
Mahula flower is source of income for tribal people
ମହୁଲ ଫୁଲ ନା ତ ଶୁଣିଥିବେ ଆଉ ଦେଖିଥିବେ ମଧ୍ୟ ଏହାକୁ । ଦେଖିବାକୁ ଯେମିତି ସୁନ୍ଦର, ତା’ ବାସ୍ନା ବି ସେମିତି ମନମୁଗ୍ଧକର । ଆଉ ଅଡ଼ିବସିବ ଇଲାକାରେ ସଂଗ୍ରହକାରୀ ମଧ୍ୟ ଏହାକୁ ସଂଗ୍ରହ କରି, ପଇସା ଉପାର୍ଜନ କରି ବେସ ଖୁସିରେ ଦୁଇ ପଇସା ରୋଜଗାର କରୁଛନ୍ତି ।
ଏବେ ସରକାରଙ୍କ ହସ୍ତକ୍ଷେପ ପରେ ଆଦିବାସୀଙ୍କ ରୋଜଗାରର ( mahula flower ) ମାଧ୍ୟମ ପାଲଟିଛି ମହୁଲ ଫୁଲ । ଋତୁ ଆରମ୍ଭରେ ଗାଁ ଗାଁ ରେ ଏବେ ମହୁଲ ଫୁଲର ମହକ । ବସନ୍ତ ଋତୁରେ ମହୁଲ ଫୁଲର ମହକରେ ମହକୁଛି ବଣପହାଡ ଘେରା ଅଞ୍ଚଳ । ଏହି ଫୁଲ ଆଦିବାସୀଙ୍କ ଜୀବନ ଜୀବିକା ସହିତ ଖୁବ ଜଡ଼ିତ l ଏହାକୁ ଜଙ୍ଗଲରୁ ସଂଗ୍ରହ କରି ବିକ୍ରୟ କରୁଛନ୍ତି ଲୋକେ ଏବଂ ଟଙ୍କା ରୋଜଗାର କରୁଛନ୍ତି । ଆଗରୁ ବନବିଭାଗ ମହୁଲ ଫୁଲର ମୂଲ୍ୟ ଧାର୍ଯ୍ୟ କରୁଥିଲେ । କିନ୍ତୁ ୨୦୧୧ରୁ ଲୋକଙ୍କ ସୁବିଧା ପାଇଁ ଗ୍ରାମପଞ୍ଚାୟତକୁ ସରକାର ଦାଇତ୍ୱ ଦେଇଛନ୍ତି । ଯାହା ତାଙ୍କୁ ସହଜ କରିଛି l
ମହୁଲ ଫୁଲ ଓ ଆଦିବାସୀ ର ସଂପର୍କ ବହୁ ପୁରାତନ ସରକାରୀ ନିୟମାବଳୀ ଯୋଗୁଁ ଏଥିରୁ ଲୋକେ ଦୁରେଇ ରହୁଥିଲେ କିନ୍ତୁ ସରକାରଙ୍କ ହସ୍ତକ୍ଷେପ ପରେ ଏବେ ଏହା ଆଦିବାସୀଙ୍କୁ ରୋଜଗାର ଦେଇଛି । ସାଧାରଣତଃ ଆଦିବାସୀ ମାନେ ମହୁଲକୁ ଖାଦ୍ୟ ଭାବେ ଓ କିଛି ଲୋକ ମଦ ତିଆରି କରିବାରେ ବ୍ୟବହାର କରନ୍ତି । ଆଉ କିଛି ଲୋକ ଏହାକୁ ଶୁଖାଇ ଗାଈ ଗୋରୁଙ୍କୁ ଖାଦ୍ୟ ଭାବେ ଦେଇଥାନ୍ତି ଯାହା ପଶୁଙ୍କ ଶରୀର ପାଇଁ ଖୁବ ଭଲ । ତେବେ ଏବେ ଦେଖିବାକୁ ମିଳୁଛି ଯେ , ମହୁଲ ଗୋଟାଳି ମାନେ ମହୁଲ ଗୋଟେଇ ତାହାକୁ ଶୁଖାଇ ଯେଉଁ ପରିଶ୍ରମ କରିଥାନ୍ତି ତାଙ୍କୁ ସେହିଭଳି ଉଚିତ ମୂଲ୍ୟ ମିଳୁ ନାହିଁ ।
ଏହି ଫୁଲ ଏବେ ଆଦିବାସୀଙ୍କ ଜୀବିକାର ମାଧ୍ୟମ ପାଲଟିଛି । ରାତି ପାହିଲେ ଗାଁର ଅଧିକାଂଶ ଲୋକେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲ ମୁହାଁ ହେଉଛନ୍ତି । ପିଲା ରୁ ବୁଢା ପର୍ଯ୍ୟନ୍ତ ପରିବାରର ସମସ୍ତ ସଦସ୍ୟ ମହୁଲ ଗଛ ତଳେ ଏକାଠି ହୋଇ ମହୁଲ ଫୁଲ ଗୋଟାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ବସନ୍ତର ଆଗମନରେ ମହୁଲ ଗଛରେ ମହୁଲ ଫୁଲ ଫୁଟିଥାଏ । କିନ୍ତୁ ମାସେ ଦୁଇ ମାସ ଭିତରେ ଏହା ବନ୍ଦ ହୋଇଯାଏ । ତେଣୁ ଏହି କିଛିଦିନ ମହୁଲ ଗୋଟାଇ ଆଦିବାସୀ ମାନେ କିଛିଟା ରୋଜଗାର କରିଥାଆନ୍ତି । ତେବେ ସେମାନେ ଏବେ ଏହାର ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି l
ଆୟୁର୍ବେଦ ଅନୁସାରେ ମହୁଲ ଏକ ଶକ୍ତିବର୍ଦ୍ଧକ ଔଷଧ । ଏଥିରେ ଆଇରନ୍ ( iron ) ,ଜିଙ୍କ( jinc ) ,କ୍ୟାଲସିୟମ୍( calcium ) ଏବଂ ଫାଇବର ( fibre ) ସହ ପ୍ରୋଟିନର ମାତ୍ରା ମଧ୍ୟ ଭରପୂର ରହିଥାଏ। ଏହା ମନୁଷ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ସେବନ କରିବା ଦ୍ବାରା ଶରୀରରେ ଥକ୍କାପଣ,ଦୁର୍ବଳତା ଏବଂ ଯୌନ ରୋଗରୁ ମୁକ୍ତି ମିଳିଥାଏ। ଏହା ଦ୍ବାରା ଶରୀରରେ ଶକ୍ତି ମିଳିଥାଏ ଏବଂ ଶରୀରର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।
ମହୁଲର ଛାଲିକୁ ଟନସିଲ,ଡାଇବେଟିସ୍,ଅଲସର ଏବଂ ଆର୍ଥରାଇଟିସ୍ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିପାଇଁ ଆପଣ ମହୁଲର ଛାଲିକୁ କାଢ଼ା କରି ନିୟମିତ ସେବନ କରି ପାରିବେ। ଏହା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଯିବ। ଏହା ସହିତ ଶରୀରରେ ଜବରଦସ୍ତ ଶକ୍ତି ଆସିବ।
ସେମିତି ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳ ଓ ଗୁଜରାଟ ଭଳି ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ । ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ ଯାହା ଦୀର୍ଘସ୍ଥାୟୀ ରୋଜଗାର କୁ ବାଟ ଦେଖାଇଥାଏ ଆଦିବାସୀଙ୍କୁ l ମହୁଲ ଗଛଟିଏ ପ୍ରାୟ ୧୦୦ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜିଗୁଡ଼ିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l
Share your comments