ଭଲ ଫସଲ ଅମଳ ପାଇଁ ଆମେ ସାର ବ୍ୟବହାର କରୁ, କାରଣ ବିନା ସାରରେ ଫସଲ ଅମଳ କରିବା କଷ୍ଟକର | ଚାଷ ପାଇଁ ଭଲ ସାର ଚୟନ କରିବାର ଆବଶ୍ୟକତା ରହିଛି | କୃଷକମାନେ ଚାଷ ପାଇଁ ସାଧାରଣତଃ ଡି.ଡି.ଏ.ପି ୟୁରିଆ ଓ ମୁରେଟ୍ ପୋଟାଶ୍ ବ୍ୟବହାର କରିଥାଆନ୍ତି | ମାଟି ପାଇଁ ଗନ୍ଧକ ଏକ ଜରୁରୀ ଉପାଦାନ। ଯାହାକୁ କୃଷକମାନେ ଅଣଦେଖା କରିଥାଆନ୍ତି। ଗନ୍ଧକ ଏକ ହାଲୁକା ଜିନିଷ, ଯାହାର ରଙ୍ଗ ଧଳା ହଳଦିଆ l ଫସଲରେ ଗନ୍ଧକର ବ୍ୟବହାର କ’ଣ, ଏହା କେତେ ଗୁରୁତ୍ୱପୂର୍ଣ୍ଣ ଏହି ସମସ୍ତ ସୂଚନା ପାଇଁ ପଢନ୍ତୁ ଏହି ବିଷୟଟି।
ଗନ୍ଧକର ପ୍ରକାର
ଏହା ତିନୋଟି ପ୍ରକାର ଯଥା - ଅଣ ଧାତୁ ସଲଫାଇଡ୍, ଧାତୁ ସଲଫାଇଡ୍ ଏବଂ କାର୍ବୋନେଟ୍ ସଲଫାଇଡ୍, ଯାହା ଗ୍ରାନୁଲାର୍। ଏହା ପାଉଡର ଓ ତରଳ ଆକାରରେ ରୁହେ l
ଗନ୍ଧକର ବ୍ୟବହାର
1. ଗନ୍ଧକର ବ୍ୟବହାର ସମସ୍ତ ଫସଲ ପାଇଁ ଲାଭଦାୟକ |
2. ତୈଳ ଚାଷ ପାଇଁ ବ୍ୟବହାର କରିଲେ ତେଲର ପରିମାଣ ବୃଦ୍ଧି କରେ।
3. ମାଟିର ଉର୍ବରତା ବୃଦ୍ଧି କରିବା ସହ, କୀଟନାଶକ ଭାବରେ କାର୍ଯ୍ୟ କରେ |
4. ଗଛ ଗୁଡ଼ିକରେ ଏନଜାଇମର କାର୍ଯ୍ୟକଳାପ ବୃଦ୍ଧି କରେ |
5. ତମାଖୁ ଏବଂ ପନିପରିବା ଫସଲଗୁଡ଼ିକର ଗୁଣବତ୍ତା ବୃଦ୍ଧି କରେ |
ଗନ୍ଧକର ଅଭାବ ହେତୁ ଫସଲର ଲକ୍ଷଣ
1. ଗନ୍ଧକର ଅଭାବ ହେତୁ ଗଛର ରଙ୍ଗ ହଳଦିଆ ହୋଇଯାଏ ଏବଂ ଏହାର ପ୍ରଭାବ ଗଛ ପତ୍ରରୁ ଆରମ୍ଭ ହୁଏ |
2. ଗନ୍ଧକର ଅଭାବ ହେତୁ ଉଦ୍ଭିଦଗୁଡିକର ବୃଦ୍ଧି ବନ୍ଦ ହୋଇଯାଏ |
3. ସଲଫରର ଅଭାବ ହେତୁ ଗଛର ବିକାଶ କମ୍ ହୋଇଥାଏ |
4. ପତ୍ର ଏବଂ ଡାଳ ବାଇଗଣୀ ଦେଖାଯାଏ |
5. ଗଛଗୁଡିକ ହଳଦିଆ, ସବୁଜ, ପତଳା ଏବଂ ଆକାରରେ ଛୋଟ ହୋଇଯାଏ |
6. ଗନ୍ଧକର ଅଭାବ ହେତୁ ଆଳୁ ପତ୍ରର ରଙ୍ଗ ହଳଦିଆ ଏବଂ ମୂଳର ବିକାଶ କମ୍ ହୋଇଥାଏ | ଗନ୍ଧକର ଅଭାବ ହେତୁ ଫସଲରେ ଫୁଲ ହୁଏ ନାହିଁ କିମ୍ବା ଫଳ ବାହାରେ ନାହିଁ |
ଗଛଗୁଡିକରେ ଗନ୍ଧକର ଆବଶ୍ୟକତା କ’ଣ ?
1. ଏହା ଆମିନୋ ଏସିଡର ଏକ ଅତ୍ୟାବଶ୍ୟକ ଅଂଶ |
2. ପତ୍ରରେ କ୍ଲୋରୋଫିଲ୍ ଗଠନ ପାଇଁ ଏହା ଆବଶ୍ୟକ |
3. ଗଛ ଗୁଡ଼ିକରେ ତେଲ ଉତ୍ପାଦନ ଏବଂ ଏନଜାଇମ୍ ଉତ୍ପାଦନରେ ସାହାଯ୍ୟ କରେ |
4. ଫସଲର ଗଣ୍ଠି ଓ ଡାଳ ଗଠନରେ ସହାୟକ ହୋଇଥାଏ |
Share your comments