1. କୃଷି ବିଶ୍ବକୋଷ

ଆସନ୍ତୁ ଜାଣିବା ଚାରୋଟି ପ୍ରମୁଖ ବିଦେଶୀ ପରିବା ବିଷୟରେ !!

ଖାଦ୍ୟ ମଣିଷର ଏକ ଏପରି ଆବଶ୍ୟକତା ଯାହା ବିନା ବଞ୍ଚିବା ଅସମ୍ଭବ ଏବଂ ଆମେ ଖାଦ୍ୟ ପାଇଁ ବିଶେଷ କରି କୃଷି ଉପରେ ହିଁ ନିର୍ଭରଶୀଳ l ଭାରତରେ ସାଧାରଣତଃ ପାରମ୍ପରିକ ପ୍ରଣାଳୀରେ କୃଷି କାର୍ଯ୍ୟ କରାଯାଇଥାଏ, ମାତ୍ର ଆଜିକାଲି କୃଷି କ୍ଷେତ୍ରରେ ଅନେକ ଆଧୁନିକ ପଦ୍ଧତିର ଅବଲମ୍ବନ କରାଯାଉଛି l

Sugyan Kumar Nayak
Sugyan Kumar Nayak
Vegetable

Vegetable

ଖାଦ୍ୟ ମଣିଷର ଏକ ଏପରି ଆବଶ୍ୟକତା ଯାହା ବିନା ବଞ୍ଚିବା ଅସମ୍ଭବ ଏବଂ ଆମେ ଖାଦ୍ୟ ପାଇଁ ବିଶେଷ କରି କୃଷି ଉପରେ ହିଁ ନିର୍ଭରଶୀଳ l ଭାରତରେ ସାଧାରଣତଃ ପାରମ୍ପରିକ ପ୍ରଣାଳୀରେ କୃଷି କାର୍ଯ୍ୟ କରାଯାଇଥାଏ, ମାତ୍ର ଆଜିକାଲି କୃଷି କ୍ଷେତ୍ରରେ ଅନେକ ଆଧୁନିକ ପଦ୍ଧତିର ଅବଲମ୍ବନ କରାଯାଉଛି l  ସେଥି ମଧ୍ୟରୁ ଗୋଟିଏ ହେଉଛି ହାଇଡ୍ରୋପୋନିକ୍ସ ଟେକନିକ୍ ବା ମୃତ୍ତିକା ବିହୀନ କୃଷି l ଦେଶରେ ଏମିତି ଅନେକ ଯୁବ କୃଷକ ରହିଛନ୍ତି ଯେଉଁମାନେ ଏହି ପ୍ରଣାଳୀରେ କୃଷି କାର୍ଯ୍ୟ କରୁଛନ୍ତି l ବାସ୍ତବରେ ହାଇଡ୍ରୋପୋନିକ୍ସ କୃଷି ପାଣି ଉପରେ ହିଁ କରାଯାଏ l ଏହି ହାଇଡ୍ରୋପୋନିକ୍ସ କୃଷି ଅନେକ ପ୍ରକାରର ହୋଇଥାଏ l ଏହାର ଗୋଟିଏ କୌଶଳ ହେଉଛି ଏନଏଫଟି (NFT)  ଯାହାକୁ ନ୍ୟୁଟ୍ରିଏଣ୍ଟ ଫିଲ୍ମ ଟେକନିକ୍ କୁହାଯାଏ l ଏହି ଟେକନିକ୍ ଆପଣାଇ କେତେକ ବିଦେଶୀ ପନିପରିବାର ଉତ୍ପାଦନ କରାଯାଇପାରିବ l ଆଜିକାଲି ବଡ଼ ବଡ଼ ସହରରେ ହୋଟେଲ ଓ ରେସ୍ତୋରାଣ୍ଟମାନଙ୍କରେ ବିଦେଶୀ ପରିବାଗୁଡ଼ିକ ଚାହିଦା ଅଧିକ ରହିଛି l ଏହା ଛଡ଼ା ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତିମାନେ ମଧ୍ୟ ଏହି ପନିପରିବା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି l

ରେଡ୍ ସୁଇସ୍ ଚାର୍ଡ

ଏହାର ଗଛ ଦେଖିବାକୁ ଅତି ସୁନ୍ଦର ହୋଇଥାଏ ଏବଂ ଏହାର ବଜାର ମୂଲ୍ୟ ୬୦୦ ଟଙ୍କା ପ୍ରତି କିଲୋ ହୋଇଥାଏ l ଏହାର ବିଟା ବ୍ଳରିସ ପ୍ରଜାତିର କୃଷି କରିବା ସମ୍ଭବ ହୋଇଥାଏ l ବର୍ଷା ଦିନମାନଙ୍କରେ ଏହା ୧୨୦୦ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ବିକ୍ରି ହୋଇଥାଏ l ଥଣ୍ଡା ଜାଗା ମାନଙ୍କରେ ଏହା ବହୁଳ ମାତ୍ରାରେ ଉତ୍ପାଦନ ହୋଇଥାଏ, ସେହି ଦିନ ମାନଙ୍କରେ ଏହା କିଲୋ ପ୍ରତି ୧୦୦ ଟଙ୍କାରେ ମଧ୍ୟ ବିକ୍ରି କରାଯାଇଥାଏ l ଏହାର ପତ୍ରରେ ଅନେକ ଲାଭକାରୀ ପୋଷକତତ୍ତ୍ୱ ରହିଥାଏ l ଏହାର ଫସଲ ପାଇଁ ୨୮ ଡିଗ୍ରୀ ତାପମାତ୍ରାର ଆବଶ୍ୟକତା ରହିଥାଏ l ତାପମାତ୍ରା ଅଧିକ ହେଲେ ଏହାର ପତ୍ର ଝାଉଁଳି ଯାଇଥାଏ l ଏହା ୪୫ ଦିନର ଫସଲ ହୋଇଥାଏ ଏବଂ ଏହାର ଗୋଟିଏ ଗଛରୁ ପାଖାପାଖି ୨୦୦ ଫଳ ମିଳିଥାଏ l

ରେଡ୍ ବେସିଲ୍

ଗ୍ରୀନ ବେସିଲ ତୁଳନାରେ ରେଡ଼ ବେସିଲ ଅଧିକ ସ୍ୱାଦିଷ୍ଟ ହୋଇଥାଏ l ଏହାର ପ୍ରୟୋଗ ସାଧାରଣତଃ ଇଟାଲିଅନ ଖାଦ୍ୟରେ ଅଧିକ ହୋଇଥାଏ l ବଡ ବଡ ହୋଟେଲରେ ଏହାର ଚାହିଦା ଅଧିକ ଥାଏ ତେଣୁ ଏହାର କିଲୋ ପ୍ରତି ମୂଲ୍ୟ ପ୍ରାୟ ୨୦୦ ଟଙ୍କା ହୋଇଥାଏ l ଏହା ଛଡ଼ା  ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକମାନେ ଏହାକୁ ବହୁଳ ମାତ୍ରାରେ ଖାଇବାକୁ ପସନ୍ଦ କରନ୍ତି l

ଲୋଲା ରୋସୋ

ଏହାର ପତ୍ର କୋଣରେ ଲା ଓ ମଧ୍ୟ ଭାଗରେ ସବୁଜ ରଙ୍ଗର ହୋଇଥାଏ l ଏଥିରେ ଭିଟାମିନ୍ -ଏ, ଭିଟାମିନ୍-ସି ,ଫଲିକ ଏସିଡ ଏବଂ ଲୌହ ଭଳି ପୋଷକତତ୍ତ୍ୱ ଭରପୁର ମାତ୍ରାରେ ଥାଏ l ଏଥିରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ ଯାହା କି, ଆସ୍ଥମା ଓ ଆଲର୍ଜୀ ଦୂର କରିବାରେ ସହାୟକ ହୋଇଥାଏ l ଏହା ବି ବହୁତ ବେଶୀ ମୂଲ୍ୟରେ ବିକ୍ରି କରାଯାଇଥାଏ l

ଗ୍ରୀନ୍ ସୁଇସ୍ ଚାର୍ଡ

ଏହାର ପତ୍ରକୁ ଖାଦ୍ୟ ଭାବରେ ଉପଯୋଗ କରାଯାଏ l ବର୍ଗରରେ ଏହାର ଅଧିକ ମାତ୍ରାରେ ବ୍ୟବହାର କରାଯାଏ l ଏଥିରେ ଭିଟାମିନ୍ ସହିତ ଆହୁରି ଅନେକ ପୋଷକତତ୍ତ୍ୱ ରହିଥାଏ l ଏହା ଆଖି ପାଇଁ ଅତ୍ୟନ୍ତ ଭଲ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments