1. କୃଷି ବିଶ୍ବକୋଷ

ଆସନ୍ତୁ ଜାଣିବା ହାଇବ୍ରିଡ ଲଙ୍କା ବିଷୟରେ କିଛି ତଥ୍ୟ !!

Sugyan Kumar Nayak
Sugyan Kumar Nayak
Hybrid Chilli

Hybrid Chilli

ଲାଲ୍ ଲଙ୍କା,ସବୁଜ ଲଙ୍କା,ହଳଦିଆ ଲଙ୍କା,କଳା ଲଙ୍କା,ସିମଲା ଲଙ୍କା,ଏମିତି ଅନେକ ପ୍ରକାର ଲଙ୍କା ଆପଣ ବଜାରରେ ଦେଖିଥିବେ l ସବୁ ଲଙ୍କାର ଅଲଗା ଅଲଗା ଗୁଣ ରହିଥାଏ l ଲଙ୍କା ପକାଇବା ଦ୍ୱାରା ବିଭିନ୍ନ ତରକାରୀର ସ୍ୱାଦ ମଧ୍ୟ ବଢ଼ିଥାଏ l ଏଣୁ ଆଜି ଆପଣଙ୍କୁ ହାଇବ୍ରିଡ ଲଙ୍କା ବିଷୟରେ କିଛି ତଥ୍ୟ ପ୍ରଦାନ କରିବା ପାଇଁ ଆମର ଏହି ଲେଖାଟି ପ୍ରଯୁଜ୍ୟ l ତେଣୁ ଆମର ଏହି ଲେଖାଟିକୁ ନିଶ୍ଚିତ ପଢ଼ନ୍ତୁ l

ହାଇବ୍ରିଡ ଲଙ୍କାର ପ୍ରକାର

ହାଇବ୍ରିଡ ଲଙ୍କା ବିଭିନ୍ନ ପ୍ରକାରର ହୋଇଥାଏ l ଯେମିତିକି ମସଲାରେ ବ୍ୟବହାର ହେଉଥିବା ଲଙ୍କା, ଆଚାରରେ ବ୍ୟବହାର ହେଉଥିବା ଲଙ୍କା, ତରକାରୀରେ ବ୍ୟବହାର କରାଯାଉଥିବା ଲଙ୍କା ଏମିତି ଅନେକ ବର୍ଗରେ ଲଙ୍କାକୁ ବିଭାଗୀକରଣ କରାଯାଇଥାଏ l

ସାଧାରଣତଃ ଏହି ସବୁ ମସଲାରେ ହାଇବ୍ରିଡ ଲଙ୍କା ବ୍ୟବହାର କରାଯାଏ ଯଥା: ପଞ୍ଜାବ ଲାଲ୍ ,ଭାଗ୍ୟ ଲକ୍ଷ୍ମୀ, ଏନ-ପି-୪୬-ଏ l ସେମିତି ଆଚାରରେ: ହାଇବ୍ରିଡ ଭାରତ ,ସ୍ଵାତି ,ଅର୍କମା ଇତ୍ୟାଦି ବ୍ୟବହାର କରାଯାଏ ଓ ତରକାରୀ ଲଙ୍କା ଭାବରେ: ଇନ୍ଦିରା,ଏକ୍କା ମୋହିନୀ ,ଅର୍କ ଗୌରବ ଆଦି ବ୍ୟବହାର  କରାଯାଏ l

ଏହି ଲଙ୍କାରେ ଶୁଖିଲା ଲଙ୍କା ପ୍ରସ୍ତୁତ କରାଯାଏ l ଏହାର ଫଳଗୁଡିକ ମଧ୍ୟମ ଧରଣର ଓ ହାଲୁକା ସବୁଜ ରଙ୍ଗର ହୋଇଥାଏ l ଏହା ୯-୧୦ ସେମି ହୋଇଥାଏ l ଏହା ପାଚିଲା ପରେ ଲାଲ୍ ହୋଇଯାଇଥାଏ l ଏହା ଅଧିକ ପରିମାଣରେ ଶୁଖିଲା ପରେ ହିଁ ବ୍ୟବହାର କରାଯାଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News