1. କୃଷି ବିଶ୍ବକୋଷ

ପଣସ ଖାଇବାକୁ ଭଲପାଆନ୍ତି କି ?

ପଣସ ଖାଇବାକୁ ଭଲପାଆନ୍ତି କି ?

KJ Staff
KJ Staff

ବର୍ତ୍ତମାନ ଯୁଗ ରେ ମଧୁମେହ ,ଉଚ୍ଚ ରକ୍ତ ଚାପ ପରି ଘରେ ଘରେ ଦେଖିବାକୁ ମିଳୁଛି ଥାଇରଏଡ ର ସମସ୍ୟା |ଏହି ସମସ୍ୟା ଶରୀରରେ ଅନ୍ୟ ବହୁ ପ୍ରକାର ରୋଗ କୁ ଜନ୍ମ ଦେଇଥାଏ ଯେପରି ଓଜନ ବୃଦ୍ଧି ହେବ ,ବାରମ୍ବାର ଭୋକ ଲାଗିବା ଇତ୍ୟାଦି | ଥାଇରଏଡ ହର୍ମୋନ ଅଧିକ ବା କମ ହେବା ଶରୀର ପ୍ରତି କ୍ଷେତିକାରକ |

ଏହାର ସୁଉପଚାର ଲାଗି ପଣସ ଅତି ଉତ୍ତମ ରୂପେ କାର୍ଯ୍ୟ କରେ |ପଣସ ଏକ ସ୍ୱାଦିଷ୍ଟ ଖାଦ୍ୟ ହେବା ବ୍ୟତୀତ ,ଔଷଧୀୟ ଗୁଣ ରେ ପରିପୂର୍ଣ |ଭିଟାମିନ ଏ ,ସି ,ଥାଇମୀନ, କ୍ୟାଲସିଅମ ,ଲୌହ ,ମ୍ୟାଗନେସିଏମ ଇତ୍ୟାଦି ଭରି ରହିଥିଲା ବେଳେ ଏହା କର୍କଟ ଭଳି ଭୟଙ୍କର ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ |ସୌନ୍ଦର୍ଯ୍ୟ ଜନିତ ଉପଚାର ଲାଗି ଏହା ରାମବାଣ ଭଳି କାର୍ଯ୍ୟ କରେ |

-ଏହା ବ୍ୟତୀତ ଥାଇରଏଡ ସମସ୍ୟା ଥିବା ବ୍ୟକ୍ତି ଙ୍କ ଲାଗି ଏହା ବିଶେଷ ଔଷଧ |ଶୀଘ୍ର ଓଜନ କମେଇବା ଲାଗି ପଣସ ମଞ୍ଜି ଖାଆନ୍ତୁ |ଏଥିରେ ବହୁତ କମ କ୍ୟାଲୋରୀ ରହିଛି |
-ଏହା ଭୋକ ମଧ୍ୟ ନିୟନ୍ତ୍ରଣ କରିଥାଏ |ପଣସ ମଞ୍ଜି ରେ ଭରପୁର ଲୌହ ରହିଛି |
-ଏହା ଦ୍ୱାରା ହିମୋଗ୍ଲୋବିନ ସ୍ତର ବୃଦ୍ଧି ହୁଏ |ତେଣୁ ଶରୀର ରେ ରକ୍ତହୀନତା ଥିଲେ ପଣସ ମଞ୍ଜି ଖାଆନ୍ତୁ |
-ଏହିରେ ଥିବା ମିନେରାଲ ହର୍ମୋନ ନିୟନ୍ତ୍ରଣ କରେ |ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ କୋଷିକା ନଷ୍ଟ ହେବାରୁ ରକ୍ଷା କରିଥାଏ |

-ଦୃଷ୍ଟିଶକ୍ତି ସମସ୍ୟା ଥିବେ ,ପଣସ ମଞ୍ଜି ଅଧିକ ଲାଭଦାୟକ |ଏଥିରେ ଥିବା ଭିଟାମିନ ଏ ,ମୋତିଆବିନ୍ଦୁ ପରି ସମସ୍ୟା ରୁ ସୁରକ୍ଷା ଦେଇଥାଏ |
-ପଣସ ରେ ଥିବା ପୋଟାସିଅମ ହୃଦ ପିଣ୍ଡ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ |ତେଣୁ ଉଚ୍ଚ ରକ୍ତଚାପ ବ୍ୟକ୍ତି ଙ୍କ ଲାଗି ଏହା ବିଶେଷ ଉପକାରୀ |
-ସେହିପରି ଏହାକୁ ମୁହଁ ର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଫେସ ପ୍ୟାକ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments