1. କୃଷି ବିଶ୍ବକୋଷ

ଶିମ୍ବ ଚାଷ ବିଷୟରେ କିଛି ତଥ୍ୟ, ଆସନ୍ତୁ ଜାଣିବା !!

ଭାରତରେ ବିଭିନ୍ନ ପରିବା ଚାଷ କରାଯାଇଥାଏ l ସେଇ ସବୁ ଚାଷ ମଧ୍ୟରେ ଶିମ୍ବ ଚାଷର ଏକ ଭିନ୍ନ ଚାହିଦା ଦେଖିବାକୁ ମିଳିଥାଏ ଓ ପରିବା ଚାଷରେ ଶିମ୍ବର ମଧ୍ୟ ଏକ ଭିନ୍ନ ସ୍ଥାନ ରହିଛି l

Sugyan Kumar Nayak
Sugyan Kumar Nayak
Flat Bean Farming

Flat Bean Farming

ଭାରତରେ ବିଭିନ୍ନ ପରିବା ଚାଷ କରାଯାଇଥାଏ l ସେଇ ସବୁ ଚାଷ ମଧ୍ୟରେ ଶିମ୍ବ ଚାଷର ଏକ ଭିନ୍ନ ଚାହିଦା ଦେଖିବାକୁ ମିଳିଥାଏ ଓ ପରିବା ଚାଷରେ ଶିମ୍ବର ମଧ୍ୟ ଏକ ଭିନ୍ନ ସ୍ଥାନ ରହିଛି l ଉପଯୁକ୍ତ ସମୟରେ ବିଭିନ୍ନ ରାଜ୍ୟ ମାନଙ୍କରେ ଯେମିତିକି ଉତ୍ତରପ୍ରଦେଶ,

ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡୁରେ ବୃହତ ଆକାରରେ ଏହି ଶିମ୍ବ ଚାଷ କରାଯାଏ l ଏହି ଲେଖାରେ ମଧ୍ୟ ଆମ ଚାଷୀଭାଇ ମାନଙ୍କ ପାଇଁ ଶିମ୍ବ ଚାଷ ସମ୍ବନ୍ଧୀୟ ଅଧିକ ସୂଚନା ନେଇ ଆସିଛୁ l

ଶିମ୍ବ ମଞ୍ଜିର ଉପକାରିତା

ଶିମ୍ବ ମଞ୍ଜିକୁ ବିଭିନ୍ନ ଲୋକମାନେ ତରକାରୀ କରିବାରେ ମଧ୍ୟ ବ୍ୟବହାର କରିଥାନ୍ତି l ଏହା ଛଡ଼ା ଏହାର ପାଚିଲା ମଞ୍ଜିକୁ ମଧ୍ୟ ଆଚାର ବନେଇବାରେ ଵେବହୃତ କରାଯାଇଥାଏ l ଏହାର ଚୋପାକୁ ଗାଈ ଗୋରୁଙ୍କ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ l

ଶିମ୍ବ ଚାଷ ପାଇଁ ଉପଯୁକ୍ତ ଜଳବାୟୁ

ଶିମ୍ବ ଚାଷ କରିବା ପାଇଁ ଥଣ୍ଡା ଜଳବାୟୁ ଉପଯୁକ୍ତ ହୋଇଥାଏ l କିନ୍ତୁ ସବୁବେଳେ ମନେ ରଖିବେ ଏହି ଗଛର ଚାରିପଟେ କିଛି ଅନାବନା ଘାସ ଲାଗି ନରହିବା ଦରକାର l ଏହି ଫସଲ ପାଇଁ ଦୋରସା ଏବଂ ଚିକିଟା ମାଟି ଉପଯୁକ୍ତ ହାଇଥାଏ l ସବୁବେଳେ ଧ୍ୟାନ ରଖିବେ ଯେମିତିକି ମାଟି କ୍ଷାରୀଆ ହୋଇନଥିବା ଦରକାର l ଭୂମିରେ ଉପଯୁକ୍ତ ଜଳ ନିଷ୍କାସନ ହୋଇ ପାରୁଥିବା ଦରକାର l

ଶିମ୍ବର ଉତ୍ପାଦନ

ଯଦି ଆପଣ ମାନେ ଉପଯୁକ୍ତ ମାଟି, ଜଳବାୟୁ, ଭଲ କିସମର ମଞ୍ଜି ଚୟନ କରିବେ ଓ ସାର ପ୍ରୟୋଗ କରିବେ, ତାହା ହେଲେ ଆପଣମାନେ ପ୍ରତି ହେକ୍ଟର ପିଛା ୧୦୦ - ୧୫୦ କେ.ଜି. ଶିମ୍ବ ଉତ୍ପାଦାନ କରିପାରିବେ l ତେବେ ବନ୍ଧୁଗଣ ଆପଣମାନେ ନିଶ୍ଚିତ ରୂପେ ଏହି ଚାଷ କରନ୍ତୁ ଓ ଲାଭବାନ ହୁଅନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments