1. କୃଷି ବିଶ୍ବକୋଷ

ଆସନ୍ତୁ ଜାଣିବା ଫସଲରେ ବିଭିନ୍ନ ରୋଗ ଓ ଏହାର ପ୍ରତିକାର ସମ୍ପର୍କରେ

କୃଷିରେ ବିଶେଷକରି ରୋଗ ଓ କୀଟ ଠାରୁ ହେଉଥିବା କ୍ଷତିରୁ ସଚେତନ ହୋଇ ରହିବା ଆବଶ୍ୟକ l ନିଜ ଫସଲକୁ ରୋଗରୁ ରକ୍ଷା କରିବା ପାଇଁ ଅନେକ ପ୍ରାକୃତିକ ଉପଚାର ରହିଛି, ଯାହା ଦ୍ୱାରା କୃଷି ଉତ୍ପାଦନର କ୍ଷତିକୁ ହ୍ରାସ କରାଯାଇପାରିବ l

Sugyan Kumar Nayak
Sugyan Kumar Nayak

କୃଷିରେ ବିଶେଷକରି ରୋଗ ଓ କୀଟ ଠାରୁ ହେଉଥିବା କ୍ଷତିରୁ ସଚେତନ ହୋଇ ରହିବା ଆବଶ୍ୟକ l ନିଜ ଫସଲକୁ ରୋଗରୁ ରକ୍ଷା କରିବା ପାଇଁ ଅନେକ ପ୍ରାକୃତିକ ଉପଚାର ରହିଛି, ଯାହା ଦ୍ୱାରା କୃଷି ଉତ୍ପାଦନର କ୍ଷତିକୁ ହ୍ରାସ କରାଯାଇପାରିବ l ପ୍ରାଣୀମାନଙ୍କ ଭଳି ଫସଲକୁ ମଧ୍ୟ ସଂକ୍ରମିତ ରୋଗ ହୋଇଥାଏ l ଯଦି ଗୋଟିଏ ସଂକ୍ରମିତ ଫସଲର ଅବଶିଷ୍ଟାଂଶ କ୍ଷେତରେ ପଡ଼ି ରହିଥାଏ ଓ ଏହା ପରେ ଅନ୍ୟ ଏକ ଫସଲ ଲଗାଯାଇଥାଏ, ତେବେ ନୂତନ ଫସଲ ମଧ୍ୟ ସେହି ରୋଗରେ ସଂକ୍ରମିତ ହେବାର ସମ୍ଭାବନା ଥାଏ l କାରଣ ଏହି ଫସଲର ଅବଶେଷରେ କିଛି ନା କିଛି ରୋଗର ବାହକ ଓ ରୋଗ ଜୀବାଣୁ ଲୁଚି ରହିଥାଆନ୍ତି l ସେମାନେ ହିଁ ଆଗାମୀ ଫସଲକୁ ସଂକ୍ରମିତ କରିପାରନ୍ତି l ମକା, ବାଜରା, ମଟର ଓ ଅଙ୍ଗୁରର ମୃଦୁ ରମିତା ସୋରିଷର ଶ୍ୱେତ ଦାଗ ରୋଗ ଆଦିର ବାହକମାନେ ହିଁ ଏହି ସଂକ୍ରମିତ ରୋଗର ଉଦାହରଣ l

ଏହି ପ୍ରକାର ଟମାଟୋରେ ଉତ୍ପନ୍ନ ହେଉଥିବା ଅଙ୍ଗମାରି ରୋଗର ବାହକ କବକ ଆଲଟରନେରୀଆ ବି ଫସଲର ମଳ ତଥା ଅବଶିଷ୍ଟାଂଶରେ ଲୁଚି ରହିଥାଏ l ଫସଲର ମଳ ଆଦିରେ ଥିବା ରୋଗ ଜୀବାଣୁକୁ ଶେଷ କରିବାର ଅନେକ ବାଟ ରହିଛି, ଯାହା ମଧ୍ୟରୁ ରୋଗାକ୍ରାନ୍ତ ଫସଲର ଆବେଶେଷକୁ ଜଳାଇଦେବା ଏକ ପ୍ରମୁଖ ବିଧି ଅଟେ l ଫସଲ କଟା ସରିବା ପରେ ଜମିକୁ ଭଲ ଭାବେ ହଳ କରି ସେହି ଫସଲର ଚେରକୁ ମୂଳରୁ କାଢି ନଷ୍ଟ କରିବା ମଧ୍ୟ ଏକ ପ୍ରମୁଖ ବିଧି ଅଟେ l ଅନ୍ୟକିଛି ସଂକ୍ରମିତ ରୋଗ ଯେପରିକି ବନ୍ଧା କୋବିର ମୂଳ ପଚା ରୋଗ,ଟମାଟୋର ମୂଳ ଗଣ୍ଠି ରୋଗ, ଲେମ୍ବୁର ରୋଗ ମଧ୍ୟ ସଂକ୍ରମିତ ଚାରାରୁ ବ୍ୟାପିଥାଏ l ଯେଉଁ କିଆରୀରେ ଆପଣ ଏହିସବୁ ଗଛ ଲଗାଉଛନ୍ତି ତାହାକୁ ସାବଧାନତାର ସହିତ ଚୟନ କରନ୍ତୁ l ଯେପରିକି ଏହା କୌଣସି ସଂକ୍ରମିତ ଜମିର ପାଖାପାଖି ନରହି ଦୂରରେ ରୁହେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ l ସମୟ ସମୟରେ ଗଛକୁ ରାସାୟନିକ ତଥା ପ୍ରାକୃତିକ ପଦାର୍ଥ ଦ୍ୱାରା ଉପଚାର କରନ୍ତୁ l କୌଣସି ବି ଜମିରେ ଗୋଟିଏ ପ୍ରକାର ଫସଲ ବାରମ୍ବାର କରନ୍ତୁ ନାହିଁ l ଏହା ଦ୍ୱାରା ଉକ୍ତ ଜମିରେ କୌଣସି ପୋଷକତତ୍ତ୍ୱର ଅଭାବ ସୃଷ୍ଟି ହେବା ସହିତ ଏହା ମଧ୍ୟ ରୋଗ ଜୀବାଣୁର ବାହକ ରୂପେ କାମ କରିପାରେ l

ମିଶ୍ରିତ କୃଷି ମଧ୍ୟ ଏହାର ଉପଚାରରେ ଅନେକ ଭୂମିକା ଗ୍ରହଣ କରିଥାଏ l ଏପରି କରିବା ଦ୍ୱାରା ଜମିରୁ ପୋଷକତତ୍ତ୍ୱ ହ୍ରାସ ମଧ୍ୟ ହୋଇନଥାଏ ଓ ଏହା ବିଭିନ୍ନ ଫସଲକୁ ରୋଗ ଜୀବାଣୁ ଠାରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ l କିଛି ବିଶେଷ ଗୁଣ ବିଶିଷ୍ଟ ପ୍ରଜାତି ଯେମିତିକି ଗହମ - ଯଅ, ଗହମ -ଚଣା, ଗହମ -ସୋରିଷ ଓ ହରଡ଼-ବାଜରା ଆଦିକୁ ମିଶାଇ ଫସଲ କରିବା ଦ୍ୱାରା ସଂକ୍ରମିତ ରୋଗ ହେବାର ସମ୍ଭାବନା କମ ହୋଇଥାଏ ଓ ଅର୍ଥ ହାନୀକୁ ମଧ୍ୟ ରୋକି ପାରିଥାଏ l ଏପରି କରିବା ଦ୍ୱାରା ଯଦି କୌଣସି ଗୋଟିଏ ଫସଲ ନଷ୍ଟ ହୋଇଯାଏ ତଥାପି ଅନ୍ୟ ଫସଲ ବଞ୍ଚି ଯାଏ ଓ କୃଷକକୁ ଆର୍ଥକ ହାନିରୁ ରକ୍ଷା କରିପାରିଥାଏ l

ଆହୁରି ମଧ୍ୟ ପ୍ରତିଟି ଚାରା ପରସ୍ପର ଠାରୁ ଦୂରରେ ରହିବା ଦରକାର l ଯାହାଦ୍ୱାରା କି ପ୍ରତିଟି ଚାରା ଆବଶ୍ୟକତା ଅନୁଯାଇ ପୋଷକ ତତ୍ତ୍ୱ ଓ ଜଳ ପାଇପାରିବେ ଓ ଭଲ ଭାବରେ ବୃଦ୍ଧି ମଧ୍ୟ ହୋଇପାରିବ l ମଞ୍ଜି ବୁଣିବା ସମୟରେ ମଧ୍ୟ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଯେପରିକି ମଞ୍ଜି ବୁଣିବାର ଗଭୀରତା ପ୍ରତିଟି ମଞ୍ଜି ମଧ୍ୟରେ ଥିବା ଦୂରତା ଆଦି l କୌଣସି ମଞ୍ଜି ଅଧିକ ଗଭୀରତାକୁ ଚାଲିଗଲେ ତାହା ଗଜା ହେବାରେ ସମସ୍ୟା ଉପୁଜି ଥାଏ l ଗଛକୁ ଠିକ ମାତ୍ରାରେ ଉର୍ବରକ ଓ ସାର ଦେବା ମଧ୍ୟ ଆବଶ୍ୟକ ହୋଇଥାଏ l ନଚେତ ଏହା ଫସଲର ଉତ୍ପାଦନ ରେ ପ୍ରଭାବ ପକାଇଥାଏ l ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଫସଲକୁ ରୋଗରୁ ରକ୍ଷା କରିବା ସହିତ ଆମେ ଉତ୍ପାଦନରେ ମଧ୍ୟ ବୃଦ୍ଧି ଆଣିପାରିବା l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments