1. କୃଷି ବିଶ୍ବକୋଷ

ସୋରିଷର ବିଭିନ୍ନ କିସମ ଓ ଉପକାରିତା ବିଷୟରେ ଆସନ୍ତୁ ଜାଣିବା !!

କୌଣସି ପ୍ରକାରର ଫସଲ କରିବା ପୂର୍ବରୁ ଜରୁରୀ ହୋଇଥାଏ ଏହାର ଉଚିତ ପ୍ରକାରର ବିହନ ଚୟନ କରିବା l ଆଜି ଏହି ଲେଖାରେ ଆମେ ଆପଣଙ୍କୁ ସୋରିଷର ଏକ ନୂଆ କିସମ ବିଷୟରେ କହିବାକୁ ଯାଉଛି l

Sugyan Kumar Nayak
Sugyan Kumar Nayak
Mustard

Mustard

କୌଣସି ପ୍ରକାରର ଫସଲ କରିବା ପୂର୍ବରୁ ଜରୁରୀ ହୋଇଥାଏ ଏହାର ଉଚିତ ପ୍ରକାରର ବିହନ ଚୟନ କରିବା l ଆଜି ଏହି ଲେଖାରେ ଆମେ ଆପଣଙ୍କୁ ସୋରିଷର ଏକ ନୂଆ କିସମ ବିଷୟରେ କହିବାକୁ ଯାଉଛି l

ଯାହାର ଫସଲ କରିବା ପାଇଁ କୃଷି ବୈଜ୍ଞାନିକମାନେ ସୋରିଷର ଏକ ନୂଆ ପ୍ରଜାତି ବିକଶିତ କରିଛନ୍ତି l ଯାହାର ନାମ ପୁସା ଡବଲ ଜିରୋ ସୋରିଷ-୩୧ ଅଟେ l ଏହା ଏକ ଉଚ୍ଚ ପ୍ରଜାତିର ସୋରିଷ ଅଟେ l ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ଅଟେ l ଏଥିରୁ ମିଳୁଥିବା ପୋଷକତତ୍ତ୍ୱ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ l ଆସନ୍ତୁ ଏହି ପୁସା ଡବଲ ଜିରୋ ସୋରିଷ -୩୧ର ଗୁଣ ବିଷୟରେ ଜାଣିବା l

ପୁସା ଡବଲ ଜିରୋ ସୋରିଷ -୩୧ର ବିଶେଷତ୍ୱ  

ସୋରିଷର ଏହି ପ୍ରଜାତିଟିରେ ବହୁତ ଅଧିକ ଅମଳ ଦେଇଥାଏ l ଏହି ସୋରିଷ ପ୍ରଜାତିରେ ୨୪-୨୫ କୁଇଣ୍ଟାଲ ପ୍ରତି ହେକ୍ଟର ଅମଳ ହୋଇଥାଏ l ଅନ୍ୟ ସୋରିଷ ମାନଙ୍କରେ ଏରୂଷିକ ଏସିଡର ମାତ୍ରା ୪୨% ମିଳିଥାଏ l ଯାହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ l କିନ୍ତୁ ପୁସା ସୋରିଷରେ ଏହାର ମାତ୍ରା ୨% ମିଳିଥାଏ ଯାହା ଶରୀରର କୌଣସି ପ୍ରକାର କ୍ଷତି କରିନଥାଏ l

ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସହାୟକ ମହାନିର୍ଦ୍ଦେଶକ ଡ଼ଃ ପକ୍ୱ ୟାଦହା କୁହନ୍ତି ଯେ, ସୋରିଷର ଏହି ପ୍ରଜାତି ବହୁତ ଲାଭଦାୟକ ଅଟେ l ଏହି ପ୍ରଜାତି ପଞ୍ଜାବ,ହରିୟାଣା ଓ ଦିଲ୍ଲୀରେ ଦେଖିବାକୁ ମିଳିଥାଏ l ସୋରିଷର ଏହି ପ୍ରଜାତି ୧୦୦ଦିନ ମଧ୍ୟରେ ଅମଳ ହୋଇଥାଏ l ସାଧାରଣ ସୋରିଷର ଏକ ବସ୍ତାରୁ ୧୦୦ ଲିଟର ତେଲ ମିଳିଥାଏ l କିନ୍ତୁ ପୁସା ସୋରିଷର ଏକ ବସ୍ତାରେ ଅନ୍ୟ ସୋରିଷ ତୁଳନାରେ ଅଧିକ ମିଳିଥାଏ l ଏହା ଚାଷୀ ଭାଇମାନଙ୍କ ପାଇଁ ବହୁତ ଲାଭପ୍ରଦ ଅଟେ l ଏହି ପ୍ରଜାତିରୁ ୪୨% ତେଲ ବାହାରିଥାଏ l ଏହି ପ୍ରଜାତିର ସୋରିଷ ପଶୁ ପକ୍ଷୀମାନଙ୍କ ପାଇଁ ବହୁତ ଭଲ ହୋଇଥାଏ l ଏହା ସେମାନଙ୍କୁ ବିଭିନ୍ନ ରୋଗରୁ ବଞ୍ଚାଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments