ପିଜୁଳି ଏକ ଘରେ ଘରେ ମିଳୁଥିବା ଫଳ ଓ ବଜାରରେ ମଧ୍ୟ ଏହା ସହଜରେ ଉପଲବ୍ଧ ହୋଇଥାଏ l ଏହା ସାଧାରଣତଃ ଶୀତ ଦିନମାନଙ୍କରେ ହିଁ ମିଳିଥାଏ ଭାରତୀୟମାନେ ଏହାକୁ ଲଙ୍କା ଗୁଣ୍ଡ ଏବଂ ଲୁଣ ସହ ଖାଇବାରେ ସ୍ବର୍ଗୀୟ ସୁଖ ଉପଲବ୍ଧଧ କରିଥାନ୍ତି l ଏହା ସାଧାରଣତଃ ଅଳ୍ପ ଦାମରେ ମଧ୍ୟ ମିଳୁଥିବାରୁ ଏହାକୁ ଗରୀବର ସେଓ ମଧ୍ୟ କୁହାଯାଏ l ଅନ୍ୟ ଫଳ ତୁଳନାରେ ପିଜୁଳି ଏକ ବିଷେଶତ୍ଵ ହେଉଛି ଏହା ସମସ୍ତ ପ୍ରକାର ଜଳ ବାୟୁ ଓ ଭୂମିରେ ହୋଇପାରେ ଏବଂ କମ୍ ସମୟରେ ମଧ୍ୟ ଏହା ପରିପକ୍ଵତା ଲାଭ କରିଥାଏ l ଏହା ନିଜର ସୁନ୍ଦର ରଙ୍ଗ ଓ ସ୍ୱାଦ ପାଇଁ ମଧ୍ୟ ଲୋକପ୍ରିୟ ହୋଇଯାଇଛି l ବଜାରର ଅନ୍ୟ ଫଳ ତୁଳନାରେ ଏହା କମ୍ ଦାମରେ ମିଳିଯାଏ ,ଏହାକୁ ବିଭିନ ଉପାୟରେ ବିନିଯୋଗ କରାଯାଏ ଯେପରିକି ଜେଲି ,ଆଇସକ୍ରିମ ତଥା ଚକୋଲେଟ ପ୍ରସ୍ତୁତ କରିବାରେ ପିଜୁଳିକୁ ବ୍ୟବହାର କରାଯାଏ l ଭାରତର ପ୍ରାୟ ସମସ୍ତ ରାଜ୍ୟରେ ପିଜୁଳି ଉତ୍ପାଦନ କରାଯାଏ l ପ୍ରଧାନତଃ ମହାରାଷ୍ଟ୍ର ,ବିହାର ଉତ୍ତରପ୍ରଦେଶ ,ଆନ୍ଧ୍ରପ୍ରଦେଶ ,ମଧ୍ୟପ୍ରଦେଶ ,ଗୁଜୁରାଟ ,ଓ ତାମିଲନାଡୁରେ ଏହାର ଉତ୍ପାଦନ ବହୁଳ ମାତ୍ରାରେ ହୁଏ l ଲାଭଜନକ ଭିତିରେ କିପରି ପିଜୁଳି ଚାଷ କରାଯାଇ ପାରିବ ସେ ବିଷୟରେ ଆସନ୍ତୁ ଆଜି ଆଲୋଚନା କରିବା l
ପିଜୁଳି ଗଛ ବହୁତ ଶକ୍ତ ହୋଇଥାଏ ଏବଂ ଏହା ସମସ୍ତ ପ୍ରକାର ମାଟିରେ ବଢିପାରେ ,ସାଧାରଣତଃ ଏହା ଭଲ ଜଳଧାରଣ କ୍ଷମତା ବିଶିଷ୍ଟ ଓ ଫଷଫସିଆ ମାଟିରେ ଏହା ଭଲ ବଢେ ମାଟିର ପିଏଚ ୬.୫ ରୁ ୮.୫ ଭିତରେ ରହିବା ଜରୁରୀ l
ଜଳବାୟୁ
ଏହି ଫସଲ ପାଇଁ ସାଧାରଣ ତାପମାତ୍ରା ୨୩ ରୁ ୨୮ ଡିଗ୍ରୀ ହେଲେ ଉପଯୋଗୀ l ଏହା ଅତ୍ୟଧିକ ବର୍ଷା ହେଉଥିବା ସ୍ଥାନରେ ଭଲ ହୁଏନାହିଁ l ଭଲ ପିଜୁଳି ଉତ୍ପାଦନ ପାଇଁ ଶୁଷ୍କ ଜଳବାୟୁ ଆବଶ୍ୟକ ହୋଇଥାଏ l
ଖତ ଏବଂ ସାର
ପିଜୁଳିର ଭଲ ଉତ୍ପାଦନ ପାଇଁ ଏଥିରେ ଖତ ଏବଂ ଉର୍ବରକ ପର୍ଯ୍ୟାପ୍ତ ମାତ୍ରାରେ ଆବଶ୍ୟକ l ପିଜୁଳିରେ ଦିଆଯାଉଥିବା ସାର ମଧ୍ୟରେ ନାଇଟ୍ରୋଜେନ ଓ ପୋଟାସର ମାତ୍ରା ଅଧିକ ହେବା ଆବଶ୍ୟକ
ଜଳସେଚନ
ପିଜୁଳି ଗଛରେ ଫୁଲକଷି ହେବା ସମୟରେ ଏହାକୁ ନିୟମିତ ରୂପରେ ଜଳସେଚନ କରାଯିବା ଆବଶ୍ୟକ, କିନ୍ତୁ ଅତ୍ୟଧିକ ପାଣିରେ ପ୍ରୟୋଗ ପ୍ରତିକୂଳ ପ୍ରଭାବ ପକାଇପାରେ l
Share your comments