାସାୟନିକ ସାର ଏବଂ ଔଷଧ ପ୍ରୟୋଗ ଆଜି ଆମକୁ ପରିବା କିଣିବା ପାଇଁ ସମସ୍ୟାରେ ପକାଉଛି l ଏହାର ସରଳ ସମାଧାନ ଆପଣଙ୍କ ପାଖରେ ଅଛି ଏବଂ ତାହା ହେଉଛି ପାକଶାଳା ବଗିଚା l ଗ୍ରାମାଞ୍ଚଳରେ, ସହରାଞ୍ଚଳରେ ବହୁତ ଲୋକ ଘର ପାଖରେ ପନିପରିବାର ଛୋଟ ବଗିଚା କରି ତାହାର ସୁଫଳ ପାଉଛନ୍ତି l

Sugyan Kumar Nayak
Sugyan Kumar Nayak

ବର୍ତ୍ତମାନ ବଜାରରେ ପନିପରିବା ଦର ଅମୂଲ ମୂଲ l ଶହେ ଟଙ୍କା ନେଇ ବଜାର ଗଲେ ବ୍ୟାଗ ଭରୁ ନାହିଁ l ତାହା ସହିତ ପରିବାରେ ମାତ୍ରାଧିକ ରାସାୟନିକ ସାର ଏବଂ ଔଷଧ ପ୍ରୟୋଗ ଆଜି ଆମକୁ ପରିବା କିଣିବା ପାଇଁ ସମସ୍ୟାରେ ପକାଉଛି l ଏହାର ସରଳ ସମାଧାନ ଆପଣଙ୍କ ପାଖରେ ଅଛି ଏବଂ ତାହା ହେଉଛି ପାକଶାଳା ବଗିଚା l ଗ୍ରାମାଞ୍ଚଳରେ, ସହରାଞ୍ଚଳରେ ବହୁତ ଲୋକ ଘର ପାଖରେ ପନିପରିବାର ଛୋଟ ବଗିଚା କରି ତାହାର ସୁଫଳ ପାଉଛନ୍ତି l ଆପଣ ମଧ୍ୟ ଇଛା କରିଲେ ତାହା ନିଜ ଘର ପାଖରେ ଥିବା ସ୍ୱଳ୍ପ ସ୍ଥାନରେ କରିପାରିବେ ଏବଂ ସେଥିରେ ଋତୁକାଳୀନ ଭିତିରେ ପନିପରିବା ଲଗାଇ କରି ନିଜର ଘରୋଇ ଆବଶ୍ୟକତାକୁ ପୂରଣ କରିପାରିବେ l ଏହି ପରି ଭାବରେ ପାକଶାଳା ବଗିଚା କରିଲେ ଆପଣ ନିଜେ ଆତ୍ମସନ୍ତୁଷ୍ଟ ଲାଭ କରିବା ସହିତ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ନିଜର ପନିପରିବା ପାଇଁ ପାରିବେ l ଆହୁରି ମଧ୍ୟ ଏହା ଆପଣଙ୍କ ନିମନ୍ତେ ଆର୍ଥିକ ଦୃଷ୍ଟିରୁ ଅନୁକୂଳ ହୋଇପାରିବ l ଆପଣଙ୍କୁ ବଜାରକୁ ଯାଇ ଆଉ ସାର ଔଷଧମିଶ୍ରିତ ଶଙ୍କର ଜାତୀୟ ପନିପରିବା କିଣିବାକୁ ପଡିବ ନାହିଁ l ସେଇଥି ପାଇଁ ପାକଶାଳା ବଗିଚା ସମ୍ପର୍କରେ ଆଜିର ଏହି ବିଶେଷ ଉପସ୍ଥାପନା l

ଜଣେ ବୟସ୍କ ବ୍ୟକ୍ତି ଦିନକୁ ୧୨୫  ଗ୍ରାମ ଶାଗ ଜାତୀୟ, ୧୦୦  ଗ୍ରାମ ମୂଳ ଜାତୀୟ, ୭୫  ଗ୍ରାମ ଅନ୍ୟାନ୍ୟ ପନିପରିବା ଖାଇବା ଆବଶ୍ୟକ । ପ୍ରତି ପରିବାର ନିମିତ୍ତ ଏକ ପାକଶାଳା ବଗିଚାର ଆବଶ୍ୟକତା ରହିଅଛି । ଏହା ଦ୍ଵାରା ପରିବାରର ଖାଦ୍ୟ ପୁଷ୍ଟିଯୁକ୍ତ ହେବ ସହିତ ସ୍ୱଳ୍ପ ଖର୍ଚ୍ଚରେ ଆମେ ନିଜ ପସନ୍ଦ ମୁତାବକ ପନିପରିବା ମଧ୍ୟ ପାଇପାରିବା l ଆମକୁ ବଜାରର ବିଷ ପରିବା ଖାଇବାକୁ ମଧ୍ୟ ପଡିବ ନାହିଁ । ପରିବାରର ଚାହିଦାକୁ ଚାହିଁ କିମ୍ବା ଘର ନିକଟରେ ଥିବା ସ୍ଥାନକୁ ବିଚାରକୁ ନେଇ ବଗିଚାର ଆକାର 100 ମିଟର ଠାରୁ କମ କିମ୍ବା ଅଧିକ ହୋଇପାରେ । ପାକଶାଳା ବଗିଚା କରିବା ପାଇଁ ପ୍ରଥମେ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ସ୍ଥାନ ବାଛନ୍ତୁ । ବଗିଚାର ପଟାଳି ଆକାର ଆୟତ୍ତାକାର ହେବା  ଭଲ । ବଗିଚା ମଧ୍ୟରେ ବଡ଼ ଗଛର ଛାଇ ପଡିବ ଉଚିତ ନୁହେଁ । ବଗିଚା ପାଖରେ ପାଣିଥିବା ଆବଶ୍ୟକ । ଶାଗ ଜାତୀୟ ଫସଲ ଯଥା ପାଳଙ୍ଗ, ମେଥି, ଖଡ଼ା, କୋଶଳା ଇତ୍ୟାଦି ଶୀଘ୍ର ଅମଳ ଓ ନଷ୍ଟ ହୋଇ ଯାଉଥିବାରୁ ଏ ସବୁର ଚାଷ ପାଇଁ ପ୍ରାଧାନ୍ୟ ଦିଅନ୍ତୁ । ଯେପରି ବର୍ଷର ବାରମାସ ତଟକା ଶାଗ ମିଳିପାରିବ । ଆମ ଶରୀର ଦରକାର କରୁଥିବା ଖଣିଜ ପଦାର୍ଥ ଓ ଭିଟାମିନ ତଥା ଅନ୍ୟାନ୍ୟ ଖାଦ୍ୟସାର ପାଇବା ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ପରିବା ଚାଷ କରନ୍ତୁ। ବର୍ଷାଦିନରେ ଭେଣ୍ଡି, ବରଗୁଡି, ଗୁଆଁର, ବାଇଗଣ, ବିଲାତି ବାଇଗଣ, କଖାରୁ, ଲଙ୍କା, ଜହ୍ନି, କାକୁଡି, କଲରା, ମୂଳା, ଗାଜର, କନ୍ଦମୂଳ, ସାରୁ,ଖମ୍ବା ଆଳୁ, ଓ ସିମ୍ବ ଚାଷ କରନ୍ତୁ। ଶୀତ ଦିନରେ ଆଳୁ, ଫୁଲ କୋବି, ବନ୍ଧା କବି, ଗଣ୍ଠି କୋବି, ବ୍ରକୋଳି, ସାଲଗମ, ଗାଜର, ମୂଳା, ବିଲାତି ବାଇଗଣ, ବାଇଗଣ, ଲଙ୍କା, କୋଶଳାଶାଗ, ବିଟ, ପିଆଜ, ରସୁଣ, ପାଳଙ୍ଗ, ମଟର, ସୋରିଷ, ମେଥି, ଓ ଧନିଆ ଚାଷ କରନ୍ତୁ । ଖରାଦିନରେ ଭେଣ୍ଡି, ସାରୁ, ଖଡା ଶାଗ, ତରଭୁଜ, କାକୁଡି, ଲାଉ, କଲରା, ବିଲାତି ବାଇଗଣ, ବାଇଗଣ, ଲଙ୍କା, କଖାରୁ, ଗୁଆଁର, ଓ ବରଗୁଡି ଚାଷ କରନ୍ତୁ l

ପଟାଳିରୁ ହୁଡାଗୁଡିକ ଟିକେ ଚଉଡା  କଲେ ଏଥିରେ ମୂଳ ଜାତୀୟ ପରିବା  ମଧ୍ୟ ଲଗାଯାଇ ପାରିବ । ବାଡି କଡ଼ରେ କିମ୍ବା କାନ୍ଥ ପାଖରେ ଲତା ଜାତୀୟ ପରିବା  ଲଗାଇବା ଭଲ । ବଗିଚାର ବାଡ଼ କଡ଼ରେ କଦଳୀ, ଅମୃତଭଣ୍ଡା, ଲେମ୍ବୁ ଏବଂ ସଜନା ଲଗାନ୍ତୁ । ସଠିକ ଦୂରତା ରଖି ଚାରା ରୋପଣ କରନ୍ତୁ କିମ୍ବା ଧାଡିରେ ମଞ୍ଜି ବୁଣନ୍ତୁ । ଲଗାଇବାର କିମ୍ବା ଗଛ ଉଠିବାର ୧୦/୧୨  ଦିନ ପରେ ଗଛ ପତଳା କରନ୍ତୁ । ଠିକ ସମୟରେ ଘାସ ବାଛନ୍ତୁ । ନିୟମିତ ଜଳସେଚନ କରନ୍ତୁ । ଗୋବର ଖତ, ଜିଆ ଖତ, ପିଡିଆ, ଜୈବିକ ସାର ବ୍ୟବହାର କରନ୍ତୁ । ପନିପରିବା କଅଁଳ ଥିବା ସମୟରେ ଅମଳ  କରନ୍ତୁ । ଫଳ ଠିକ ସମୟରେ ଅମଳ କରନ୍ତୁ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments