1. କୃଷି ବିଶ୍ବକୋଷ

ଘରେ ତିଆରି କରନ୍ତୁ ଗଛ ର ମନପାସନ୍ଦ ଖତ

ରାସାୟନିକ ସାର ର ଅତ୍ୟଧିକ ବ୍ୟବହାର ଦ୍ୱାରା ବୃକ୍ଷ ଓ ମାଟି ଉଭୟ ବହୁ ମାତ୍ରା ରେ କ୍ଷତିଗ୍ରସ୍ତ ହୋଇଥାନ୍ତି।ଏହା ବଜାରରେ ଚଢା ଦରରେ ମଧ୍ୟ ବିକ୍ରି ହୋଇଥାଏ ।ତେବେ ବୃକ୍ଷ ର ମନପାସନ୍ଦ ସାର ଓ ପୋଷକ ତତ୍ତ୍ଵ ଆମେ ଘରେ ଖୁବ୍ ସରଳ ଉପାୟ ରେ ତିଆରି କରି ପାରିବ

KJ Staff
KJ Staff

ରାସାୟନିକ ସାର ର ଅତ୍ୟଧିକ ବ୍ୟବହାର ଦ୍ୱାରା ବୃକ୍ଷ ଓ ମାଟି ଉଭୟ ବହୁ ମାତ୍ରା ରେ କ୍ଷତିଗ୍ରସ୍ତ ହୋଇଥାନ୍ତି।ଏହା ବଜାରରେ ଚଢା ଦରରେ ମଧ୍ୟ ବିକ୍ରି ହୋଇଥାଏ ।ତେବେ ବୃକ୍ଷ ର ମନପାସନ୍ଦ ସାର ଓ ପୋଷକ ତତ୍ତ୍ଵ ଆମେ ଘରେ ଖୁବ୍ ସରଳ ଉପାୟ ରେ ତିଆରି କରି ପାରିବ।

୧) କଦଳୀ ଚୋପା: ଏଥିରେ ବହୁଳ ମାତ୍ରାରେ ପୋଟାଷ୍ ଥିବା ସହ କ୍ୟାଲସିୟମ ମଧ୍ୟ ଭରି ରହିଥାଏ।ତେଣୁ ବଳକା କଦଳୀ ଚୋପା କୁ ସାର ଭାବେ ବ୍ୟବହାର କରାଯାଇପାରିବ।
କଦଳୀ ଚୋପା କୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ ଓ ସେଥିରେ ଆବଶ୍ୟକ ଅନୁସାରେ ପାଣି ମିଶାନ୍ତୁ। ଚୋପା ଗୁଡ଼ିକ ପାଣି ରେ ବୁଡି ରହିବା ଦରକାର।ଏହାକୁ ୩ ଦିନ ଯାଏ ଘୋଡାଇ ରଖନ୍ତୁ ଓ ଏହା ସଢ଼ିଯିବା ପରେ ସେଇ ପାଣି କୁ ଛାଣି ଗଛ ମୂଳରେ ସପ୍ତାହ କୁ ଥରେ ୧୦୦ ମି.ଲି ଲେଖା ଦିଅନ୍ତୁ।
୨) ପିଆଜ ଚୋପା - କଦଳୀ ଭଳି ପିଆଜ ଚୋପା ରେ ମଧ୍ୟ ପୋଟାସ୍ , କ୍ୟାଲସିୟମ,ଓ ମ୍ୟାଗ୍ନେଶିଅମ୍ ଭରି ରହିଥାଏ।କିଛି ପିଆଜ ଚୋପା କୁ ଅଳ୍ପ ପାଣି ରେ ବତୁରାଇ ରଖନ୍ତୁ।ମିଶ୍ରଣ କୁ ଘୋଡାଇ ଦିଅନ୍ତୁ।୨୪ ଘଣ୍ଟା ପରେ ଏହାର ପାଣି କୁ ଛାଣି ୫୦-୬୦ ମି.ଲି ଲେଖା ଗଛ ମୂଳରେ ଦିଅନ୍ତୁ।
୩) ଅଣ୍ଡା ଖୋଳପା- କିଛି ଅଣ୍ଡା ଖୋଳପା କୁ ପ୍ରଥମେ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ।ଏହି ଗୁଣ୍ଡରେ ଗଛ ମୂଳ ରେ ଦିଅନ୍ତୁ।ଏଥିରେ ପ୍ରଚୁର ପରିମାଣ ର କ୍ୟାଲସିୟମ ଥାଏ ।ଏହି ଗୁଣ୍ଡ ଟମାଟୋ ଗଛରେ ଦେଲେ ଫଳ ଭଲ ଆସିଥାଏ।

୪) ଭିନେଗାର୍ - ଏକ ଚାମଚ ଭିନେଗାର୍ ସହ ୪ ଲିଟର ପାଣି ମିଶାଇ ଗଛ ମୂଳରେ ପ୍ରୟୋଗ କରନ୍ତୁ।ଏହା ମୂଳା, ଆଳୁ, ଲଙ୍କା ପରି ପରିବା ରେ ଅଧିକ ସହାୟକ ହୋଇଥାଏ।
୫) ବ୍ୟବହାର ହୋଇଥିବା ଚା ବା କଫି ପତି: ଖଣ୍ଡେ କାଗଜ ଉପରେ ବ୍ୟବହାର ହୋଇସାରିଥିବ ଚା/ କଫି ପତି କୁ ପବନ ରେ ଶୁଖାନ୍ତୁ।ଏଥିରେ ବହୁଳ ମାତ୍ରା ରେ ମ୍ୟାଗ୍ନେଶିଅମ୍ ଓ ପୋଟାଶ ଥାଏ। ଏହି ପତି କୁ ଗଛ ମୂଳରେ ପ୍ରୟୋଗ କରନ୍ତୁ।
୧ ଚାମଚ କଫି ଗୁଣ୍ଡ ସହ ୨ ଟି କଦଳୀ ଚୋପା ଓ ଅଳ୍ପ ଅଣ୍ଡା ଖୋଳପା ଗୁଣ୍ଡ ସହ ପାଣି ରେ ସିଜାଇ ଦିଅନ୍ତୁ । ମିଶ୍ରଣ ଥଣ୍ଡା ହେଲା ପରେ ଏହାକୁ ଛାଣି ଏଥିରେ ଗୋଟେ କପ୍ ଦହି ମିଶାଇ ଗୋଲାପ ଗଛ ମୂଳରେ ଦିଅନ୍ତୁ।ଏହା ଉତ୍ତମ ଓ ବଡ଼ ଆକାର ର ଫୁଲ ଦେଇଥାଏ।
୬) ମାଛଘର ପାଣି : ମାଛ ମାନେ ଅମୋନିଆ ,ମୂତ୍ର ଭାବେ ନିଷ୍କାସନ କରିଥାନ୍ତି ଯାହା ଗଛ ଲାଗି ପ୍ରଚୁର ମାତ୍ରା ରେ ଯବକ୍ଷାରଜାନ ଯୋଗାଇଥାଏ।ତେବେ ଏହି ମାଛ ଘର ର ପାଣି କୁ ଗଛ ମୂଳ ରେ ଦେଲେ ତାହା ହୃଷ୍ଟ ପୃଷ୍ଟ ହୋଇ ବଢିଥାଏ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments