ଲାଲ୍ ଲଙ୍କା,ସବୁଜ ଲଙ୍କା,ହଳଦିଆ ଲଙ୍କା,କଳା ଲଙ୍କା,ସିମଲା ଲଙ୍କା,ଏମିତି ଅନେକ ପ୍ରକାର ଲଙ୍କା ଆପଣ ବଜାରରେ ଦେଖିଥିବେ l ସବୁ ଲଙ୍କାର ଅଲଗା ଅଲଗା ଗୁଣ ରହିଥାଏ l ଲଙ୍କା ପକାଇବା ଦ୍ୱାରା ବିଭିନ୍ନ ତରକାରୀର ସ୍ୱାଦ ମଧ୍ୟ ବଢ଼ିଥାଏ l ଏଣୁ ଆଜି ଆପଣଙ୍କୁ ହାଇବ୍ରିଡ ଲଙ୍କା ବିଷୟରେ କିଛି ତଥ୍ୟ ପ୍ରଦାନ କରିବା ପାଇଁ ଆମର ଏହି ଲେଖାଟି ପ୍ରଯୁଜ୍ୟ l ତେଣୁ ଆମର ଏହି ଲେଖାଟିକୁ ନିଶ୍ଚିତ ପଢ଼ନ୍ତୁ l
ହାଇବ୍ରିଡ ଲଙ୍କାର ପ୍ରକାର
ହାଇବ୍ରିଡ ଲଙ୍କା ବିଭିନ୍ନ ପ୍ରକାରର ହୋଇଥାଏ l ଯେମିତିକି ମସଲାରେ ବ୍ୟବହାର ହେଉଥିବା ଲଙ୍କା, ଆଚାରରେ ବ୍ୟବହାର ହେଉଥିବା ଲଙ୍କା, ତରକାରୀରେ ବ୍ୟବହାର କରାଯାଉଥିବା ଲଙ୍କା ଏମିତି ଅନେକ ବର୍ଗରେ ଲଙ୍କାକୁ ବିଭାଗୀକରଣ କରାଯାଇଥାଏ l
ସାଧାରଣତଃ ଏହି ସବୁ ମସଲାରେ ହାଇବ୍ରିଡ ଲଙ୍କା ବ୍ୟବହାର କରାଯାଏ ଯଥା: ପଞ୍ଜାବ ଲାଲ୍ ,ଭାଗ୍ୟ ଲକ୍ଷ୍ମୀ, ଏନ-ପି-୪୬-ଏ l ସେମିତି ଆଚାରରେ: ହାଇବ୍ରିଡ ଭାରତ ,ସ୍ଵାତି ,ଅର୍କମା ଇତ୍ୟାଦି ବ୍ୟବହାର କରାଯାଏ ଓ ତରକାରୀ ଲଙ୍କା ଭାବରେ: ଇନ୍ଦିରା,ଏକ୍କା ମୋହିନୀ ,ଅର୍କ ଗୌରବ ଆଦି ବ୍ୟବହାର କରାଯାଏ l
ଏହି ଲଙ୍କାରେ ଶୁଖିଲା ଲଙ୍କା ପ୍ରସ୍ତୁତ କରାଯାଏ l ଏହାର ଫଳଗୁଡିକ ମଧ୍ୟମ ଧରଣର ଓ ହାଲୁକା ସବୁଜ ରଙ୍ଗର ହୋଇଥାଏ l ଏହା ୯-୧୦ ସେମି ହୋଇଥାଏ l ଏହା ପାଚିଲା ପରେ ଲାଲ୍ ହୋଇଯାଇଥାଏ l ଏହା ଅଧିକ ପରିମାଣରେ ଶୁଖିଲା ପରେ ହିଁ ବ୍ୟବହାର କରାଯାଇଥାଏ l
Share your comments