Agripedia

ଖରାଦିନେ କିପରି କରିବେ ମତ୍ସ୍ୟପାଳନ, ଜାଣନ୍ତୁ...

ମତ୍ସ୍ୟପାଳନ କରି ଅନେକ ଲୋକ ଆଜିର ଦିନରେ ଲାଭବାନ ହୋଇପାରିଛନ୍ତି । ଏବେ ଧିରେ ଧିରେ ଖରାଦିନ ଆସିଲାଣି , ତାତି ବି ବଢିବାରେ ଲାଗିଛି । ଉତ୍ତାପ ବଢିବା ଯୋଗୁଁ ନଦୀ ପୋଖରୀର ଜଳସ୍ତର ମଧ୍ୟ ଧିରେ ଧିରେ କମିବା ଆରମ୍ଭ କରିବ । ଏଭଳି ସ୍ଥିତିରେ ମାଛମାନଙ୍କ ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକ ।

22 March, 2022 11:58 AM IST By: Sudesna Nayak

ମତ୍ସ୍ୟପାଳନ (Fish Farming) କରି ଅନେକ ଲୋକ ଆଜିର ଦିନରେ ଲାଭବାନ ହୋଇପାରିଛନ୍ତି । ଏବେ ଧିରେ ଧିରେ ଖରାଦିନ ଆସିଲାଣି , ତାତି ବି ବଢିବାରେ ଲାଗିଛି । ଉତ୍ତାପ ବଢିବା ଯୋଗୁଁ ନଦୀ ପୋଖରୀର ଜଳସ୍ତର ମଧ୍ୟ ଧିରେ ଧିରେ କମିବା ଆରମ୍ଭ କରିବ । ଏଭଳି ସ୍ଥିତିରେ ମାଛମାନଙ୍କ ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକ ।

ମାଛ (Fish)ମରିବା କାରଣରୁ ଚାଷୀଙ୍କୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡି଼ଥାଏ । ଏଥିପାଇଁ ଖରାଦିନେ ମାଛ ପୋଖରୀର ଉପଯୁକ୍ତ ପରିଚାଳନା ଜରୁରୀ ଅଟେ । ଯାହା ଦ୍ଵାରା ମାଛ (Fish) ମୃତ୍ୟୁ ହାର କମିବା ସହ ଚାଷୀ ଆର୍ଥିକ କ୍ଷତିରୁ ମୁକ୍ତି ପାଇପାରିବେ ।

ମାଛ ଚାଷ (Fish Farming)କରୁଥିବା ପୋଖରୀ ଜଳସ୍ତର ଅତି କମରେ 6 ଫୁଟ ରହିବା ଦରକାର ଅଟେ । ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟ ଆପଣାଇ ପୋଖରୀରେ ପାଣି ଭରିପାରିବେ । ଯେଉଁ ଚାଷୀମାନଙ୍କ ପାଖରେ ଏହି ସୁବିଧା ସୁଯୋଗ ନଥିବା ସେମାନେ ପୋଖରୀରୁ ବଡ଼ ମାଛ (Fish) ଗୁଡ଼ିକୁ ଧରି ବିକ୍ରି ହିଁ କରିଦେବା ଦରକାର ଅଟେ ।

ବଡ଼ ମାଛ ଧରି ବିକ୍ରି କରିଦେଲେ ଚାଷୀମାନେ ହଠାତ୍ ମାଛ ମରିବା କିମ୍ବା ଜଳାଭାବ ଜନିତ କ୍ଷତିରୁ ମୁକ୍ତି ପାଇଯିବେ । ଖରାଦିନେ (Summer Season)ସାଧାରଣତଃ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖାଯାଇଥାଏ । ପରିବେଶର ଉତ୍ତାପ ବୃଦ୍ଧି ଦ୍ଵାରା ପୋଖରୀର ଉତ୍ତାପ ବଢ଼ିଥାଏ ଓ ଏହା ଦ୍ରବୀଭୂତ ଅମ୍ଳଜାନ ଉପରେ ପ୍ରଭାବ ପକାଇଥାଏ ।

ଏହା ଦୂର କରିବା ପାଇଁ ହିଁ ଚାଷୀମାନେ ପ୍ରଥମତଃ ପୋଖରୀରେ ଜଳ ସଂଚାଳନ କରିବା ଦରକାର ଓ ଜଳର ଉଚ୍ଚତା ବଢ଼ାଇ ଦେବା ଦରକାର । ଏଥିସହ ପାଖରେ ବାୟୁ ସଂଚାଳନ ଯନ୍ତ୍ର କିମ୍ବା ପାଣି ପମ୍ପ ଦ୍ଵାରା ହିଁ ପୋଖରୀ ମଧ୍ୟରେ ଜଳ ସଂଚାଳନ କରିବା ଦରକାର । ଫଳରେ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନ (Oxygen)ର ପରିମାଣ ବଢ଼ିଯିବ ଏବଂ ମାଛ Fish ମାନଙ୍କର ମୃତ୍ୟୁ ହେବ ନାହିଁ । ଏହାବ୍ୟତୀତ, ଅମ୍ଳଜାନ ପାଉଡ଼ର, ଟାବଲେଟ୍ ବା କ୍ୟାଲସିୟମ୍ ପେରୋକ୍ସାଇଡ ନିକଟସ୍ଥ ଆକ୍ଵାସପ୍ ଠାରୁ ଆଣି ପାଖରେ ରଖନ୍ତୁ । ପୋଖରୀରେ ଅମ୍ଳଜାନ ଅଭାବର ଲକ୍ଷଣ ଯଦି ଦେଖାଦିଏ ତେବେ ତୁରନ୍ତ ଏହାର ପ୍ରତିକାର କରିବା ଉଚିତ ।

କିଭଳି ଜାଣିବେ ଅମ୍ଳଜାନ ଅଭାବର ଲକ୍ଷଣ...

ଯଦି ଅମ୍ଳଜାନ ଅଭାବ ଥାଏ ତେବେ ମାଛ (Fish) ମାନେ ପୋଖରୀରେ ଜଳସ୍ତର ଉପରିଭାଗକୁ ଆସିଯାଆନ୍ତି ଏବଂ ଅମ୍ଳଜାନ ନେବାକୁ ପାଟି ପାକୁପାକୁ କରନ୍ତି । ପ୍ରାୟତଃ ମଧ୍ୟରାତ୍ରରୁ ଭୋର ସମୟ ପର୍ଯ୍ୟନ୍ତ ଏହି ଲକ୍ଷଣ ମାଛ (Fish)ମାନଙ୍କର ଦେଖାଯାଏ । ଯଦି ଏହି ଲକ୍ଷଣ ଚାଷୀ ପୋଖରୀରେ ଦେଖିବାକୁ ପାଏ ତାହେଲେ ସେମାନେ ଏହାର ତୁରନ୍ତ ପ୍ରତିକାର କରିବା ଜରୁରୀ। ନଚେତ ଅମ୍ଳଜାନ ଅଭାବରେ ମାଛମାନଙ୍କର ମୃତ୍ୟୁ ଘଟିପାରେ ।

ପ୍ରକାଶ ଥାଉ ଯେ, ଏହି ସମୟରେ ଜଳର କେତେକ ରାସାୟନିକ କାରକ (ପି.ଏଚ୍. ଅମ୍ଳତ୍ଵ ଓ କ୍ଷାରତ୍ଵ, ଆମୋନିଆ, ନାଇଟ୍ରାଇଟ୍) ଜଳର ପ୍ଲବକ ପରୀକ୍ଷା କରିବା ଜରୁରୀ । ପୋଖରୀ (Pond) ପାଣି ଅତ୍ୟଧିକ ନୀଳ ହୋଇଯାଇଥିଲେ ସେଥିରେ ଉଦ୍ଭିଦ ଗତ ପ୍ଲବକ ଅଧିକା ହୋଇଯାଇଥାଏ । ଜଳରେ ଏଭଳି ପରିବର୍ତ୍ତନ ପୋଖରୀର ଜଳସ୍ତର କମିବା ଦ୍ଵାରା ହୋଇଥାଏ । ପୋଖରୀର ଜଳସ୍ତର କମିବା ଦ୍ଵାରା ପଙ୍କରେ ଥିବା ଅଦରକାରୀ ଗଞ୍ଜେସ୍ ତଥା ଆମୋନିଆ ନାଇଟ୍ରାଇଟ୍ ବଢ଼ିଯାଇଥାଏ ଓ ମାଛ (Fish)ମାନଙ୍କ ପାଇଁ ବିଷାକ୍ତ ପରିବେଶ ସୃଷ୍ଟି କରିଥାଏ । ସୂର୍ଯ୍ୟକିରଣ ଓ ତାପମାତ୍ରାର ପ୍ରଭାବରେ ଆଲୋକ ପୋଖରୀରେ ଥିବା ଜଳର ନିମ୍ନସ୍ତରକୁ ଯିବା ଫଳରେ ଏହି ପ୍ରକାରର ଅବସ୍ଥା ଦେଖାଯାଇଥାଏ । ଯଦି ଏହି ପ୍ରକାରର ବିଷାକ୍ତ ପରିବେଶ ଦେଖାଦିଏ, ତାହେଲେ ଚାଷୀମାନେ ପୋଖରୀରେ ନିଉଲାଇଟ୍ ଏକର ପିଛା ୨୦-୩୦ କେଜି ପ୍ରୟୋଗ କରିବା ଦରକାର, ଏହା ବ୍ୟତୀତ ଜଳର ପି.ଏଚ୍ PH ଅଣାଯାଇ ଏକର ପିଛା ୮୦ କିଲୋ ଚୂନ ପ୍ରୟୋଗ କରିବା ଜରୁରୀ ଅଟେ ।

କମ୍ ଖର୍ଚ୍ଚରେ କିପରି କରିବେ ମାଛ ଚାଷ ଜାଣିଛନ୍ତି କି ? ଜାଣନ୍ତୁ...

Business idea:ଏହି ବିଜନେସ୍ ଆପଣଙ୍କୁ କରିବ ମାଲାମାଲ; ଜାଣନ୍ତୁ ଆରମ୍ଭ କେମିତି କରିବେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)