1. କୃଷି ବିଶ୍ବକୋଷ

ସହଜ ଓ ସରଳ ଉପାୟରେ କରନ୍ତୁ ଘି' କୁଆଁରୀ ଚାଷ

ପ୍ରାୟ ସମସ୍ତ ମାଟିରେ ଏହି ଚାଷ ହୋଇପାରିବ l ଦୋରସା , ନିଗିଡ଼ା ଏବଂ ଉର୍ବର ମାଟିରେ ଭଲ ଉତ୍ପାଦନ ମିଳିଥାଏ l ଏହି ଗଛର ଚେର ମାଟିର ଅଧିକ ଭିତରକୁ ଯାଇ ପାରେନାହିଁ l ତେଣୁ ୩୦ ରୁ ୪୫ ସେମି ଗଭୀର ମାଟି ଥିବା ଜମିରେ ଏହି ଗଛ ଭଲ ବଢ଼େ l

Tanushree Mahapatra
Tanushree Mahapatra
Make profit in aloe vera farming , image source - pexels

Make profit in aloe vera farming , image source - pexels

ବିଭିନ୍ନ ପ୍ରକାର ଜଳବାୟୁରେ ଘି' କୁଆଁରୀ ଚାଷ କରାଯାଇପାରିବ l ଶୁଷ୍କ ଜଳବାୟୁରେ ଏହା ଲାଭଜନକ ଚାଷ ହୋଇପାରିବ l ବାର୍ଷିକ ୩୫୦ ରୁ ୨୦୦୦ ମିମି ବର୍ଷା ହେଉଥିବା ସ୍ଥାନରେ ଏହା ଭଲ ଚାଷ ହୋଇପାରେ l ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚତା ଅଞ୍ଚଳରେ ଏହା ଚାଷ ହୋଇପାରିବ l

ଆବଶ୍ୟକ ମୃତ୍ତିକା

ପ୍ରାୟ ସମସ୍ତ ମାଟିରେ ଏହି ଚାଷ ହୋଇପାରିବ l ଦୋରସା , ନିଗିଡ଼ା ଏବଂ ଉର୍ବର ମାଟିରେ ଭଲ ଉତ୍ପାଦନ ମିଳିଥାଏ l ଏହି ଗଛର ଚେର ମାଟିର ଅଧିକ ଭିତରକୁ ଯାଇ ପାରେନାହିଁ l ତେଣୁ ୩୦ ରୁ ୪୫ ସେମି ଗଭୀର ମାଟି ଥିବା ଜମିରେ ଏହି ଗଛ ଭଲ ବଢ଼େ l ଧ୍ୟାନ ରଖିବା ଉଚିତ ଯେଉଁ ମାଟିର ଜଳ ଧାରଣା କ୍ଷମତା ଅଧିକ ସେହି ମାଟିରେ ଚାଷ କରିବା ଉଚିତ l ଯେଉଁ ଚାଷରେ ଅଧିକ ବ୍ୟବଧାନ ରହିଥିବ ସେଠାରେ ଅନ୍ତଃ ଫସଲ ଭାବରେ ମଧ୍ୟ ଏହି ଚାଷ କରାଯାଇପାରିବ l କେତେକ ଏହାକୁ କୁଣ୍ଡରେ ଲଗାଇଥାନ୍ତି l

କିପରି କରିବେ ବଂଶବିସ୍ତାର

ବଂଶବିସ୍ତାର କରିବା ପାଇଁ କନ୍ଦ ବା ପୁଆର ବ୍ୟବହାର କରି ପାରିବେ l କନ୍ଦ ଖଣ୍ଡ ଦ୍ୱାରା ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇପାରେ l ମଧ୍ୟମ ଆକାର ପୁଆକୁ ସଂଗ୍ରହ କରି ତଳିଘେର ପାଖରେ ଲଗାଯାଇଥାଏ l ତଳିଘରାରେ ଛାଇ ବ୍ୟବସ୍ଥା ରହିବା ଉଚିତ l ଶଙ୍କର କିସମ ପାଇବା ପାଇଁ ମଞ୍ଜିରୁ ଚାରା କରି ଲଗାଯାଏ l ଏକର ପ୍ରତି ୧୫,୦୦୦ ପୁଆ ଆବଶ୍ୟକ l

ଜମି ପ୍ରସ୍ତୁତ

ଜୁନ ଏବଂଜହ ଜୁଲାଇ ମାସରେ ଚାରା ରୋପଣ କରାଯାଏ l ଏଥିପାଇଁ ମାଟିକୁ ପ୍ରଥମରେ ଗୁଣ୍ଡ ଚାଷ କରି ସମସ୍ତ ଅନାବନା ଗଛ ବାଛିବାକୁ ହେବ l ଓଡ଼ ଚାଷ ସମୟରେ ମୂଳ ସାର ୭ ରୁ ୮ ଟନ କମ୍ପୋଷ୍ଟ ବ୍ୟବହାର କରନ୍ତୁ l ୪୫ ରୁ ୬୦ ସେମି ଦୂରତାରେ ଗଛ ଗୁଡ଼ିକ ଲଗାନ୍ତୁ l ଚାରା ରୋପଣ ପରେ ହାଲୁକା ପାଣି ସିଞ୍ଚନ କରନ୍ତୁ l

ସାର ପ୍ରୟୋଗ

ଘି' କୁଆଁରୀ ଗଛରେ ରାସାୟନିକ ସାର ପ୍ରୟୋଗ କରାଯାଏନାହିଁ l ଏକର ପ୍ରତି ୨୦ କି.ଗ୍ରା ଯବକ୍ଷାରଜାନ , ଫସଫରସ , ପଟାସିୟମ ସାର ପ୍ରୟୋଗ କଲେ ଗଛର ଉତ୍ତମ ବୃଦ୍ଧି ସହିତ ମୋଟ ଅମଳ ବଢ଼ିଥାଏ l

ଅମଳ

ଲଗାଇବାର ୮ ରୁ ୯ ମାସ ମଧ୍ୟରେ ପ୍ରଥମ ଅମଳ କରାଯାଏ l ଗୋଟିଏ ଗଛରୁ ୧୦ ବର୍ଷ ପର୍ଯ୍ୟନ୍ତ ଅମଳ କରାଯାଇପାରିବ l ଜାନୁଆରୀ - ଫେବୃଆରୀ ରେ ଗଛର ପତ୍ରକୁ ଛୁରୀରେ କଟାଯାଏ l ଧ୍ୟାନ ରଖିବା ଉଚିତ ଯେ କାଣ୍ଡରେ ଯେପରି ଛୁରୀ ନ ବାଜେ l

ମୂଳ ଫସଲର ଯତ୍ନ

ଠାରେ ଲଗାଇଲେ ୧୦ ବର୍ଷ ପର୍ଯ୍ୟନ୍ତ ଅମଳ ମିଳିଥାଏ ସେଥିପାଇଁ ଫସଲ ଯତ୍ନ ଆବଶ୍ୟକ l କାରଣ ଏହି ଚାଷ ରେ ଅଳ୍ପ ଖର୍ଚ୍ଚ ହୋଇଥାଏ କିନ୍ତୁ ଅଧିକ ଲାଭ ମିଳିଥାଏ l ଗରମ ଦିନରେ ଅଧିକ ଜଳସେଚନ କିମ୍ବା ଛାଦିକରଣ ପ୍ରକ୍ରିୟା ବ୍ୟବହାର କରିବା ଆବଶ୍ୟକ l ବର୍ଷ ଋତୁ ଆରମ୍ଭ ଏବଂ ଶେଷରେ ଖତ ସାର ସଠିକ ବ୍ୟବହାର କରିବା ଆବଶ୍ୟକ l

Read more 

ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ଉତ୍ପାଦନ ଯୋଜନା ପାଇଁ ଗାଇଡଲାଇନ ଓ ପୋର୍ଟାଲ

ଓଡ଼ିଶାରେ କୃଷି ରପ୍ତାନିକୁ ମିଳିବ ପ୍ରୋତ୍ସାହନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ