1. କୃଷି ବିଶ୍ବକୋଷ

ଆସନ୍ତୁ ଜାଣିବା ପାନ ଚାଷ ଏବଂ ପାନର ଉପକାରିତା ସମ୍ପର୍କରେ !!

ପାନର ଆମ ଭାରତରେ ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ରୀତିନୀତି ସହିତ ବହୁତ ଘନିଷ୍ଠ ସମ୍ପର୍କ ରହିଛି l ପାନର ବ୍ୟବହାର ଧାର୍ମିକ ସ୍ଥଳରେ କରାଯାଇ ଥାଏ ଏହା ସହିତ ପାନର ବ୍ୟବହାର ଅନେକ ରୋଗର ଚିକିତ୍ସା ପାଇଁ ମଧ୍ୟ କରାଯାଇଥାଏ l ପାନରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ, ଯାହାକି ଅନେକ ରୋଗର ନିରାକାରଣରେ ସହାୟକ ହୋଇଥାଏ l

Sugyan Kumar Nayak
Sugyan Kumar Nayak
Betel Leaf Farming

Betel Leaf Farming

ପାନର ଆମ ଭାରତରେ ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ରୀତିନୀତି ସହିତ ବହୁତ ଘନିଷ୍ଠ ସମ୍ପର୍କ ରହିଛି l ପାନର ବ୍ୟବହାର ଧାର୍ମିକ ସ୍ଥଳରେ କରାଯାଇ ଥାଏ ଏହା ସହିତ ପାନର ବ୍ୟବହାର ଅନେକ ରୋଗର ଚିକିତ୍ସା ପାଇଁ ମଧ୍ୟ କରାଯାଇଥାଏ l ପାନରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ, ଯାହାକି ଅନେକ ରୋଗର ନିରାକାରଣରେ ସହାୟକ ହୋଇଥାଏ l

ଯଦି କୃଷିର କଥା କହିବା ତେବେ ଦେଶର ଅନେକ ରାଜ୍ୟରେ କୃଷକମାନେ ଏହି ପାନର ଫସଲ କରି ବହୁତ ଭଲ ଲାଭ ମଧ୍ୟ କମାଉଛନ୍ତି l ତେଣୁ ପାନ ଚାଷ କରିବା ପାଇଁ ସରକାର କୃଷକମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି l ମଧ୍ୟପ୍ରଦେଶ ସରକାର ପାନ ଚାଷ ପାଇଁ ୫୦ ପ୍ରତିଶତ ସବସିଡି ପ୍ରଦାନ କରୁଛନ୍ତି l କେନ୍ଦ୍ର ସରକାରଙ୍କର ଉଦ୍ୟାନ ବିଭାଗ ଦ୍ୱାରା ରାଷ୍ଟୀୟ କୃଷି ବିକାଶ ଯୋଜନା ପ୍ରସ୍ତୁତ କରାଯାଉଛି l ଯେଉଁଥିରେ ଉନ୍ନତ କୌଶଳରେ ପାନ ଚାଷ କରିବା ପାଇଁ ୫୦୦ ବର୍ଗ ମିଟର ଜମିରେ ପାନ ବରଜ ବନାଇବା ପାଇଁ ଏବଂ ପାନ ଚାଷ କରିବା ପାଇଁ ନଗଦ ୧.୨୦ ଲକ୍ଷ ସହିତ ୩୫ ପ୍ରତିଶତ ଅନୁଦାନ ସ୍ୱରୂପ ୦.୪୨ ଲକ୍ଷ ପ୍ରଦାନ କରାଯାଉଛି l ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁଯାଇ ମଧ୍ୟ ପ୍ରଦେଶର ସତାନା ଜିଲ୍ଲାର କୃଷକ ମାନେ ଏହାକୁ  ଆବେଦନ କରିପାରିବେ l

ଭାରତର ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ପ୍ରକାରରେ ପାନ ଚାଷ କରାଯାଇଥାଏ l ଯେମିତିକି କିଛି ରାଜ୍ୟ ଯେଉଁଠାରେ ଅଧିକ ବର୍ଷା ହୋଇଥାଏ ଓ ଅଧିକ ଆର୍ଦ୍ରତା ରହିଥାଏ ସେଠାରେ ପ୍ରାକୃତିକ ଉପାୟରେ ପାନ ଚାଷ କରାଯାଇଥାଏ l ତଥା ଏପରି କିଛି ରାଜ୍ୟ ଯେଉଁ ଠାରେ ସାମାନ୍ୟ ତାପମାତ୍ରା ରହିଥାଏ ସେଠାରେ ପାରମ୍ପରିକ ବିଧିରେ ପାନ ଚାଷ କରାଯାଇଥାଏ l ଉତ୍ତର ଭାରତରେ ସଂରକ୍ଷିତ ଉପାୟରେ ପାନ ଚାଷ କରାଯାଇଥାଏ l

ପାନର ଉପକାରିତା

1. ପାନ ଖାଦ୍ୟର ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ l

2. ପାନ ପତ୍ର ଖାଇଲେ କାଶରୁ ଆରୋଗ୍ୟ ମିଳିଥାଏ l

3. ପାଟିରେ କ୍ଷତ ସୃଷ୍ଟି ହେଲେ ପାନ ଖାଇବା ଲାଭଦାୟକ ହୋଇଥାଏ l

4. ମୁହଁରେ ବ୍ରଣ ହେଲେ ପାନ ରସ ଲଗାଇଲେ ଉପଶମ ମିଳିଥାଏ l

5. ପାନ ଚୋବାଇଲେ ମୁଖ କର୍କଟ ଠାରୁ ରକ୍ଷା ମିଳିଥାଏ l

6. ପାନ ପତ୍ରକୁ ବାଟି ଘା'ରେ ଲଗାଇଲେ ଏହା ଶୀଘ୍ର ଠିକ ହୋଇଯାଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments