ମକା ଏକ ପ୍ରମୁଖ ଖାଦ୍ୟ ଫସଲ ଅଟେ l ଯାହାକି ଶସ୍ୟ ଶ୍ରେଣୀର ଅନ୍ତର୍ଭୁକ୍ତ l ରୋପଣ ଠାରୁ ନେଇ ପରିପକ୍ଵତା ପର୍ଯ୍ୟନ୍ତ ମକାରେ ଅନେକ ପ୍ରକାରର କୀଟମାନଙ୍କର ପ୍ରଭାବ ଦେଖିବାକୁ ମିଳିଥାଏ l ଠିକ୍ ସମୟରେ ଏହାକୁ ଚିହ୍ନଟ କରି ଓ ଏହାର ପ୍ରଭାବକୁ କମ କରାଯାଇପାରିଲେ, ଉତ୍ପାଦନ ବଢାଇବା ସହିତ ଲାଭ ମଧ୍ୟ କରାଯାଇପାରିବ l ମକାରେ ଲାଗୁଥିବା ବିଭିନ୍ନ କୀଟ ଓ ସେମାନଙ୍କର ଚିହ୍ନଟ ଆପଣ ଏପରି ଭାବରେ କରିପାରିବେ l
କାଣ୍ଡ ଭେଦି
ପାଖାପାଖି ସମଗ୍ର ଦେଶରେ ମକାରେ ଲାଗୁଥିବା କାଣ୍ଡ ଭେଦି କୀଟକୁ ବହୁତ ହାନିକାରକ ବୋଲି ବିଚାର କରାଯାଏ l ଏହି କୀଟ ମକା ପତ୍ରରେ ଅଣ୍ଡା ଦିଅନ୍ତି ଓ ଶାବକମାନେ ବାହାରି କାଣ୍ଡରେ ପ୍ରବେଶ କରି ମକାର କ୍ଷତି କରନ୍ତି l ମକା ରୋପଣର ୨୫ ରୁ ୩୦ ଦିନ ପରେ ମକାରେ ଏହା ବିରୁଦ୍ଧରେ ପ୍ରତିରୋଧକ ଶକ୍ତି ବଢ଼ିଯାଇଥାଏ l ଏହାର ଅଣ୍ଡା ଚେପଟା ଓ ହଳଦିଆ ରଙ୍ଗର ହୋଇଥାଏ l
ଶ୍ୱେତ କୀଟ
ଶ୍ୱେତ କୀଟମାନଙ୍କର ଅଣ୍ଡା ଛୋଟ ଗୋଲାକାର ଓ ଧଳା ରଙ୍ଗର ହୋଇଥାଏ l ଯେଉଁମାନେକି ଅଣ୍ଡା ଫୁଟିବା ଆଗରୁ କଳା ରଙ୍ଗର ହୋଇଯାଆନ୍ତି l ଏହାର ଶାବକମାନଙ୍କର ସି ଆକାରର ଶରୀର ଧୂସରିଆ ରଙ୍ଗର ମୁଣ୍ଡ ଓ ତିନି ଯୋଡି ଗୋଡ଼ ଥାଏ ଓ ଏମାନେ ସାଧାରଣତଃ ଧଳା ରଙ୍ଗର ହୋଇଥାନ୍ତି l ବୟସ୍କମାନଙ୍କର ରଙ୍ଗ ହଳଦିଆ ଓ ଅନ୍ୟ କିଛି ବୟସ୍କମାନଙ୍କର ରଙ୍ଗ ଗାଢ଼ ଲାଲ ମଧ୍ୟ ହୋଇଥାଏ l ଏହା ମକାର ବୃଦ୍ଧିକୁ ପ୍ରଭାବିତ କରେ l କ୍ଷେତରେ ମକାର ଅସମାନ ବୃଦ୍ଧି ଏହାର ଉପସ୍ଥିତିର ପ୍ରମାଣ ଦେଇଥାଏ l
ମୋଏଲ
ଏହା ନୀଳ ଓ ସବୁଜ ରଙ୍ଗ ଠାରୁ ନେଇ କଳା ରଙ୍ଗର ହୋଇଥାଏ l ଏହି କୀଟ ସାଧାରଣତଃ ମକାର ବିଭିନ୍ନ ଅଂଶରୁ ରସ ଶୋଷି ନେଇଥାଏ l ଅନ୍ୟ କିଛି ରସକୁ ବାହାରକୁ କାଢି ମକାର ଆର୍ଦ୍ରତା ବଢ଼ାଇଦେଇଥାଏ l ଯାହାକି ପିମ୍ପୁଡି ଆଦିଙ୍କୁ ଆକର୍ଷିତ କରେ, ଯାହାଫଳରେ ମକାର ପୋଷାକତତ୍ତ୍ୱର ଅଭାବ ସୃଷ୍ଟି ହୁଏ ଓ ପତ୍ର ଶୁଖିଯାଇ ଧୀରେ ଧୀରେ ଗଛ ମରିଯାଇଥାଏ l
ମସ୍ତକ ଭେଦି
ଏହାର ଅଣ୍ଡା ଆରମ୍ଭ ସମୟରେ ନୀଳ ଓ କିଛି ସମୟ ପରେ ହଳଦିଆ ହୋଇଯାଇଥାଏ l ଶରୀର ଓ ମୁଣ୍ଡ ଫମ୍ପା ହୋଇଥାଏ l ଶରୀର ହଳଦିଆ ରଙ୍ଗର ହୋଇଥାଏ l ସାଧାରଣତଃ ଅଣ୍ଡା ଉପରେ ଏକ ହାଲୁକା ହଳଦିଆ ରଙ୍ଗର ପଟି ରହିଥାଏ l ଏହା ପ୍ରଥମେ ଗଛର ମୂଳରେ ବଢ଼ନ୍ତି ଓ ଧୀରେ ଧୀରେ ସମ୍ପୂର୍ଣ୍ଣ ଫସଲକୁ ନଷ୍ଟ କରିଦିଅନ୍ତି l
ପିଙ୍କ୍ କାଣ୍ଡ ଭେଦି
ଏହା ବିଶେଷକରି ରବି ଫସଲ ସମୟରେ ଗଛର ନୀଚ୍ଚ ଭାଗରେ ଅଣ୍ଡା ଦେଇଥାଏ ଓ ମକାର କାଣ୍ଡରେ ପ୍ରବେଶ କରି ଫସଲର କ୍ଷତି କରେ l ଫଳ ସ୍ୱରୂପ କାଣ୍ଡରେ ମୃତ କେନ୍ଦ୍ର ସୃଷ୍ଟି ହୁଏ l
କୀଟମାନଙ୍କୁ ରୋକିବାର ଉପାୟ
୧. ଗରମ ଦିନମାନଙ୍କରେ ଅଧିକ ଗଭୀର ପର୍ଯ୍ୟନ୍ତ ହଳ କରିଦିଅନ୍ତୁ l ଏହା ଫସଲ ପାଇଁ ଲାଭକାରୀ ହେବ l
୨. ମକା - ସୋୟାବିନ, ମକା - ଧାନ, ମକା - ଚଣା, ଆଦି ଏପରି ଅନେକ ଯୋଡିରେ କୃଷି କରିବା ଦ୍ୱାରା ମଧ୍ୟ କୀଟର ପ୍ରଭାବ କମାଯାଇ ପାରିବ l
୩. ଭଲ ଭାବରେ ବିଘଟିତ ସାର ଓ ଉର୍ବକର ପ୍ରୟୋଗ କରିବା ଆବଶ୍ୟକ l
୪. ଖରିଫ ରେ ୭୫ ସେ.ମି*୧୮ ସେ.ମି ଓ ରବିରେ ୬୦ ସେ.ମି *୧୮ ସେ.ମି ଦୂରରେ ଗଛ ଲଗାଇବା ଜରୁରୀ l
୫. ମୃତ କେନ୍ଦ୍ରକୁ ନଷ୍ଟ କରିଦେବା ଆବଶ୍ୟକ, ଏହା ଦ୍ୱାରା ଦ୍ଵିତୀୟ ପିଢ଼ି ସଂକ୍ରମଣରୁ ବଞ୍ଚି ଯାଇପାରେ l
୬. ବୟସ୍କ କୀଟମାନଙ୍କର ବିନାଶ କରିବା ଦ୍ୱାରା କୀଟ ମାନଙ୍କର ବୃଦ୍ଧିକୁ ରୋକା ଯାଇପାରିବ l
୭. ହେକ୍ଟର ପ୍ରତି ନିମ୍ବ କେକ୍ ୨୦୦ କିଲୋଗ୍ରାମ ମଧ୍ୟ ପ୍ରୟୋଗ କରିପାରିବେ l
Share your comments