1. କୃଷି ବିଶ୍ବକୋଷ

ହଜିଯିବ କି ଆମ କୃଷି !

ହଜିଯିବ କି ଆମ କୃଷି !

KJ Staff
KJ Staff

କୋରାପୁଟ ରେ ପାରମ୍ପରିକ କୃଷି ରେ ପରିବର୍ତ୍ତନ…
ହରାଇବା ଜାତିସଂଘ ମାନ୍ୟତା
ରାସାୟନିକ ସାର ଓ ଗି.ଏମ ଧାନ ହୋଇଛି କାଳ..
ଦାଉ ସାଧୁଛି ପରିବେଶ ପରିବର୍ତ୍ତନ ଶିଳ୍ପାୟନ

ଶସ୍ୟ ,ଶ୍ୟାମଳ ଓ ସବୁଜ ସୁନ୍ଦର ପାରମ୍ପରିକ ଓ ପ୍ରାକୃତିକ କୃଷି ତଥା ପର୍ବତମାଳା ଓ ଅପୂର୍ବ ଶୋଭା ରେ ସୁସଜ୍ଜିତ କୋରାପୁଟ ,ଓଡିଶା ର ଧାନ ଭଣ୍ଡାର |କେତେକ ବିରଳ ଧାନ ପ୍ରଜାତି ଏବଂ ପାରମ୍ପରିକ ଚାଷ , ଓ ଜନଜାତି ଜୀବନଶୈଳୀ ଲାଗି ସାରା ଭାରତ ରେ ସୁନାମ ଅର୍ଜନ କରିଛି |ପାରମ୍ପରିକ ଭାବେ ଏଠିକାର ଜନଜାତି ଚାଷୀ ମାନେ ବର୍ଷତମାମ ଧାନ ,ମାଣ୍ଡିଆ ,ଚିନାବାଦାମ ,ସୋରିଷ,ଆଳୁ ,ଅଦା ,ହଳଦୀ ଇତ୍ୟାଦି ବହୁ ସ୍ଥାନ କୁ ରଫ୍ତାନି କରାଯାଏ |

 

ରାସାୟନିକ ସାର ଓ ଖତ ବ୍ୟବହାର ନ ହେଉଥିବାରୁ ଏଠିକାର ପନି ପରିବା କଟକ ଭୁବନେଶ୍ୱର ଆନ୍ଧ୍ର ଇତ୍ୟାଦି ବହୁ ସ୍ଥାନ ରେ ସୁନାମ ଅର୍ଜନ କରିଛି |ମାତ୍ର ଏବେ ଏହା ଅଗ୍ରଣିକ ମାନ୍ୟତା ହରାଇବାକୁ ବସିଛି |ଅଧିକ ଅମଳ ଓ ଉପାର୍ଜନ କୁ ଆଖି ଆଗରେ ରଖି ଚାଷୀମାନେ ଏବେ ସେଥିରେ ସାର ଓ କୀଟନାଶକ ବ୍ୟବହାର କରିବା ଆରମ୍ଭ କରିସାରିଲେଣି |ମନୁକ୍ଷତା ଶୀତଳ ଭଣ୍ଡାର ଅଭାବରୁ ଉଦ୍ୟାନକୃଷି ସାମଗ୍ରୀ କୁ ସାଇତି ରଖିବାକୁ ଯାଇ ଚାଷୀମାନେ ରାସାୟନିକ ପଦାର୍ଥ ର ବ୍ୟବହାର କରୁଥିବାର ପ୍ରକାଶ କରିଛନ୍ତି

ଏଠାରେ ଉଲ୍ଲେଖନିଅ ଯେ ପାରମ୍ପରିକ କୃଷି କୁ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ କୋରାପୁଟ ଜିଲାରେ ଅନୁସୃତ କୃଷି ପଦ୍ଧତ୍ତି କୁ ଜି.ଏଇ.ଏ.ଏଚ.ଏସ
ର ମାନ୍ୟତା ଦିଆଯାଇଥିଲା |ବିଶ୍ୱରେ ୧୦୦ ରୁ ୧୫୦ ଟି ଏଭଳି ସ୍ଥାନ ଚିହ୍ନଟ କରିବାକୁ ଲକ୍ଷ ରଖାଯାଇଥିଲା ବେଳେ ଏହି ମାନ୍ୟତା ପାଇବାରେ କୋରାପୁଟ ଦେଶର ପ୍ରଥମ ଥିଲା |

ଜିଲାରେ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ହେଉଥିବା ପ୍ରଦୂଷଣ ଜଙ୍ଗଲକ୍ଷୟ ଜନିତ ତାପମାତ୍ରା ବୃଦ୍ଧି ,ପ୍ରକୃତି ଜଳଉତ୍ସଗୁଡିକର ପ୍ରଦୂଷଣ,ଜି ଏମ ବିହନ ଏବଂ ରାସାୟନିକ ସାର ତଥା କୀଟନାଶକ ଦ୍ୱାରା ଏଭଳି ଆଶଙ୍କା ସୃଷ୍ଟି ହୋଇଛି |ସାଧାରଣତଃ ଜାତିସଂଘ ପକ୍ଷରୁ ଏହି ଏତିହ୍ୟ ମାନ୍ୟତା ପାଇଲା ପରେ ହେଲେ ମୁକ୍ତ ବଜାରର ବ୍ୟବସ୍ଥା ଓ ଗଣମାଧ୍ୟମ ର ବହୁଳ ପ୍ରଚାର ଏହା ଉପରେ ମଧ୍ୟ ପ୍ରଭାବ ପକାଇଥିବାରୁ ଏପରି ସମସ୍ୟା ହେବାର ଆଶଙ୍କା ରହିଥିଲାବେଳେ ,ଏହା ପାରମ୍ପରିକ କୃଷି ସହ ଜୈବିକ ବିବିଧତା ଉପରେ ମଧ୍ୟ ପ୍ରଭାବ ପକାଇଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments