1. କୃଷି ବିଶ୍ବକୋଷ

କମ୍ ନିବେଶ, ଅଧିକ ଲାଭ; ଆପଣ ଆରମ୍ଭ କରନ୍ତୁ

ଆଜିର ସମୟରେ ଅର୍ଥ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା l ଏହି ଅର୍ଥ ସର୍ବସ୍ବ ଦୁନିଆରେ ଗୋଟିଏ ଭଲ ରୋଜଗାରର ପନ୍ଥା ଖୋଜି ପାଇବା ଏବଂ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବା କିମ୍ବା ପଇସା ରୋଜଗାର କରିବା ସବୁଠାରୁ ବଡ଼ ସମସ୍ୟା ପାଲଟିଛି l ଏମିତିରେ ନିଜର ଛୋଟମୋଟ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଯୁବକ ମାନେ ବାଧ୍ୟ ହୋଇ ବହୁତ କମ୍ ଦରମାରେ କିଛି ବି ଘରୋଇ କମ୍ପାନୀରେ ଚାକିରୀ ଖୋଜି ନିଜକୁ ନିୟୋଜିତ ରଖୁଛନ୍ତି l ଯାହା ଦ୍ୱାରା ଅତି କମରେ ତାଙ୍କୁ କେହି ବେକାରୀ ବୋଲି କହିବେନି l

Sugyan Kumar Nayak
Sugyan Kumar Nayak

ଆଜିର ସମୟରେ ଅର୍ଥ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା l ଏହି ଅର୍ଥ ସର୍ବସ୍ବ ଦୁନିଆରେ ଗୋଟିଏ ଭଲ ରୋଜଗାରର ପନ୍ଥା ଖୋଜି ପାଇବା ଏବଂ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବା କିମ୍ବା ପଇସା ରୋଜଗାର କରିବା ସବୁଠାରୁ ବଡ଼ ସମସ୍ୟା ପାଲଟିଛି l ଏମିତିରେ ନିଜର ଛୋଟମୋଟ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଯୁବକ ମାନେ ବାଧ୍ୟ ହୋଇ ବହୁତ କମ୍ ଦରମାରେ କିଛି ବି ଘରୋଇ କମ୍ପାନୀରେ ଚାକିରୀ ଖୋଜି ନିଜକୁ ନିୟୋଜିତ ରଖୁଛନ୍ତି l ଯାହା ଦ୍ୱାରା ଅତି କମରେ ତାଙ୍କୁ କେହି ବେକାରୀ ବୋଲି କହିବେନି l ହେଲେ ଏତେ କମ୍ ଦରମାରେ ଏତେ ଅଧିକ ସମୟ ଖଟିବା ମଧ୍ୟ ବେକାରୀ ସମସ୍ୟା ଠାରୁ ଅଧିକ କଷ୍ଟ ଦାୟକ l 

ବେକାରୀ ସମସ୍ୟା ବର୍ତମାନର ସବୁଠାରୁ ଗମ୍ଭୀର ସମସ୍ୟା ଯାହାର ସମାଧାନ ପାଇଁ ସରକାର ଏବେ ସବୁବେଳେ ଚେଷ୍ଟା ଚଳାଇଛନ୍ତି  l ଏମିତିରେ ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇ ଆସିଛୁ ଯାହାକୁ ମାନିଲେ ଆପଣ ନିଜକୁ ବେକାରୀ ସମସ୍ୟାରୁ ମୁକ୍ତ ରଖି ପାରିବେ l ସାଧାରଣତଃ ଗାଁ'ର ଯୁବକମାନେ ସହରକୁ ଯାଇ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, କାରଣ ସହରରେ ବ୍ୟବସାୟର ଅନେକ ବିକଳ୍ପ ଓ ସୁଯୋଗ ମିଳିଥାଏ l କିନ୍ତୁ ଏବେ ସମୟ ବଦଳି ସାରିଛି ବନ୍ଧୁଗଣ, ବୋଧହୁଏ ଆପଣ ଜାଣନ୍ତିନି କି ସହରରେ ରୋଜଗାରର  ଯେତିକି ବିକଳ୍ପ ରହିଛି ଗାଁ'ରେ ମଧ୍ୟ ସେତିକି ବା ତାହା ଠାରୁ ଗୋଟିଏ କିମ୍ବା ଦୁଇଟି ଅଧିକ ବିକଳ୍ପ ଉପଲବ୍ଧ l ଆଜି ଆମେ ଆପଣଙ୍କୁ ଏମିତି କିଛି ବ୍ୟବସାୟର କୌଶଳ ବିଷୟରେ ଜଣାଇବୁ ଯେଉଁଥିରେ ଆପଣ ସ୍ୱଳ୍ପ ପୁଞ୍ଜି ନିବେଶ କରି ଅଧିକ ଲାଭ କରିପାରିବେ ବା ଅଧିକ ଅର୍ଥ ଉପାର୍ଜନ କରିପାରିବେ l 

ଝାଡ଼ୁ ତିଆରି କରିବାର ବ୍ୟବସାୟ

ଝାଡ଼ୁର ବ୍ୟବହାର ସମସ୍ତ ଘର, ଦୋକାନ, ଅଫିସ, ହୋଟେଲ ଆଦିରେ କରାଯାଏ l ସମସ୍ତେ ଜାଣନ୍ତି ସଫା କରିବାର କାମ ଦିନେ ବା ଦୁଇ ଦିନର ନୁହେ ଏହା ପ୍ରତି ଦିନର କାମ  ହୋଇଥାଏ l ତେଣୁ ଝାଡ଼ୁର ଚାହିଦା କବେବି ବଜାରରେ କମ ହୁଏନାହିଁ l  ବର୍ଷର ପ୍ରତିଟି ସମୟରେ ଏହାର ଚାହିଦା ସମାନ ଥାଏ l ଯଦି ଆପଣ ଗାଁ'ରେ ରହି ଏହି ବ୍ୟବସାୟ ଆରମ୍ଭ କରନ୍ତି ତେବେ ଆପଣ ବହୁତ ଭଲ ରୋଜଗାର କରିପାରିବେ l ଏଥିରେ ଆପଣ ଘାସ, ନଡ଼ିଆ ପତ୍ରର ଝାଡୁ, ଖଜୁରୀ ପତ୍ରର ଝାଡୁ, ମକାର ଝାଡୁ ଆଦି ର ବ୍ୟବସାୟ କରିପାରିବେ  l ଏଥିରେ ଆପଣଙ୍କୁ ବହୁତ ଅଧିକ ଟଙ୍କା ଖର୍ଚ କରିବାକୁ ମଧ୍ୟ ପଡିବ ନାହିଁ l

ଖୁଚୁରା ଦୋକାନର ବ୍ୟବସାୟ

ଗାଁ'ରେ ରହି ଖୁଚୁରା ଦୋକାନ ଖୋଲିବା ଏକ ବହୁତ ଭଲ ବିକଳ୍ପ ହୋଇଥାଏ l ଏଥିରେ ଆପଣ କପଡ଼ା ଦୋକାନ, ସଉଦା ଦୋକାନ, ସିଲେଇ ଦୋକାନ, ସେଲୁନ, ହାର୍ଡୱେର ଦୋକାନ ଆଦି ଖୋଲି ପାରିବେ l ଏସବୁ ଅନେକ ଭଲ ଲାଭ ଯୋଗାଇପାରୁଥିବା ବ୍ୟବସାୟ ଅଟେ l ଆପଣ ଗାଁ'ରେ ରହି ପରିବା, ଫଳ, ଜଳଖିଆ ତଥା ମିଠା ଦୋକାନ ମଧ୍ୟ ଖୋଲିପାରିବେ l ଏହା ମଧ୍ୟ ଖୁଚୁରା ଦୋକାନ ହୋଇଥାଏ l ଗାଁ'ରେ ରହି ଏହି ସବୁ ଦୋକାନରୁ ଭଲ ରୋଜଗାର କରାଯାଇପାରିବ ଏବଂ ଏସବୁ ବ୍ୟବସାୟ ପାଇଁ ବହୁତ କମ ଖର୍ଚ୍ଚ କରିବାକୁ ପଡିଥାଏ l

ଅଟା କଳ ବ୍ୟବସାୟ

ସହରରେ ଲୋକମାନେ ଅଟା, ଚାଉଳ,ଡାଲି ଆଦି ଜିନିଷକୁ ସିଧାସଳଖ କିଣି ଖାଦ୍ୟରେ ବ୍ୟବହାର କରିଥାନ୍ତି l  ମାତ୍ର ଗାଁ'ରେ ଲୋକମାନଙ୍କୁ  ଗହମରୁ ଅଟା ପେସିବା, ଧାନରୁ ଚାଉଳ କରି ଖାଇବା ଏବଂ ଗୋଟା ଡାଲିରୁ ଡାଲି ପେଶିବାର ଆବଶ୍ୟକତା ଥାଏ l ତେଣୁ ଗାଁ'ରେ ରହି ଏସବୁ ଜିନିଷ ପେଶିବାର ବ୍ୟବସାୟ  ଲାଭଦାୟକ ହୋଇଥାଏ l ଆଜିକାଲି ଅଟା ଚକିର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି, ସବୁଠାରୁ ମଜାଦାର କଥା ଏହା ଯେ ଯଦି ଆପଣ ଅଟା ଚକି କିଣୁଛନ୍ତି ତେବେ ସେଥିରେ ଆପଣ ହଳଦୀ, ବେସନ, ଲଙ୍କା, ମକା, ଧନିଆ, ଜିରା ଆଦି ଅନେକ ଜିନିଷ ପେଷି ପାରିବେ l ତେଣୁ ଗାଁ'ରେ ଏହି ବ୍ୟବସାୟକୁ ଆରମ୍ଭ କରି ଆପଣ ଦୈନିକ ହଜାରେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments